କଂଗ୍ରେସର ବନ୍ଦ ଡାକରା ସମ୍ଭଧୀୟ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ- ଅଖ ଓ ଚକ ବନ୍ଦ ଏକ ବେଆଇନ୍ କାମ ଜୋର ଜବରଦସ୍ତି କାହାରିକୁ ବନ୍ଦ କରିପାରିବେ ନାହିଁ…

ବାସ୍ତବବ୍ୟୁରୋ(ଭୁବନେଶ୍ୱର):ଆସନ୍ତା କଲି କଂଗ୍ରେସର ବନ୍ଦ ଡାକରାକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ମମିତା ମେହେର ହତ୍ୟା ମାମଲାରେ ଆସନ୍ତାକାଲି ଅର୍ଥାତ ନଭେମ୍ବର ୧୨ ତାରିଖରେ ୬ ଘଣ୍ଟିଆ ଓଡ଼ିଶା ବନ୍ଦର ଘୋଷଣା କରିଥିଲା କଂଗ୍ରେସ ।କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ହରତାଳ କରି ପାରିବେ ହେଲେ,ବନ୍ଦ କରାଯାଇ ପାରିବ ନାହିଁ ବୋଲି ଆଜି ହାଇକୋର୍ଟ କହିଛନ୍ତି।ହାଇକୋର୍ଟ ସିଧାସିଧା କହିଛନ୍ତି ଯେ, ଜୋର ଜବରଦସ୍ତି କାହାରିକୁ ବନ୍ଦ କରିପାରିବେ ନାହିଁ ।

କଂଗ୍ରେସ ର ୬ ଘଣ୍ଟିଆ ଓଡ଼ିଶା ବନ୍ଦର ଘୋଷଣାରେ, ସାରା ଓଡ଼ିଶାରେ ଦୋକାନ,ବଜାର ବନ୍ଦ କରିବାକୁ ଡାକରା ଦିଆ ଯାଇଥିଲା ।ହେଲେ ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କଟକର ଜଣେ ବ୍ୟବସାୟୀ । ହାଇକୋର୍ଟ ଶୁଣାଣି ପାଇଁ ଆଜି ଅପରାହ୍ଣ ୪ଟା ସମୟ ଧାର୍ଯ୍ୟ କରିଥିଲେ। ଶୁଣାଶି କରି ହାଇକୋର୍ଟ କହିଛନ୍ତି ଯେ, ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶାନାମା ରହିଛି, ଯେଉଁ ଆଧାରରେ କୌଣସି ପ୍ରକାରରେ ଜବରଦସ୍ତି ବନ୍ଦ କରାଯାଇପାରିବ ନାହିଁ। ତେଣୁ ବନ୍ଦ ବଦଳରେ କେବଳ ହରତାଳ କରିପାରିବେ ।

ହାଇକୋର୍ଟ ଆହୁରି କହିଛନ୍ତି, କୌଣସି ଗାଡ଼ିମୋଟର ଅଟକାଇ ପାରିବେ ନାହିଁ। ଏପରିକି ରେଳ ରୋକ କିମ୍ବା ରାସ୍ତାରୋକ କରାଯାଇ ପାରିବ ନାହିଁ। ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶାନାମା ଅନୁଯାୟୀ, ଅଖ ଓ ଚକ ବନ୍ଦ ଏକ ବେଆଇନ୍ କାମ ବୋଲି ହାଇକୋର୍ଟ କହିଛନ୍ତି।

ହାଇକୋର୍ଟଙ୍କ ଶୁଣାଣି ସମୟରେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳ, କମିଶନରେଟ୍ ପୁଲିସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଡିଜିପି ପୁଲିସ୍ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତେ ଭର୍ଚୁଆଲୀ ଉପସ୍ଥିତ ରହିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ବଂଶଡା ଥାନା ଅନ୍ତର୍ଗତ ପନ୍ଚୁଟିକ୍ରୀରେ ଜବର ଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା...

Thu Nov 11 , 2021
ବଂଶଡା ଥାନା ଅଧିନ ପଞ୍ଚୁଟିକ୍ରୀରେ ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା,ତହସିଲଦାର ଫେରୀ ଯାଅ ନାରା ଦେଲେ ସ୍ଥାନୀୟ ବାସୀ, ସରକାରୀ ଜମି ସହିତ ସ୍ଥିତିବାନ ଜମିରେ ଥିବା ଦୋକାନ ଗୃହ ଭଙ୍ଗିଲା ପ୍ରଶାସନ l ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୧୧/୧୧-ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅଧିନ ବାଂଶଡା ଥାନା ପଞ୍ଚୁଟିକ୍ରୀ ମହାଦେବ ପଡ଼ିଆରେ ଥିବା ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା ଦେଖା ଦେଇଛି। ସେଠାରେ ଥିବା ସରକାରୀ ଜମି ସହିତ ସ୍ଥିତିବାନ ଜମିରେ […]

You May Like

Pin It on Pinterest