
ଦେବକାନ୍ତ ମହାନ୍ତି (ଚାନ୍ଦବାଲି) ୨୨/୧୦-ମମିତା ମେହର ହତ୍ୟାକାଣ୍ଡ ଘଟଣାରେ ଚାନ୍ଦବାଲିରେ ଆଜି ସିପିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଶହ ଏକ ଶୋଭାଯାତ୍ରା କରାଯାଇଛି । ଚାନ୍ଦବାଲି ତହସିଲ କାର୍ଯ୍ୟାଳୟ ଆଗରେ ସିପିଆଇ ପକ୍ଷରୁ ଏକ ପ୍ରତିବାଦ ସଭାସହ ତହସିଲଦାରଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ୧୨ ଦଫା ଦାବୀ ପତ୍ର ପ୍ରେରଣ କରାଯାଇଛି ।
କଳାହାଣ୍ଡି ଜିଲ୍ଲାର ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟତ୍ରୀ ମମତା ମେହର ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ଗୋବିନ୍ଦସାହୁଙ୍କ ସହ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମାନେ ସପୃକ୍ତି ଥିବାରୁ ତାଙ୍କୁ ବହିସ୍କାର ପାଇଁ ଦାବୀ କରିଛି ସିପିଆଇ ।