
ଲଡୁଗାଁ ସହର ରେ ଦେଖାଦେଲେ ୩ ଭାଲୁ
ଦୀପକ କୁମାର ସାହୁ(କଳାହାଣ୍ଡି) ଖାଦ୍ୟ ଅନ୍ୱେଷଣରେ ସହର ମୁହାଁ ଜଙ୍ଗଲି ଭାଲୁ ।କଳାହାଣ୍ଡି ଜିଲ୍ଲା-କୋକସରା ବ୍ଲକ ଲଡୁଗାଁ ସହରରେ ଗତ ବିଳମ୍ବିତ ରାତିରେ ୩ ଭାଲୁ ପଶି ଆସିଥିବା ଦେଖିବାକୁ ମିଳିଛି ।
ତେବେ ଭାଲୁ ସହର ମଧ୍ୟରେ ପଶି ଆସିବା ପରେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ୩ ଭାଲୁ ମଧ୍ୟରେ ଗୋଟିଏ ବଡ଼ ଓ ୨ ଟି ଛୋଟ ଛୁଆ ଭାଲୁ ଥିବା ଜଣାପଡିଛି । ତେବେ ଏହି ଘଟଣାଟି ସହରରେ ପ୍ରଥମ ହୋଇଥିବା ଯୋଗୁଁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି ।ପରେ ଭାଲୁ ନିକଟବର୍ତ୍ତୀ ପାହାଡ଼କୁ ଚାଲି ଯାଇଥିବା ସୂଚନା ମିଳିଛି ।ତେବେ ଜଙ୍ଗଲ ବିଭାଗ ଲୋକଙ୍କ ସୁରକ୍ଷା ପାଇଁ ସତର୍କ ଦୃଷ୍ଟି ଦେବାକୁ ଲଡୁଗାଁ ଅଞ୍ଚଳବାସୀ ଦାବି କରିଛନ୍ତି।




