ହଁ,ମୁଁ ମମିତା ମେହେରକୁ ମର୍ଡର କରିଛି,ମୁଁ ହିଁ ମମିତାର ହତ୍ୟାକାରୀ…

ବଲାଙ୍ଗିର(ବିମଲ ଯୋଷୀ): “ହଁ, ମୁଁ ମମିତା ମେହେରକୁ ମର୍ଡର କରିଛି। ମୁଁ ହିଁ ମମିତାର ହତ୍ୟାକାରୀ ।ଗତ ୧୨ ଦିନ ଧରି ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନିଖୋଜ ମାମଲାକୁ ନେଇ ଚାଲିଥିବା ତୁମ୍ଭି ତୋଫାନର ଏକ ପ୍ରକାର ଯବନିକା ପଡ଼ିଛି ।ଏହା ପୂର୍ବରୁ ପୁଲିସ୍‌ କବଜାରେ ୪ ଦିନ ରହି ପାଟି ଫିଟାଉ ନ ଥିବା ଗୋବିନ୍ଦ ହଠାତ୍‌ ସବୁ ସତ ବଖାଣିବାର ରହସ୍ୟ କିଛି ବୁଝା ପାରୁ ନାହାନ୍ତି ସାଧାରଣ ଜନତା ।

ସନ୍‌ସାଇନ୍‌ ସ୍କୁଲରେ ଗୋବିନ୍ଦ ସାହୁର ରଙ୍ଗୀଲା ଅନୈତିକ ପ୍ରେମ ସମ୍ପର୍କରେ ଜାଣିଥିଲେ ଅଧ୍ୟକ୍ଷା ମମିତା ମେହେର। ଆଉ ସେହିକଥାକୁ ପ୍ରଘଟ କରିଦେବାକୁ ଦେଉଥିଲେ ଧମକ। ଯେଉଁଥିପାଇଁ ତାଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ ଗୋବିନ୍ଦ। ନିଜ କାର୍‌ ଭିତରେ ମମିତାଙ୍କୁ ହତ୍ୟା କରିଥିଲା,ଏହା ଥିଲା ତାର ଯୋଜନାବଦ୍ଧ ହତ୍ୟାକାଣ୍ଡ। ତେବେ ଏଠି ପ୍ରଶ୍ନ ଉଠୁଛି ତାଙ୍କୁ କାର୍‌ ଭିତରେ କେମିତି ହତ୍ୟା କରାଯାଇଛି? ଏହାର ଉତ୍ତରରେ ଡିଆଇଜି ଦୀପକ କୁମାର କହିଛନ୍ତି, ମମିତାଙ୍କୁ ଗଳା ଚିପି ହତ୍ୟା କରାଯାଇଛି କି ନାହିଁ, ତାହା ଉପରେ ତଦନ୍ତ ଚାଲିଛି।

ପୁଲିସ୍‌ ହେପାଜତରୁ ଖସି ପଳାଇଥିବା ଗୋବିନ୍ଦ ସାହୁ ଗତକାଲି ଗାଁ ପାଖ ଆଖୁବାରିରୁ ଧରା ପଡ଼ିବା ପରେ ଶେଷରେ ମାନିଯାଇଛି ସବୁ ସତ। ମମିତା ମିସିଂ ମିଷ୍ଟ୍ରି ଏବେ ମମିତା ମର୍ଡର ମିଷ୍ଟ୍ରିରେ ପରିଣତ ହୋଇଯାଇଛି।

ଡିଆଇଜିଙ୍କ କହିବା ଅନୁସାରେ ଗତ ୮ ତାରିଖରେ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ଡକାଇଥିଲା ଗୋବିନ୍ଦ। ତା’ପରେ ନିଜ କାର୍‌ରେ ଭବାନୀପାଟଣା ନେଇ ଯାଇଥିଲା। ସେଠାରୁ ସେମାନେ ଫେରୁଥିବା ବେଳେ ରାସ୍ତାରେ ନିଜ କାର୍‌ ଭିତରେ ମମିତାଙ୍କୁ ଗୋବିନ୍ଦ ହତ୍ୟା କରିଥିଲା। ହତ୍ୟା କରିବା ପରେ ମୃତଦେହକୁ ନିଜ ଗାଡ଼ିରେ ନେଇଆସିଥିଲା। ସନ୍ଧ୍ୟା ହେବା ପରେ ମହାଲିଙ୍ଗ ଷ୍ଟାଡିୟମ୍‌ରେ ମମିତାଙ୍କ ମୃତଦେହକୁ କାର୍ଡ଼ବୋର୍ଡ ଓ ଟାୟାରରେ ଜଳାଇ ଦେଇଥିଲା।

ତା’ ପର ଦିନ ସକାଳେ ପୋଡ଼ା ଯାଇଥିବା ମୃତଦେହକୁ ଗାତ ଖୋଳି ପୋତି ଦେଇଥିଲା। ଏହି ମାମଲାରେ ଗାତ ଖୋଳିଥିବା ଜେସିବି ଡ୍ରାଇଭରକୁ ଅଟକ ରଖାଯାଇଛି। ମାମଲାରେ ତା’ର ସମ୍ପୃକ୍ତିକୁ ତର୍ଜମା କରାଯାଉଛି ବୋଲି ଡିଆଇଜି ଦୀପକ କୁମାର କହିଛନ୍ତି। ଘଟଣାରେ ଆଉ କାହାରି ସଂପୃକ୍ତି ଅଛି କି ନାହିଁ ତଦନ୍ତ କରାଯାଉଛି। ଶୀଘ୍ର ଚାର୍ଜସିଟ୍ କରାଯାଇ ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ହେବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ରିମାଣ୍ଡରେ ନେବା ପାଇଁ ପୁଲିସ ଗୋବିନ୍ଦକୁ ବଙ୍ଗୋମୁଣ୍ଡା JMFC କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ୫ ଦିନ ପାଇଁ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି।୧୪ ତାରିଖରେ ଉକ୍ତ କାର୍‌କୁ ଜବତ କରିଥିଲା ପୁଲିସ। ଜବତ କାର୍‌ରୁ ମିଳିଥିଲା ଗୋଟିଏ ପାଉଁଜି, ପେଟ୍ରୋଲ ଜାର୍ । ଗତକାଲି ମୃତଦେହ ପୋତା ଯାଇଥିବା ସ୍ଥାନରୁ ଆଉ ଏକ ପାଉଁଜି ମିଳିଥିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଜେଲରୁ ମୁକ୍ତ ହେବା ପରେ,ଖରସ୍ରୋତା ସଂଗ୍ରାମ ସମିତି ପକ୍ଷରୁ ବରିଷ୍ଠ ବିଜେପି ନେତା ଶ୍ରୀ ଯୁକ୍ତ କୃଷ୍ଣଚନ୍ଦ୍ର ପଣ୍ଡାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା...

Wed Oct 20 , 2021
ଆଶିଷ ନାୟକ(ରାଜକନିକା):କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀର ଆଳି ଓ ରାଜକନିକା ବ୍ଲକ ର ମଧ୍ୟ ଭାଗରେ ଥିବା ଖରସ୍ରୋତା ନଦୀ ର ମଧୁର ପାନୀୟ ଜଳ ଯୋଗାଣ ପାଇଁ ଖରସ୍ରୋତା ସଂଗ୍ରାମ ସମିତି ପକ୍ଷରୁ ଆମରଣ ଅନଶନ ସହିତ ଆନ୍ଦୋଳନ ଜାରି ରହିଛି |ତେଣୁ ମେଗା ଇମ୍ଫା ସ୍ଟକଚର୍ ଆଦାନି କମ୍ପାନୀ କୁ ଭଦ୍ରକ ଜିଲ୍ଲା ଓ ବାଲେଶ୍ବର ଜିଲ୍ଲାକୁ ବଡ ବଡ ପାଇପ୍ ଯୋଗେ ଛାଡିବାକୁ ଓଡିଶା […]

You May Like

Pin It on Pinterest