
ବବିତା ସାମଲ(ଭଦ୍ରକକଲେଇ)କଲେଇ ଗ୍ରାମ ପଂଚାୟତ ର ବଳଭଦ୍ର ପୁର ରସିକାବାଜ ଗ୍ରାମ ରେ ଗତ ୧ ତାରିଖ ଦିନ ଅଗ୍ନିକାଣ୍ଡ ଘଟିଥିବା ପରିବାରକୁ ସହାୟତା ପାଇଁ ପହଁଚିଲେ ସ୍ବେଛାସେବୀ ସଂଗଠନ ।ସୂଚନା ମୁତାବକ ଆଗି୍ନିକାଣ୍ଡରେ ଉକ୍ତ ଗ୍ରାମ ର ରମାକାନ୍ତ ସାହୁ ଓ ଜୟପ୍ରକାଶ ସାହୁ ଙ୍କ ଘରେ ଅଚାନକ ଦିନ ଦିପହର ପ୍ରାୟ ୨ ଟା ସମୟରେ ନିଆଁ ଲାଗିଥିବା ଘର ଲୋକ ଦେଖିଲେ ହେଲେ ସେତେବେଳକୁ ନିଆଁ ଆଉ ଆୟତ ରେ ନଥିଲା ଯେଉଁ କାରଣ ରୁ ଘରୁ ସୁତା ଖିଅ ଟେ ମଧ୍ୟ ଉଦ୍ଧାର କରାଯାଇପାରିନାହିଁ।ଯାହା ଫଳ ରେ ଉକ୍ତ ପରିବାର ଦ୍ୱୟ ବହୁ ଅସୁବିଧାର ରେ ଅଛନ୍ତି ।
ଏପରି ଅଘଟଣା ହେଲା ପରେ ଉକ୍ତ ଗ୍ରାମପଂଚାୟତ ର ସରପଞ୍ଚ ଏବଂ ଆର.ଆଇ ଅନୁସନ୍ଧାନ କରିଥିଲେ ଓ ପଞ୍ଚାୟତ ବାସି ମଧ୍ୟ ସହାୟତା ଯୋଗାଇଦେଇଥିଲେ |ବିଭିନ୍ନ ସମାଜସେବା ସଙ୍ଗଠନ ଙ୍କ ପକ୍ଷ ରୁ ଖାଦ୍ୟ ରାସନ ଜିନିଷ ଓ ପାଲ ର ସହାୟତା ରେ ଜୀବନ କାଟୁଛନ୍ତି ଉକ୍ତ ପରିବାର। ଉକ୍ତ ପରିବାର ଙ୍କ ପାଖରେ ପହଞ୍ଚିଥିଲେ ସ୍ବେଛାସେବୀ ସଂଗଠନ ସହିଦ ଭଗତ ସେନା ଏବଂ ସୋସିଆଲ ସର୍ଭିସ ଟୁ ମେନକାଇଣ୍ଡର ସଦସ୍ୟ ମାନେ ଏବଂ ଘରର ସମସ୍ତ ଆସବାପତ୍ର ପୋଡ଼ି ଜାଇଥିବାରୁ ପିନ୍ଧିବା ପାଇଁ ଲୁଗା ଓ ରାସନ ସାମଗ୍ରୀ ବଣ୍ଟନ କରିଥିଲେ |କିନ୍ତୁ ପ୍ରଶାସନ ପକ୍ଷରୁ ସରକାରୀ ସାହାଯ୍ୟ ଅପେକ୍ଷା ରେ ଚାହିଁ ବସିଛନ୍ତି ଉକ୍ତ ପରିବର ତେବେ ଦେଖୀବାକୁ ବାକିରହିଲା କେବେ ସରକାରୀ ସହାୟତା ମିଳୁଛି ଅଗ୍ନିବିପନ୍ନଙ୍କୁ |