
- ରାହାସ ପୂର୍ଣ୍ଣିମାରେ ହରଗୌରୀ ବେଶରେ ଦର୍ଶନ ଦେବେ ବାବା…
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୧୫/ ୧୧-ପବିତ୍ର ପଞ୍ଚକବ୍ରତ ପାଇଁ ଉତ୍ସବମୁଖର ହୋଇ ଉଠିଛି ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର, ଚଳିତବର୍ଷ କୋଭିଡ କଟକଣା ଅନୁଯାୟୀ ମନ୍ଦିରରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପାଇଁ ପ୍ରଶାସନ ପକ୍ଷରୁ ଏସୋପି ଜାରି କରାଯାଇଛି। ସେହିପରି ଆଗନ୍ତୁକ ଶ୍ରଦ୍ଧାଳୁଭକ୍ତ କୋଭିଡ କଟକଣା ପାଳନ କରିବା ସହ ମାକ୍ସ ପରିଧାନ କରି ବାବାଙ୍କୁ ଦର୍ଶନ କରିବା ପାଇଁ ପରାମର୍ଶ ଦିଆଯାଇଛି।
ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ଯବସ୍ଥାମାନ କରାଯାଇଛି। ପଞ୍ଚକବ୍ରତ ଠାରୁ ରାହାସ ପୂର୍ଣ୍ଣିମା ପ୍ରଯ୍ଯନ୍ତ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି କରାଯିବା ସହ ଭୋର ଦ୍ବାରଫିଟା ନୀତି ସରିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ସରିବା ପରେ ବାବାଙ୍କୁ ଦିଗମ୍ବର ଓ ପଞ୍ଚାନନ ବେଶରେ ସଜ୍ଜିତ କରାଯିବ। ତାହାସହ ଦୈନନ୍ଦିନ ନୀତିକାନ୍ତି ସହ ପଞ୍ଚକ ନୀତି ନିମନ୍ତେ ମନ୍ଦିର ପ୍ରାଙ୍ଗଣରେ ଭାଗବତ ପାରାୟଣ ଓ ପଠନ, ହରିହର ଭେଟ, ଦ୍ବାରପାଳ ପୂଜା ଅନୁଷ୍ଠିତ ହେଉଛି।