ଆସନ୍ତା ୨୯ ନଭେମ୍ବର ମାସା ଆର୍ମୀ ପକ୍ଷରୁ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା…

ବାସ୍ତବବ୍ୟୁରୋ(ମୟୁରଭଞ୍ଜ)ସାନ୍ତାଳୀ ଭାଷା କୁ ଓଡିଶା ର ଦ୍ବିତୀୟ ରାଜ ଭାଷା ସହିତ ଭାଷା ଭୀତିକ ସଂଖ୍ୟାଲଘୁ ମାନ୍ୟତା ଏବଂ ମୁଣ୍ଡାରୀ,ଭୂମିଜ ଓ ହୋ ଭାଷା କୁ ସମ୍ବିଧାନ ର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ଦାବିରେ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମାସା ଆର୍ମୀ ପକ୍ଷରୁ ଆସନ୍ତା ୨୯ ନଭେମ୍ବର ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଘୋଷଣା କରାଯାଇଛି l ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ କୁ ସଫଳ କରିବା ପାଇଁ ଆଜି ମାସା ଆର୍ମୀ ର ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡି ଙ୍କ ନେତୃତ୍ବ ରେ ବାରିପଦା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l

ଏଥିରେ ମାସା ଆର୍ମୀ ର ଜିଲ୍ଲା ସଭାପତି ମୁକେଶ ମାରାଣ୍ଡି,ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ବାସ୍କେ,ଜିଲ୍ଲା ସମ୍ପାଦକ ପଦ୍ମଲୋଚନ ମୁର୍ମୁ,ସାଉନା ମୁର୍ମୁ,ହରି ସିଂ,ଗଜେନ୍ଦ୍ର ମୋଢେଇ,ସୁରେଶ ହେମ୍ବ୍ରମ,ବାଗେ ହେମ୍ବ୍ରମ,ଲାଲୁ ପ୍ରସାଦ ମୁର୍ମୁ ପ୍ରମୁଖ ବୈଠକ ରେ ସାମିଲ ଥିଲେ l ଦୁଖର କଥା ହେଲା ସାନ୍ତାଳୀ ଭାଷା ହେଲା ସମ୍ବିଧାନ ଶିକୃତି ପ୍ରାପ୍ତ ଭାଷା ଏହି ଭାଷା କୁ ଝାଡ଼ଖଣ୍ଡ,ପଶ୍ଚିମବଙ୍ଗ ସରକାର ଦ୍ବିତୀୟ ରାଜ ଭାଷାର ମାନ୍ୟତା ଦେଇଥିବା ବେଳେ ଓଡ଼ିଶା ସରକାର ଏ ପର୍ଯ୍ୟନ୍ତ ଏହି ଭାଷା କୁ ଦ୍ବିତୀୟ ରାଜ ଭାଷାର ମାନ୍ୟତା ପ୍ରଦାନ କରି ନାହିଁ l ଓଡିଶା ରାଜ୍ୟ ମୟୂରଭଞ୍ଜ ରୁ ସୃଷ୍ଟି ହୋଇଥିବା ଭାଷାକୁ ଏ ପର୍ଯ୍ୟନ୍ତ ଦ୍ବିତୀୟ ରାଜ ଭାଷାର ମାନ୍ୟତା ପ୍ରଦାନ ନ କରିବା ହେଉଛି ଦୁର୍ଭାଗ୍ୟ ଜନକ କଥା l

ପୂର୍ବରୁ ବହୁବାର ଦାବି ସ୍ବତ୍ତେ ସରକାର ଏହି ଦାବି କୁ ଏ ପର୍ଯ୍ୟନ୍ତ ମାନି ନ ଥିବାରୁ ଦାବି ହାସଲ ନିମନ୍ତେ ମୟୂରଭଞ୍ଜ ବନ୍ଦ ଡାକରା ଦିଆ ଯାଇଛି l କାରଣ ଆଦିବାସୀ ମାନଙ୍କର ଭାଷାର ବିକାଶ ହେଲେ ଆଦିବାସୀ ମାନଙ୍କର ବିକାଶ ହୋଇପାରିବ l ଏହି ବନ୍ଦ ରେ Emergency ସେବା କୁ ବାଦ ଦେଇ ସମସ୍ତ ଅଖ,ଚକ,ଦୋକାନ ବଜାର,ସ୍କୁଲ କଲେଜ,କୋଟ କଚେରି,ସମସ୍ତ ସରକାରୀ ଅଫିସ ଶାନ୍ତି ଶୃଙ୍ଖଳା ଭାବରେ ବନ୍ଦ କରାଯିବ l ଏହି ବନ୍ଦରେ ସମସ୍ତ ଆଦିବାସୀ ସଂଗଠନ ମାନଙ୍କୁ ସାମିଲ ହେବା ପାଇଁ ଆହ୍ୱାନ କରା ଯାଇଛି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲିବ୍ଲକର ତୋଟାପଡା ଓ ବଜରାପୁର ଫଚାୟତରେ ବିଜେଡ଼ିର ମିଶ୍ରଣ ପର୍ବ - ଶଂଖ ଧରିଲେ ୪୪ ପରିବାର

Wed Nov 10 , 2021
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ୧୦/୧୧-ଚାନ୍ଦବାଲି ବ୍ଲକର ତୋଟାପଡା ଓ ବଜରାପୁର ପଂଚାୟତରେ ବିଜେଡ଼ି ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏହି ମିଶ୍ରଣ ପର୍ବରେ ଚାନ୍ଦବାଲି ବ୍ଲକର ଦୁଇ ପଂଚାୟତର ୪୪ ପରିବାର ମୁଖ୍ୟମନ୍ତ୍ରୀଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡ଼ି ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ଏଥିନେଇ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାଏ ସେମାନଙ୍କୁ ଦଳୀୟ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ବାଗତ […]

You May Like

Pin It on Pinterest