- ଚାନ୍ଦବାଲି ନିକଟସ୍ଥ ବୈତରଣୀନଦୀର ମୁଆଁଘାଟରେ କୁମ୍ଭୀର ଆତଙ୍କ।
- ଡଙ୍ଗା ଥିବାରୁ ଅଳ୍ପକେ ବର୍ତ୍ତିଲେ ୪ମତ୍ସ୍ଯଜିବୀ ।

ଦେବକାନ୍ତ ମହାନ୍ତି (ଚାନ୍ଦବାଲି):୫\୧୧-ଗତକାଲି ଅମାବାସ୍ଯା ତିଥି ଥିବାରୁ ସମୁଦ୍ର ଜୁଆରରେ ଫୁଲି ଉଠିଥିଲା ଚାନ୍ଦବାଲି ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ବୈତରଣୀନଦୀ, ଏପରିକି ଦୈନନ୍ଦିନ ପରି ମୁଆଁଗାଁର ମତ୍ସ୍ଯଜିବୀମାନେ ରାତିପ୍ରାୟ ୯ଟା ସମୟରେ ଏକ ଡଙ୍ଗା ନେଇ ନଦୀକୁ ଯାଇଥିଲେ ମାଛ ମାରିବା ପାଇଁ। ହେଲେ ଆଜି ସକାଳୁ ନଦୀରେ ମତ୍ସ୍ଯଜିବୀମାନେ ଜାଲ ମାରୁଥିବା ବେଳେ ହଠାତ ଦେଖିବାକୁ ପାଇଥିଲେ ୧୫\୧୬ଫୁଟର କୁମ୍ଭୀର।
କୁମ୍ଭୀର ଏପରି ହିଂସ୍ର ଥିଲା ସେମାନଙ୍କ ପାଟି ଶୁଣି କୁମ୍ଭୀର ବାରମ୍ବାର ଝାମ୍ଫ ମାରିଥିଲା। କୁମ୍ଭୀରକୁ ଘୋଉଡାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ଯ କୁମ୍ଭୀର ସେ ସ୍ଥାନ ଛାଡି ଯାଇନଥିଲା। ଫଳରେ ମତ୍ସ୍ଯଜିବୀମାନେ ଜୀବନ ବଞ୍ଚାଇବାକୁ ଯାଇ ନଦୀରେ ଜାଲ ଛାଡି ଡଙ୍ଗା ନେଇ ପଳାଇ ଆସିଥିବା କହିଛନ୍ତି। ଗତକିଛିଦିନ ହେଲା ଚାନ୍ଦବାଲି ଠାରୁ ଧାମନଗର ଗାନ୍ଧିଘାଟ ଦୀର୍ଘ ୨୦\୨୫କିମି ନଦୀରେ ସନ୍ତରଣ କରିବା ସହ ହିଂସ୍ର ହୋଇ ଖାଦ୍ଯ ଅନେଶୋଣରେ କେତେବେଳେ ଗୃହପାଳିତ ପଶୁ ତ ଆଉ କେତେବେଳେ ମଣିଷଙ୍କୁ ଝାମ୍ଫି ନେଉଛି କୁମ୍ଭୀର। କେବଳ ସଚେତନତା ଫଳକ ମାରି ଚୁପ ବସିଛି ବନଖଣ୍ଡ ବିଭାଗ ।



