ଦୀପାବଳି ରେ ଅର୍ଥାତ ଆସନ୍ତା ୪ତାରିଖ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ କେବଳ ସବୁଜ ବାଣ ଫୁଟାଇବାକୁ ମିଳିଲା ଅନୁମତି…

ବାସ୍ତବବ୍ୟୁରୋ(ଭୁବନେଶ୍ୱର):ଦୀପାବଳି ରେ ଅର୍ଥାତ ଆସନ୍ତା ୪ତାରିଖ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ମିଳିଲା ଅନୁମତି ।ହାଇକୋର୍ଟଙ୍କ ରାୟ ପରେ ଦୀପାବଳିରେ ସବୁଜ ବାଣ ବିକ୍ରି ଓ ଫୁଟାଇବାକୁ ନେଇ ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ଜାରି କରିଛନ୍ତି ଗାଇଡଲାଇନ୍ ।

ଏହାସହିତ ବାଣ ବିକ୍ରି ଓ ଫୁଟାଇବାକୁ ନେଇ ସୁପ୍ରିମକୋର୍ଟ, ହାଇକୋର୍ଟ ଓ ଏନଜିଟିଙ୍କ ନିର୍ଦ୍ଦେଶନାମାର ଉଲ୍ଲଘଂନ ହେଲେ ସମ୍ପୃକ୍ତ ଅଂଚଳର ପ୍ରଶାସନିକ ଅଫିସର ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି ସତର୍କ କରାଇ ଦେଇଛନ୍ତି । ରାତି ୧୦ ଟା ପରେ ବାଣ ଫୁଟାଇଲେ ଆଇନ ଅନୁଯାଇ ଦଣ୍ଡନୀୟ ହେବେ ।

ରାଜ୍ୟରେ ବାଣ ବିକ୍ରି ଓ ôଫୁଟାଇବାକୁ ନେଇ, ଏସଆରସି ପ୍ରଦୀପ କୁମାର ଜେନା ଆଜି ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରି କହିଛନ୍ତି ଯେ, ରାଜ୍ୟରେ ବିଭିନ୍ନ ଅଂଚଳରେ ଏବେବି କୋଭିଡ୍‌-୧୯ ସଂକ୍ରମଣ ସକ୍ରିୟ ରହିଛି । ଶୀତ ଦିନ ଆସୁଥିବାରୁ ବୃଦ୍ଧବୃଦ୍ଧା, ପିଲା ଓ ବହୁବିଧ ରୋଗରେ ପୀଡ଼ିତ ବ୍ୟକ୍ତିମାନେ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଦୀପାବଳି, ଛଟ୍ ପୂଜା ଓ କାର୍ତ୍ତିକ ପୂର୍ଣ୍ଣିମାରେ ସାଧାରଣତଃ ଲୋକମାନେ ବାଣ ଫୁଟାଇଥାନ୍ତି ।

ବାଣ ଫୁଟାଇବା ଦ୍ୱାରା ପରିବେଶ ପ୍ରଦୂଷିତ ହୋଇଥାଏ ଓ ଯାହାର ପ୍ରଭାବ ଉପରୋକ୍ତ ବର୍ଗର ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ । ଏହାସହିତ କୋଭିଡ୍ ସଂକ୍ରମିତ ବ୍ୟକ୍ତିମାନଙ୍କ ପାଇଁ ପ୍ରଦୂଷିତ ପରିବେଶ ଅଧିକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ମଧ୍ୟ ରହିଛି ।

ତେଣୁ ଦୀପାବଳି, ଛଟପୂଜା ଓ କାର୍ତ୍ତିକ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ବାଣ ବିକ୍ରି ଓ ଫୁଟାଇବା ପାଇଁ କେବଳ ସବୁଜ ବାଣ ବିକ୍ରି ଓ ଫୁଟାଇବାକୁ ଅନୁମତି ଦେଇଛନ୍ତି,ଏସଆରସି । ଏହି ବାଣ କେବଳ ସିଏସଆଇଆର-ଏନଇଇଆରଆଇ ଦ୍ୱାରା ନିର୍ଦ୍ଧାରିତ ଫର୍ମୂଲା ଆଧାରିତ ପ୍ରସ୍ତୁତ ହୋଇଥିବା ଜରୁରୀ ।

ଅନ୍ୟ ବାଣ ଗୁଡ଼ିକର ବିକ୍ରି ଓ ଫୁଟା ଉପରେ ସମ୍ପୂର୍ଣ୍ଣ କଟକଣା ବଳବତ୍ତର ରହିବ। ଯେଉଁ ବ୍ୟବସାୟୀ ଓ ଡିଲରମାନେ ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ ସେଫଟି ଅର୍ଗାନାଇଜେସନ (ପିଇଏସଓ) ପ୍ରମାଣପତ୍ର ରଖିଥିବେ, ସେମାନଙ୍କର ଷ୍ଟକକୁ ଯାଂଚ କରାଯିବା ପରେ ସେମାନଙ୍କୁ ଏହି ବାଣ ବିକ୍ରି ପାଇଁ ଅନୁମତି ଦିଆଯିବ। ସମ୍ପୃକ୍ତ ପିଇଏସଓ ପ୍ରମାଣଧାରୀମାନେ ନିଜର ପ୍ରମାଣପତ୍ରକୁ ସ୍ଥାନୀୟ ପ୍ରଶାସନ ଓ ପୁଲିସ କମିଶନରଙ୍କ ନିକଟରେ ଦାଖଲ କରି ସବୁଜ ବାଣ ବିକ୍ରି ପାଇଁ ଅନୁମତି ନେଇପାରିବେ । ଯେଉଁମାନଙ୍କ ପାଖରେ ପିଇଏସଓ ପ୍ରମାଣପତ୍ର ନଥିବ ସେହି ବ୍ୟବସାୟୀମାନେ ବାଣ ବିକ୍ରି କରିବାକୁ ଅନୁମତି ପାଇପାରିବେ ନାହିଁ ।

ସେହିପରି ଯେଉଁ ରିଟେଲରମାନେ ଇଣ୍ଡିଆନ ଏକ୍ସପ୍ଲୋସିଭ୍ ଆକ୍ଟ-୧୯୪୮ ଅନ୍ତର୍ଗତ କର୍ତ୍ତୃପକ୍ଷଙ୍କଠୁ ଲାଇସେନ୍ସ ପାଇଥିବେ ସେମାନେ ମଧ୍ୟ ସବୁଜ ବାଣ ବିକ୍ରି କରିପାରିବେ । ରିଟେଲରମାନେ କେବଳ ସେମାନଙ୍କୁ ଆବଣ୍ଟିତ ସ୍ୱତନ୍ତ୍ର ଅଂଚଳରେ ଏହି ସବୁଜ ବାଣ ବିକ୍ରି କରିପାରିବେ। ଇଣ୍ଟରନେଟରେ ସବୁଜ ବାଣ ବିକ୍ରି ଉପରେ କଟକଣା ରହିଛି । ହୋଲସେଲ ଓ ରିଟେଲରଙ୍କୁ ଓରିଜିନାଲ ଇନଭଏସ ଦେଖାଇବାକୁ ପଡ଼ିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଧନତେରସରେ ଆପଣଙ୍କ ରାଶିରେ,ଜ୍ୟୋତିଷଙ୍କଠାରୁ ଜାଣନ୍ତୁ କ’ଣ କିଣିବା ଶୁଭ ହେବ?

Tue Nov 2 , 2021
ଜ୍ୟୋତିର୍ବିଦ୍,ବାସ୍ତୁକାର-ଡ଼.ନବକିଶୋର ମିଶ୍ର ମଙ୍ଗଳବାର ଦିନ ଧନତେରସ ଙ୍କ ସହ ଦୀପାବଳି ଆରମ୍ଭ ହୋଇଛି। ଏହି ଦିନ ଆୟୁର୍ବେଦର ପିତା ଧନନ୍ତରୀଙ୍କ ଜନ୍ମ ବାର୍ଷିକୀ ଶ୍ରଦ୍ଧା ଓ ଉଲ୍ଲାସର ସହ ପାଳନ କରାଯାଏ । ପରମ୍ପରା ଅନୁଯାୟୀ ଧନତେରସ ରେ, କିଣା କିଣି ସହ ଧନ ଦେବତା କୁବେର, ମା ଲକ୍ଷ୍ମୀ, ଧନ୍ଵନ୍ତରୀ ଏବଂ ଯମରାଜଙ୍କୁ ପୂଜା କରାଯାଏ ଓ ସୁଖ ଓ ସମୃଦ୍ଧତା ପାଇଁ ପ୍ରାର୍ଥନା କରାଯାଏ । ଏଥର […]

You May Like

Pin It on Pinterest