
ବବିତା ସାମଲ(ଭଦ୍ରକ):ଭଦ୍ରକର ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ନିକଟସ୍ଥ ଧାମରା ରେଲୱେ ଓଭରବ୍ରିଜ ନିକଟରୁ ଗତକାଲି ମୋଟର ଭେଇକିଲ ଯାଞ୍ଚ ବେଳେ, ଗୋଟିଏ ବାଇକ ରେ ଯାଉଥିବା ତିନି ଜଣଙ୍କୁ ଅଟକାଇଥିଲା ପୋଲିସ ଏବଂ ଯାଞ୍ଚ ବେଳେ ୩୧୬ ଗ୍ରାମ୍ ବ୍ରାଉନ ସୁଗାର,ବ୍ରାଉନ, ସୁଗାର ଭରିବା ପାଇଁ ଉପଯୋଗୀ ୨୦୦ ଖାଲି ପ୍ୟାକେଟ,ତିନିଟି ମୋବାଇଲ, ଆଧାର କାର୍ଡ, ୪00 ଟଙ୍କା ଜବତ କରିଛି ଗ୍ରାମାଞ୍ଚଳ ପୋଲିସ |
ଜଣେ ମହିଳା ସମେତ ତିନି ଜଣଙ୍କୁ ଗିରଫ କରାଯାଇଛି | ଗିରଫ ବ୍ରାଉନ୍ସୁଗାର ମାଫିଆ ଙ୍କ ମଧ୍ୟରେ, ଚରମ୍ପା ବଉଳ ପୋଖରୀ ଗାଁର କପିଳ ମଲ୍ଲିକ(୨୨)ବର୍ଷ ଓ ଧନେଶ୍ୱର ମଲ୍ଲିକ(୨୬)ବର୍ଷ ଏବଂ ଯାଜପୁର ଜିଲ୍ଲା ବଡ଼ଚଣାର ସୂଂଗୁଡ଼ା ଗାଁର ଶ୍ରୀମତୀ ଟୁନି ନାୟକ(୩୩)ବର୍ଷ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭଦ୍ରକ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜିତେନ୍ ପଣ୍ଡା । ବ୍ରାଉନ୍ସୁଗାର କାରବାରର ଲିଙ୍କ ନେଇ ଛାନ୍ଭିନ୍ ଜାରି ରହିଛି ।