ଆଜିର ରାଶିଫଳ

ମେଷ: ଆଜିର କାମ ପାଇଁ ଅର୍ଥର ଅଭାବ ରହିବ ନାହିଁ ମାତ୍ର ବିଭିନ୍ନ ପ୍ରକାରର ସମସ୍ୟାରେ ମନ ଆନ୍ଦୋଳିତ ରହିପାରେ। ଅତୀତ ସ୍ମୃତି ରୋମନ୍ଥନ କରି କିମ୍ବା ମା’ଙ୍କ ସ୍ବାସ୍ଥ୍ୟ ସମସ୍ୟା ହେତୁ ଭାବପ୍ରବଣ ହୋଇପାରନ୍ତି। ଖୋଜୁଥିବା ଜିନିଷ ସୁବିଧାରେ ପାଇଯିବେ। ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ପ୍ରତିଦ୍ୱନ୍ଦ୍ୱିତା ଓ ଯାତ୍ରାରୁ ସୁଫଳ ପାଇବେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୪।

ବୃଷ: ନିତିଦିନିଆ କାମରେ ବାଧା ଉପୁଜିପାରେ। ବ୍ୟବସାୟ ସମ୍ବନ୍ଧରେ ବନ୍ଧୁଙ୍କ ସହ କଥାବାର୍ତ୍ତା ହେବେ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ମାଧ୍ୟମରେ ସାମୟିକ ବାଧା ସୃଷ୍ଟି କରିବ। ସାଧାରଣ କଥାରେ ମତାନ୍ତର ସହ କଥା କଟାକଟି ଜନିତ ଅଶାନ୍ତ ବାତାବରଣ ସୃଷ୍ଟି ହୋଇପାରେ। ଯାନବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

ମିଥୁନ:ପରିସ୍ଥିତି ପ୍ରତି ସଚେତନ ରହି କାମ କରିଚାଲିଲେ କୌଣସି ଅସୁବିଧା ହେବନାହିଁ। ପାରିବାରିକ ଜୀବନରେ ଉଚିତ ବୁଝାମଣା ରହିବା କାରଣରୁ ସାମୟିକ ଆଶ୍ୱସ୍ଥି ଲାଭ କରିବେ। ଶିଳ୍ପ, ବାଣିଜ୍ୟ, କଳା ସାହିତ୍ୟ ଓ ରାଜନୈତିକ ସ୍ତରରେ ସମସ୍ୟା ସମାଧାନ ହୋଇଯିବ। ଅପରାହ୍ନରେ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ। ଶୁଭରଙ୍ଗ: ଘିଅ ରଙ୍ଗ। ଶୁଭସ˚ଖ୍ୟା: ୩।

କର୍କଟ: ଭାଗ୍ୟ ଆପଣଙ୍କୁ ସହାୟକ ହେବ। ପେସାରେ ଆଗକୁ ବଢ଼ିବା ଲାଗି ନୂଆ ସୁଯୋଗ ମିଳିବ। ପରିବେଶିକ କୁପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ବ୍ୟତିକ୍ରମ ମଧ୍ୟରେ ଚଳିବାକୁ ପଡ଼ିପାରେ। ଜୀବନସାଥୀଙ୍କ ସହ ସଂପର୍କ ମଧୁର ହେବ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୬।

ସି˚ହ: ଆକସ୍ମିକ ସମସ୍ୟାଜନିତ ଟେନ୍ସନ ସୃଷ୍ଟି ହୋଇପାରେ। କୌଣସି କାମ ମଧ୍ୟ ଅଟକି ନ ରହିଲେ ମଧ୍ୟ ମନ ବିଚଳିତ ହେତୁ ଶାନ୍ତି ଭଗ୍ନ ହୋଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ନୂତନତ୍ୱ ଯୋଡ଼ି ପାରନ୍ତି। ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ। ଯାତ୍ରା ସମୟରେ ପ୍ରତ୍ୟେକ କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୪।

କନ୍ୟା: ଅଧୁରା କାମ ପୂରା ହେବ। ଭୂସ˚ପତ୍ତି କିଣିବାର ଯୋଗ ରହିଛି। ବନ୍ଧୁ ମିଳନ ସଙ୍ଗକୁ ବାଣିଜ୍ୟ, ବ୍ୟବସାୟ ସକାଶେ ଅନୁକୂଳ ପରିବେଶ ସୃଷ୍ଟିର ସୂଚନା ହାତେ ହାତେ ପାଇଯିବେ। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪।

ତୁଳା: ନୂଆଁ କାମ କରିବାର ନିଷ୍ପତ୍ତି ନେବେ। ଆର୍ଥିକ ଅଭିବୃଦ୍ଧି ସଙ୍ଗକୁ ବିଳାସବ୍ୟସନ ଓ ମନୋରନର ମଜା ଉଠାଇବେ। ଅପରାହ୍ନେ ଅପରର ମନଗଢ଼ା କଥା ଶୁଣି ମନକୁ ଭାରାକ୍ରାନ୍ତ କରିପାରନ୍ତି। ପାରିବାରିକ କ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ହିଁ ପାଇବେ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୩।

ବିଛା: ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ସମସ୍ୟାର ସମାଧାନ ଲାଗି ତୁରନ୍ତ ରାସ୍ତା ମିଳିବ। ସୁଯୋଗର ସଦ୍‌ ବ୍ୟବହାର କରି ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ପାରିବାରିକ, ଲୋକସମ୍ପର୍କ, ପରିବହନ କ୍ଷେତ୍ରରେ କିଛି ନା କିଛି ସମସ୍ୟା ଅବଶ୍ୟ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ୍ ଆଲୋଚନା ହୋଇପାରେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୨।

ଧନୁ: ଦିନସାରା ମୁହଁରେ ହସ ଲାଖିରହିବ। ବନ୍ଧୁଙ୍କ ଆତିଥ୍ୟ ସଙ୍ଗକୁ ନୂତନ ବସ୍ତ୍ରଭୂଷଣ ଯୋଗ ମଧ୍ୟ ରହିଛି। ପରିବାରର କୌଣସି ବ୍ୟତିକ୍ରମଜନିତ ସମସ୍ୟାକୁ ସୁଧାରି ନେବା ପାଇଁ ପ୍ରଯନତ୍ କରିପାରନ୍ତି। ଅଫିସ୍‌ରେ କୌଣସି ବନ୍ଧୁଙ୍କ କାର୍ଯ୍ୟଶୈଳୀକୁ ନାପସନ୍ଦ କରି ପରୋକ୍ଷ ସମାଲୋଚିତ ହେବାକୁ ପଡ଼ିପାରେ। ଶିଳ୍ପ, ବ୍ୟବସାୟ, ପ୍ରକାଶନ କ୍ଷେତ୍ରରେ ଶୁଭଫଳ ମିଳିବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୧।

ମକର: ଅଧିକତର ମାମଲାରେ ଆପଣ ବ୍ୟସ୍ତ ରହିବେ। ବ୍ୟବସାୟରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଆଲୋଚନା ହେବ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ। ପାରିବାରିକ କ୍ଷେତ୍ରର ବ୍ୟତିକ୍ରମ ବନ୍ଧୁଙ୍କ ମଧ୍ୟସ୍ଥତାରେ ସମାଧାନ ହୋଇଯିବ। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୫।

କୁମ୍ଭ: ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ। ବନ୍ଧୁଙ୍କ ମାଧ୍ୟମରେ କାମ ହାସଲ କରିପାରିବେ। ପାରିବାରିକ କ୍ଷେତ୍ରରେ କିଛିନା କିଛି ପ୍ରତିବନ୍ଧକ ଲାଗି ରହିବା ହେତୁ ନିରୁତ୍ସାହିତ ରହିପାରନ୍ତି। କର୍ମକ୍ଷେତ୍ରରେ ପୂର୍ବପ୍ରସ୍ତୁତିରେ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବାର ସମ୍ଭାବନା ରହିଛି। ବ୍ୟବସାୟ ଦିଗଟି ମନ୍ଦ ହେବନି କିନ୍ତୁ ପରିବହନରେ ସମସ୍ୟା ଦେଖାଦେବ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୩।

ମୀନ: ଜୀବନସାଥୀଙ୍କ ଠାରୁ ସହଯୋଗ ପାଇବେ। ଯିବାକୁ ଥିବା ଯାତ୍ରା ଲାଭଦାୟକ ହେବ। ବ୍ୟବସାୟ ବୃଦ୍ଧି ଲାଗି ଆପଣଙ୍କୁ ଭଲ ପରାମର୍ଶ ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୭।


ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କୋଣାର୍କ-ଭୁବନେଶ୍ୱର-ପୁନେ ଓ ବିଶାଖାପାଟଣା-ପୁନେ ଏକ୍ସପ୍ରେସ ଟ୍ରେନ ର ସାମୟିକ ମାର୍ଗ ପରିବର୍ତ୍ତନ

Fri Nov 8 , 2019
ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ : କେନ୍ଦ୍ରୀୟ ରେଳପଥର ୱାଡି-ପୁନେ ରେଳ ସେକ୍ସନର କାଲବୁର୍ଗୀ-ସଭାଲଗି ରେଳ ଷ୍ଟେସନରେ ଦୋହରୀକରଣ କାର୍ଯ୍ୟ ସମ୍ପାଦନ ନିମନ୍ତେ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଏବଂ ପୁନେ-ଏଲଟିଟି ରେଳ ସେକ୍ସନରେ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ପରିସୀମାରୁ ମୁମ୍ବାଇ ଯାତ୍ରାକରୁଥିବା ୦୩ଟି ଟ୍ରେନର ସାମୟିକ ଭାବେ ମାର୍ଗ ପରିବର୍ତ୍ତନ କରାଯାଇଅଛି I A. ନଭେମ୍ବର ମାସ ୨୦ ରୁ ୨୫ ତାରିଖ […]

You May Like

Pin It on Pinterest