ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୪୦ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୫ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୯୦ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୫୪୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୮୨୪ଟି ସକ୍ରିୟ ମାମଲା ରହିଥିବା ବେଳେ ୧୦୨୨୨୫୦ଜଣ ସୁସ୍ଥ ହୋଇଛନ୍ତି । 

ନୂଆପଡ଼ା ଜିଲ୍ଲାରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗକୁ ସଂରକ୍ଷଣରେ ଅବହେଳା ଅଭିଯୋଗରେ ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଏହାକୁ  ନେଇ ନୂଆପଡ଼ା ଜିଲ୍ଲା ଓବିସି ପକ୍ଷରୁ ଆଜି ନୂଆପଡ଼ା ସଂପୂର୍ଣ୍ଣ ଭାବେ ନୂଆପଡ଼ା ଜିଲ୍ଲା ବନ୍ଦ ଡାକରା  ଦେଇଛନ୍ତି। ଆଜି (ସୋମବାର) ଦିନ ସକାଳୁ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ।

ପୁରୀ ମହୋଦଧିରୁ ଏକ ଭାସମାନ ପଥର ପାଇଛନ୍ତି ପୁରୀ ମାଟିଆପଡା ଲେନ୍‌-୫ ଯୋଗମାୟା କଲୋନିର ଜଣେ ଯୁବକ । ଯୁବକଙ୍କ ନାମ ସୁରେନ୍ଦ୍ର କୁମାର ଜାଲି । ଗତକାଲି ଠାକୁରାଣୀ ଭସାଣ ସାରି ମହୋଦଧିରୁ ଆସିବାକୁ ବାହାରିବା ବେଳେ ପଥରଟି ଭାସି ଭାସି ଆସି ତାଙ୍କ ନିକଟରେ ଲାଗିଥିଲା । ଯାହାକୁ ପାଇବା ପରେ ସେ ଏହାକୁ ଆଣି ଘରେ ରଖିଥିଲେ । ପଥରଟିକୁ ମାର୍କଣ୍ଡେୟ ପୁଷ୍କରିଣୀରେ ଭସାଇ ଏହା ଏକ ଅଲୌକିକ ପଥର ଓ ରାମ ସେତୁ ନିକଟରୁ ଆସିଥିବା ଅନୁମାନ କରି ଏହାର ଅଧିକ ଗବେଷଣା କରାଯିବା ଉଚିତ୍‌ ବୋଲି ଶମ୍ଭୁନାଥ ଖୁଣ୍ଟିଆଙ୍କ ସହ ଶ୍ରୀ ଜାଲି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା ।

ଆଜି (ସୋମବାର) ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ । ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସମ୍ଭାବନା ରହିଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୫୯୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୪୦ ଲକ୍ଷ ୮୧ ହଜାର ୩୧୫ରେ ପହଁଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୫୨ ହଜାର ୨୯୦ରେ ପହଞ୍ଚିଛି । ଏବେ ଦେଶରେ ୧୮୯୬୯୪ ସକ୍ରିୟ ମାମଲା ରହିଥିବା ବେଳେ ୩୩୪୩୯୩୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଗୁଜୁରାଟର ସୁରଟରେ ଥିବା ଏକ ମିଲରେ ଭୟଙ୍କର ଅଗ୍ନିକାଣ୍ଡ । କଡୋଦରା GIDC ରେ ଘଟିଛି ଏହି ଘଟଣା । ଚିରାୟୁ ପ୍ୟାକେଜିଂ ମିଲରେ ୫ ମହଲା ଗ୍ରାଉଣ୍ଡରେ ଲାଗିଛି ନିଆଁ । ତେବେ ବିଲ୍ଡିଂର ଅନେକ ଶ୍ରମିକ ଫସି ରହିଥିଲେ । ସେମାନଙ୍କୁ ଉଦ୍ଧାର କରିବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ଜାରି ରହିଛି ଉଦ୍ୟମ ।

ପଶ୍ଚିମବଙ୍ଗରେ ଥିବା ରାମକୃଷ୍ଣ ମଠର ବରିଷ୍ଠ ମହନ୍ତ ସ୍ୱାମୀ ଅମୀୟନନ୍ଦଜୀ ମହାରାଜଙ୍କ ଦେହାନ୍ତ ହୋଇଛି। ରବିବାର ରାତିରେ ଗୋଟିଏ ଧାର୍ମିକ ଅନୁଷ୍ଠାନ ଦ୍ୱାରା ପରିଚାଳିତ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ରବିବାର ରାତି ପ୍ରାୟ ୮.୨୫ ମିନିଟ୍‌ରେ ତାଙ୍କର ଦେହାନ୍ତ ହୋଇଛି।

ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୪ କୋଟି ୧୪ ଲକ୍ଷ ୫୩ ହଜାର ୯୬୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୪୯ ଲକ୍ଷ ୧୩ ହଜାର ୯୧୭ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୨୧ କୋଟି ୮୬ ଲକ୍ଷ ୮୦ ହଜାର ୮୬୦ ଜଣ  କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୧  କୋଟି ୭୮ ଲକ୍ଷ ୫୯ହଜାର ୧୮୪ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

ଶ୍ରୀଲଙ୍କାରେ ଗମ୍ଭୀର ଭାବରେ ବିଦେଶ ମୁଦ୍ରା ସଂକଟ ଦେଖା ଦେଇଥିବା ବେଳେ ଅଶୌଧିତ ତୈଳ କିଣିବା ପାଇଁ ଶ୍ରୀଲଙ୍କା ଭାରତକୁ ୫୦୦ ମିଲିୟନ ଆମେରିକା ଡଲାର ଉଧାର ମାଗିଛି । ଆଜି ଶ୍ରୀଲଙ୍କା ସରକାର ଭାରତ ସରକାରଙ୍କ ଠାରୁ ୫୦୦ ମିଲିୟନ ଆମେରିକୀୟ ଡଲାର ଉଧାର ମାଗିଛନ୍ତି । ଶ୍ରୀଲଙ୍କା ସରକାରୀ ପେଟ୍ରୋଲିୟମ କମ୍ପାନୀ ସିଲନ ପେଟ୍ରୋଲିୟମ କର୍ପୋରେସନ(cpc)ର ଉପରେ ଦୁଇ ପ୍ରମୁଖ ସରକାରୀ ବ୍ୟାଙ୍କ- ବ୍ୟାଙ୍କ ଅଫ୍ ସୀଲୋନ୍ ଓ ପିପୁଲ୍ସ ବ୍ୟାଙ୍କର ପାଖାପାଖି ୩.୩ ଅରବ ଡଲାର ଋଣ ରହିଛି।

ଆର୍ଣ୍ଟାକଟିକାରେ ବାସ୍ତୋକ ନାମରେ ଏକ ସ୍ଥାନ ଅଛି, ଯାହାକି ବିଶ୍ବର ସବୁଠାରୁ ଅଧିକ ଥଣ୍ଡା ପଡ଼ିଥାଏ । ତାପମାତ୍ରା ବିଯୁକ୍ତାତ୍ମକ ୮୯ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଂଚିଥାଏ। କିନ୍ତୁ ଏବେ ବୈଜ୍ଞାନିକମାନେ ସବୁଠାରୁ ଅଧିକ ଥଣ୍ଡା ତାପମାତ୍ରା ରେକର୍ଡ ସୃଷ୍ଟି କରିଥିବା ନେଇ କହିଛନ୍ତି। ବୈଜ୍ଞାନିକଙ୍କ ଅନୁସାରେ ସେଠାରେ ପାରା ବିଯୁକ୍ତାତ୍ମକ ୨୭୩.୧୫ ଡିଗ୍ରୀ ସେଲସିୟସ ପହଂଚିଛି।

‘ଦି ଚାଲେଞ୍ଜ୍‌’ ଚଳଚ୍ଚିତ୍ରର ମହାକାଶରେ ଶୁଟିଂ ଏବେ ଶେଷ ହୋଇଛି। ଫିଲ୍ମ ଶୁଟିଂ ସାରି ପୃଥିବୀକୁ ଫେରିଛନ୍ତି ରୁଷୀୟ ଟିମ୍‌। ଏହି ଟିମ୍‌ରେ ଜଣେ ଅଭିନେତ୍ରୀ ଏବଂ ନିର୍ଦ୍ଦେଶକ ମଧ୍ୟ ସାମିଲ ଅଛନ୍ତି। ଏହି ଫିଲ୍ମର ଶୁଟିଂ ପାଇଁ କର୍ମଚାରୀମାନେ ୧୨ ଦିନ ଗସ୍ତରେ ମହାକାଶକୁ ଯାଇଥିଲେ। ମହାକାଶରେ ଏହା ହେଉଛି ପ୍ରଥମ ଫିଲ୍ମ, ଯାହାର କାହାଣୀର କିଛି ଅଂଶ ସ୍ପେସ୍‌ରେ ଶୁଟିଂ କରାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଲାଞ୍ଜିଗଡ଼ରେ ପୁଣି ହାତୀ ଉପଦ୍ରବ,କାନ୍ଥ ଭାଙ୍ଗି ଘରେ ପଶିଲେ ୨୫ ହାତୀ...

Mon Oct 18 , 2021
ଦୀପକ ସାହୁ(କଳାହାଣ୍ଡି)ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥ ବନାଞ୍ଚଳ ଅଧୀନରେ ଆଜିକୁ ପ୍ରାୟ୧ ମାସ ହେଲା ୨୫ରୁ ଉର୍ଦ୍ଧ୍ବ ଜଙ୍ଗଲି ହାତୀ ରହିଥିବା ବେଳେ ପୋଖରୀବନ୍ଧ,ଲାଞ୍ଜିଗଡ଼ ରୋଡ଼, କୁମଖାଲ,ବନ୍ଧପାରି,ବିଶ୍ୱନାଥପୁର, ଚମ୍ପାଦେଇପୁର,ଲାଞ୍ଜି ଓ କାନକୁଟରୁ ଏହି ୮ ଗୋଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ନିୟମିତ ଭାବେ ବିଭିନ୍ନ ଲୋକଙ୍କ ଘର, ନଳକୂପ,ଶୈଚାଳୟ, ଧାନ, ମକା,ପନିପରିବା ଚାଷକୁ ନଷ୍ଟ କରି ଚାଲିଥିବା ବେଳେ ୧୬ ତାରିଖ ଶନିବାର ରାତିରେ ମୂଷାନାଳ ଫରେଷ୍ଟ ଅଧିନସ୍ଥ ଲାଞ୍ଜି […]

You May Like

Pin It on Pinterest