ଜେଲରୁ ମୁକ୍ତ ହେବା ପରେ,ଖରସ୍ରୋତା ସଂଗ୍ରାମ ସମିତି ପକ୍ଷରୁ ବରିଷ୍ଠ ବିଜେପି ନେତା ଶ୍ରୀ ଯୁକ୍ତ କୃଷ୍ଣଚନ୍ଦ୍ର ପଣ୍ଡାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା…

ଆଶିଷ ନାୟକ(ରାଜକନିକା):କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀର ଆଳି ଓ ରାଜକନିକା ବ୍ଲକ ର ମଧ୍ୟ ଭାଗରେ ଥିବା ଖରସ୍ରୋତା ନଦୀ ର ମଧୁର ପାନୀୟ ଜଳ ଯୋଗାଣ ପାଇଁ ଖରସ୍ରୋତା ସଂଗ୍ରାମ ସମିତି ପକ୍ଷରୁ ଆମରଣ ଅନଶନ ସହିତ ଆନ୍ଦୋଳନ ଜାରି ରହିଛି |ତେଣୁ ମେଗା ଇମ୍ଫା ସ୍ଟକଚର୍ ଆଦାନି କମ୍ପାନୀ କୁ ଭଦ୍ରକ ଜିଲ୍ଲା ଓ ବାଲେଶ୍ବର ଜିଲ୍ଲାକୁ ବଡ ବଡ ପାଇପ୍ ଯୋଗେ ଛାଡିବାକୁ ଓଡିଶା ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବସୁଧା ଯୋଜନାରେ ୧୦୧୩ କୋଟି ଟଙ୍କା କୁ ମାତ୍ର ୮୯୨ କୋଟି ଟଙ୍କା ର ହିସାବ କିତାବ କରି ବ୍ୟୟ ଅଟକଳ ରେ ମେଗା ପାନୀୟର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରି ଛନ୍ତି |

ରାଜକନିକା ବ୍ଲକ ଅନ୍ତର୍ଗତ ଭାରିଗଦା ପଡିଆରେ ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଚାଲିଛି |ଏବଂ ଏହାକୁ ବିରୋଧ କରିଛନ୍ତି ଖରସ୍ରୋତା ବଂଚାଅ ସୁରକ୍ଷା ସଂଗ୍ରାମ ସମିତି ର ସମସ୍ତ କର୍ମକର୍ତ୍ତା ଓ ଉକ୍ତ ପ୍ରକଳ୍ପ କାର୍ଯ୍ୟ ବିରୋଧରେ କେନ୍ଦ୍ରାପଡା ଜିଲ୍ଲାପ୍ରଶାସନ, ୨୪ ଜଣ ଖରସ୍ରୋତା ସଂଗ୍ରାମୀ ଙ୍କୁ ରାତି ଅଧିଆ ପୋଲିସ ଘରେ ଘରେ ପସି ଗିରଫ କରି କୋର୍ଟ ଚାଲାଣ କରିଥିଲେ |

ସେମାନଙ୍କୁ ଜାମିନ ରେ ଖଲାସ୍ କରିଥିଲେ ଓଡିଶା ଉଚ୍ଚ ନ୍ୟାୟାଳୟ ର ବରିଷ୍ଠ ଆଇନଜୀବୀ ଶ୍ରୀ ଯୁକ୍ତ ଧରଣୀଧର ନାୟକ ଓ କ୍ଷୀରୋଦ ଚନ୍ଦ୍ର ରାଉତ ଏହି ସଂଗ୍ରାମୀ ମାନଙ୍କ ମଧ୍ୟରେ ଆଳିର ବରିଷ୍ଠ ବିଜେପି ନେତା ଶ୍ରୀ ଯୁକ୍ତ କୃଷ୍ଣ ଚନ୍ଦ୍ର ପଣ୍ଡା ଜେଲରୁ ମୁକ୍ତ ହୋଇଛନ୍ତି ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ କେନ୍ଦ୍ରାପଡା ଜିଲ୍ଲାର ବିଜେପି ସଭାପତି ଶ୍ରୀ ଯୁକ୍ତ କିଶୋର ଚନ୍ଦ୍ର ପଣ୍ଡା ତାଙ୍କ ସହିତ ବରିଷ୍ଠ ବିଜେପି ନେତା ଶ୍ରୀ ଯୁକ୍ତ ଦୋଳଗୋବିନ୍ଦ ନାୟକ ,ଭକ୍ତ ବନ୍ଧୁ ମିଶ୍ର, ବ୍ରଜସୁନ୍ଦର ଭୁୟାଁ ଙ୍କ ସହିତ ଶତାଧିକ ବିଜେପି ଦଳର ମହିଳା ଓ ପୁରୁଷ କର୍ମୀ ଉପସ୍ଥିତ ଥିଲେ ଏବଂ ପ୍ରଥମେ ଆଳିର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଲକ୍ଷ୍ମୀ ବରାହଜୀଉ ଙ୍କୁ ଦର୍ଶନ କରିଥିଲେ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭାରତ ଆଜି ଇତିହାସ ସୃଷ୍ଟି କରିବ: ୧୦୦ କୋଟି ଅତିକ୍ରମ କରିବ କୋଭିଡ ଟୀକାକରଣ....

Thu Oct 21 , 2021
ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ)କରୋନା ମହାମାରୀ ବିରୋଧରେ ଯୁଦ୍ଧରେ ଦେଶ ଏକ ବଡ଼ ସଫଳତା ହାସଲ କରିବାକୁ ଯାଉଛି। ଭାରତରେ ଟୀକାକରଣ ଆକଳନ ଆଜି ୧୦୦ କୋଟି ଅତିକ୍ରମ କରିବାକୁ ଯାଉଛି ଏବଂ ଏହି ଅବସରରେ ସାରା ଦେଶରେ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଚାଲିଛି। ଏପର୍ଯ୍ୟନ୍ତ କେବଳ ଚାଇନା ବିଶ୍ୱରେ ୧୦୦ କୋଟିରୁ ଅଧିକ ଟିକା ଦେଇଛି। ଏପର୍ଯ୍ୟନ୍ତ, ୧୮ ବର୍ଷରୁ ଅଧିକ ବୟସର ୭୫ ପ୍ରତିଶତ ଲୋକଙ୍କୁ ଟୀକା ର ପ୍ରଥମ […]

You May Like

Pin It on Pinterest