
ବାସ୍ତବବ୍ୟୁରୋ:କେନ୍ଦ୍ରାପଡା) ପଂଚାୟତ ନିର୍ବାଚନ ଯେତେ ଯେତେ ପାଖେଇ ଆସୁଛି, ସେତେ ସେତେ ଶୀତରେ ବି ଗରମ ଭରିଲାଣି ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ |ଏହି ପରିପେକ୍ଷୀରେ ରାଜନଗର ରାଜନୀତିରେ କଡ ଲେଉଟାଇଲେଣି ସାଧାରଣ ଭୋଟର |ବୁଝିଲେଣି ହାତୀ ଦେବି ଘୋଡା ଦେବିର ରାଜନୀତିକୁ | ଏହି ପରିପେକ୍ଷିରେ ରାଜନଗର ନିର୍ବାଚନ ମଣ୍ଡଳୀର,ରାଜନଗର ବ୍ଲକ ଡେରା ପଂଚାୟତରେ ଅନୁଷ୍ଠିତ ହୋଇଯାଇଛି ବିଜେପିର ମିଶ୍ରଣ ପର୍ବ |ଏହି ମିଶ୍ରଣ ପର୍ବ ମଣ୍ଡଳ ସଭାପତି ଦିଲ୍ଲୀପ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା |

ଏହି ମିଶ୍ରଣ ପର୍ବରେ ପ୍ରାକ୍ତନ ବିଧାୟକ ତଥା ବିଜେପି ନେତା ଅଲେଖ କୁମାର ଜେନା ଯୋଗଦେଇ,ରାଜନଗର ନିର୍ବାଚନ ମଣ୍ଡଳୀରେ ରାସ୍ତା ଘଟ ଠାରୁ ଆରମ୍ଭ ହୋଇ ଗଛରେ ପତ୍ର ପର୍ଯନ୍ତ କିପରି ହରିଲୁଟ ହେଉଛି, ତାହା ସମସ୍ତଙ୍କ ନଜରକୁ ଆଣିବା ସହ, ସାଧାରଣ ଜନତାଙ୍କ ବିଶ୍ୱାସ ସହ ଖେଳୁଥିବା ଦଲାଲ ମାନଙ୍କୁ କେବେ ଈଶ୍ୱର କ୍ଷମା କରିବେନି ବୋଲି ମତ ପୋଷଣ କରିଥିଲେ |

ଶ୍ରୀ ଜେନା ଆହୁରିମଧ୍ୟ କହିଥିଲେକି ମମିତା ମେହେର ହତ୍ୟାକାରିକୁ ସୁରକ୍ଷା ଦେଉଥିବା ସରକାରକୁ ଆଗାମୀ ଦିନରେ ରାଜ୍ୟବାସୀ ଉଚିତ ଶାସ୍ତି ଦେବେ |ଏହି ମିଶ୍ରଣ ପର୍ବରେ ସୁନାକାର ପ୍ରଧାନ,ତପନ ମଣ୍ଡଳ,ବିଜୟ ବାଳ,ପ୍ରଦୀପ ଦାସ,ଦିଲୀପ ପାତ୍ର,କୈଳାସ ପରିଡା,ସଞ୍ଜୟ ମହାନ୍ତି କୃଷ୍ଣ ବେହେରା, ସୁମିତ୍ରା ରାଉତ,ପ୍ରଭାକର ବେହେରା,ବିଶ୍ୱନାଥ ଦାସ,ଚନ୍ଦନସ୍ଵାଇଁ ଙ୍କ ଉପସ୍ଥିତିରେ କଂଗ୍ରେସ ବିଜେଡ଼ିକୁ ବାୟ ବାୟ କରିଥିବା ବିଚିତ୍ର ସ୍ୱାଇଁ,ଯାମିନୀ ପରିଡା,ବିନୋଦ ବେହେରା,ନାଆଳୁ ବେହେରା,କୈଳାଶ ପ୍ରଧାନ,ନିଗମାନନ୍ଦ ସାହୁ,ଓ ରଞ୍ଜନ ସାହାଣୀଙ୍କ ସହ ୨୦ରୁ ଅଧିକ ବିଜେପିରେ ସାମିଲ ହୋଇଥିଲେ |




