
ତ୍ରିନାଥ ବାରିକ(ସତ୍ୟବାଦୀ) ପୁରୀ ଜିଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି।୧୧ ବ୍ଲକ ରୁ ୯୯ ଜଣ ଛାତ୍ରଛାତ୍ରୀ ଓ ୭୭ ଜଣ ଗାଇଡ଼ ଶିକ୍ଷକ ଅଂଶ ଗ୍ରହଣ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ,ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧ୍ୟକ୍ଷ ଶ୍ରୀ ଚଣ୍ଡେଶ୍ୱର ମହାପାତ୍ର ,ଜିଲ୍ଲା ସୂଚନା ଲୋକସମ୍ପର୍କ ବିଭାଗ ଅଧିକାରୀ ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହିମାଂଶୁ ଶେଖର ସମର୍ଥI ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀଣି ମମିତା ମିଶ୍ର କାର୍ଯ୍ୟକ୍ରମ ରେ ସଭାପତି ତ୍ୱ କରିଥିଲେ।ପ୍ରତିଯୋଗିତା ମନଭାଵ ଛାତ୍ରଛାତ୍ରୀ ଙ୍କୁ ସଫଳତା ର ଶୀର୍ଷ ରେ ପହଞ୍ଚାଇଥାଏ ବୋଲି ଅତିଥି ମାନେ ମତ ଦେଇଥିଲେ।ଛାତ୍ରଛାତ୍ରୀ ଙ୍କ ଠାରେ ରହିଥିବା ବହୁମୁଖୀ ପ୍ରତିଭାର ବିକାଶ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଉଦ୍ୟମ କରିବା ଉଚିତ।
କାର୍ଯ୍ୟକ୍ରମ ସଂଯଜକ ବରଦା ପ୍ରସନ୍ନ ରାଉତ,ବିଚିତ୍ରନନ୍ଦ ଜେନା,କାର୍ତ୍ତିକେଶ୍ୱର ପ୍ରଧାନ,କମଳା ରଥ,ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମ ସମସ୍ତ ମଣ୍ଡଳ ଶିକ୍ଷାଧିକାରୀ ତଥା ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଯୋଗ ଦେଇଥିଲେ।ଶେଷରେ ସମଗ୍ର ଶିକ୍ଷା ତରଫରୁ ବକୃତା,ପ୍ରବନ୍ଧ,ସଙ୍ଗୀତ, ଚିତ୍ରଙ୍କନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସଫଳ ହୋଇଥିବା ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ।