ବାସ୍ତବବ୍ୟୁରୋ:ମମିତା ମେହେର ହତ୍ୟା ଘଟଣାକୁ ନେଇ ସମ୍ବିତ ପାତ୍ରଙ୍କ ଜାତୀୟ ସାମ୍ବାଦିକ ସମ୍ମିଳନୀ । ବିଜେପି ରାଷ୍ଟ୍ରୀୟ ମୁଖ୍ୟ କାର୍ଯ୍ୟଳୟରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ସମ୍ବିତ ପାତ୍ର । ଏପରି ମର୍ମନ୍ତୁତ ସ୍ପର୍ଶକାତର ଘଟଣାକୁ ଜାତୀୟ ଗଣମାଧ୍ୟମ ଆଗରେ ରଖିଛନ୍ତି ଶ୍ରୀ ପାତ୍ର ।
ସମ୍ମିଳନୀରେ ଶ୍ରୀ ପତ୍ର ଅଭିଯୋଗ ଆଣିଛନ୍ତି କି, ଦେଶର ଯେ କୌଣସି ରାଜ୍ୟର କିଛିବି ଘଟଣା ହେଉ ବା ଅଘଟଣ ଘଟୁଛି ତାହା ଜାତୀୟ ଗଣମାଧ୍ୟମରେ ଖୁବ ଚର୍ଚ୍ଚା ହେଉଛି । ହେଲେ ଓଡ଼ିଶାରେ ହେଉଥିବା ଅନେକ ମହିଳା ଅତ୍ୟାଚାର ଘଟଣା ଜାତୀୟ ଗଣମାଧ୍ୟମରେ ଖବର ଆସୁନାହିଁ କାହିଁକି । ଏହି କାରଣରୁ ସେ ବିଜେପି ପକ୍ଷରୁ ଏହି ଜାତୀୟ ସମ୍ବାଦିକ ସମ୍ମିଳନୀ ଡାକିଥିଲେ ।
ସମସ୍ତ ଜାତୀୟ ଗଣମାଧ୍ୟମ ଏହି ମୁଦ୍ଦାକୁ ସାମନାକୁ ଆଣୁ । ଏବଂ ରାଜ୍ୟ ସରକାରଙ୍କୁ ଏ ପ୍ରଶ୍ନ ପଚାରୁ ଯେ ମନ୍ତ୍ରୀ ଏହି ଘଟଣାରେ ସଂପୃକ୍ତ ଥାଇ ମଧ୍ୟ କିପରି ବଞ୍ଚିଯାଇଛନ୍ତି । ଅନ୍ୟପଟେ ଏହି ଘଟଣା ସଂପର୍କରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ଜଣାଯାଇଛି । ବିଜେପିର 3 ଜଣିଆ ଟିମ୍ ଓଡିଶା ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ସେ ନିର୍ଦେଶ ଦେଇଛନ୍ତି ବୋଲି ପ୍ରେସ ମିଟ୍ ରେ କହିଛନ୍ତି ସମ୍ବିତ ପାତ୍ର ।
ତେବେ ତିନି ଜଣିଆ ଟିମ୍ ରେ ଅଛନ୍ତି ସାଂସଦ ସୁନିତା ଦୁଗ୍ଗଲ(ମହିଳା ମୋର୍ଚା ସଭାପତି), ରୁପା ମିତ୍ର ଚୌଧୁରୀ (ବିଜେପି ବିଧାୟକ), ଏବଂ ଏସ ଶ୍ରୀନିବାଶନ । ଏମାନେ ଓଡିଶା ଗସ୍ତ କରି ଜେପି ନଡ୍ଡାଙ୍କୁ ରିପୋର୍ଟ ଦେବେ ।



