ଆତ୍ମା ମାଧ୍ୟମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଚାଷୀମାନଙ୍କୁ ସରକାରୀ ସହାୟତା ପ୍ରଦାନ ମେଳ…

ତ୍ରିନାଥ ବାରିକ(ସାକ୍ଷୀଗୋପାଳ):ସାକ୍ଷୀଗୋପାଳ ସରକାରୀ କୃଷି ଫାର୍ମ ପରିସରରେ ଆତ୍ମ ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ଚାଷୀ ମାନଙ୍କୁ ସରକାରୀ ସହାୟତା ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ଆନୁଷ୍ଠାନିକ ଭାବେ ସମାରୋହକୁ ଉଦଘାଟନ କରିଥିଲେ । କୃଷି ବିଭାଗର ଏକ ସଚେତନତା ରଥ କୃଷି ଫାର୍ମ ପରିସରରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ସମାନ୍ତରାୟ ସବୁଜ ପତକା ହଲାଇ ଉଦଘାଟନ କରିଥିଲେ । ଅନୁଷ୍ଠିତ ସଭାରେ ବିଧାୟକ ଶ୍ରୀ ସମାନ୍ତରାୟ ଯୋଗଦେଇ କୃଷି ଓ କୃଷକ ମାନଙ୍କର ଉନ୍ନତି ପାଇଁ ବିଭିନ୍ନ ଯୋଜନା ମାନ ମୁଖ୍ୟମନ୍ତ୍ରୀ କରିଛନ୍ତି ।

ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ସସ୍ମିତା କୁମାର ପ୍ରଧାନ,ଜିଲ୍ଲା କୃଷି ଅଧିକାରୀ ସୁବାଷ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧୃବ ଚରଣ ଦାଶ, ଜିଲ୍ଲା ପରିଷଦସଭ୍ୟାଙ୍କ ପ୍ରତିନିଧି ଦେବାଶିଷ ରାୟ, ବ୍ଳକ କୃଷି ଅଧିକାରୀ କଲ୍ୟାଣ କୁମାର ରାୟ, ଅତିରିକ୍ତ ଉଦ୍ୟାନ କୃଷି ଅଧିକାରୀ ଦେବ ଦାସ ଦତ୍ତ, ସହକାରୀ କୃଷି ଅଧିକାରୀ ଶାନ୍ତା ସୁଚରିତା ଦାଶ, ହୃଦାନନ୍ଦ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ଳକ ଅଧ୍ୟକ୍ଷା ଶ୍ରୀମତି ପ୍ରଧାନ ଦାସବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ଏକ ହରିଜନ ମହିଳା ଗୋଷ୍ଠୀ କିପରି ଅଭାବ ଅସୁବିଧାରେ ସେମାନେ କାମ କରୁଛନ୍ତି ତାହା ପ୍ରକାଶ କରିଥିଲେ । ସେମାନେ କାମ କରି ନିଜ ଗୋଡରେ ଠିଆ ହେବା ପାଇଁ ଇଛା ଥିଲେ ମଧ୍ୟ ସେମାନଙ୍କ ପାଖରେ ଆର୍ଥିକ ସହାୟତା ନାହିଁ ବୋଲି ଶ୍ରିମତି ପ୍ରଧାନ କହିଥିଲେ । ଉକ୍ତ ମହିଳା ଗୋଷ୍ଠୀଙ୍କୁ ତୁରନ୍ତ ବିଧାୟକ ସହଯୋଗର ହାତ ବଡାଇବା ପାଇଁ ସେ ନିବେଦନ କରିଥିଲେ ।

ଏହି ଅବସରରେ କିଛି ଗୋଷ୍ଠୀଙ୍କୁ ସରକାରୀ ସହାୟତା ପ୍ରଦାନ ଓ ନଡିଆ ଚାଷୀଙ୍କୁ ନଡିଆ ଗଛ ଚାରା ବଣ୍ଟନ ସହିତ ବତକ ଚାଷ ପାଇଁ ସହାୟତା ପ୍ରଦାନ କରାଯାଇଥି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଖଣ୍ଡଳମଣି ପୀଠରେ ୧୪୪ ଧାରା,କୋଭିଡ୍ କଟକଣା ମଧ୍ୟରେ ଦୁର୍ଲଭ ହରଗୌରୀ ବେଶରେ ଦର୍ଶନ ଦେବେ ବାବା...

Fri Nov 19 , 2021
ଆଖଣ୍ଡଳମଣିଙ୍କ ମନ୍ଦିରରେ କଟକଣାରେ ସମ୍ପନ୍ନ ହେବ କାର୍ତ୍ତିକ ପୂର୍ଣ୍ଣିମା ନୀତି:ମଧ୍ଯାହ୍ନ ୧ଟାରେ ପଞ୍ଚାନନ ବେଶ :ଅପରାହ୍ଣ ୪ଟାରେ ଦୁର୍ଲଭ ହରଗୌରୀ ବେଶ;ପୀଠରେ ୧୪୪ଧାରା ଜାରୀ ; :ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ମନା:_ ଜଳପଥ ଓ ସ୍ଥଳପଥରେ କଡା ସୁରକ୍ଷା ବ୍ଯବସ୍ଥା। ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୧୯\୧୧-ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବାବା ଆଖଣ୍ଡଳମଣି ଦୁର୍ଲଭ ହରଗୌରୀ ବେଶରେ ଦର୍ଶନ ଦେବେ। ହେଲେ କୋଭଡ-୧୯ ଭୟଭୟତାକୁ ନେଇ ଗୁରୁବାର ସକାଳ ୮ଟାରୁ ଶୁକ୍ରବାର ୮ଟା ଯାଏଁ […]

You May Like

Pin It on Pinterest