
ଭୁବନେଶ୍ବର(ବାସ୍ତବବ୍ୟୁରୋ): ଆଗକୁ ପଂଚାୟତ ନିର୍ବାଚନ ସାଙ୍ଗକୁ ପୌରନିର୍ବାଚନ ପାଇଁ ଜୋରଦାର ସଜ ହେଲେଣି ରାଜ୍ୟ ସରକାର।ମୁଖ୍ୟମନ୍ତ୍ରୀ ବଭିନ୍ନ ଜିଲ୍ଲା ଗସ୍ତ କରି, ସ୍ମାର୍ଟ ହେଲଥ କାର୍ଡ,ସହ ବିଭିନ୍ନ ଯୋଜନାର ଭିତ୍ତିପ୍ରସ୍ଥର ସ୍ଥାପନ ତ କିଛି ଉଦ୍ଘାଟନ କରି ଭୋଟରଙ୍କୁ ଆକୃଷ୍ଠ କରିବାରେ,ଶାସକଦଳ ଲାଗିପଡ଼ିଛି । ପଂଚାୟତ ପରେ ପୌରାଞ୍ଚଳ ପାଇଁ ପୌର ନିର୍ବାଚନ | ତେଣୁ ପୌର ନିର୍ବାଚନ ପୂର୍ବରୁ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ କ୍ଷତିଗ୍ରସ୍ତ ହୋଇ ପଡ଼ିଥିବା ରାସ୍ତାଘାଟ,ନାଳ ନର୍ଦ୍ଦମା ଓ ଫୁଟପାଥର ମରାମତି ଉପରେ ଜୋର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ସହରାଞ୍ଚଳ ଉନ୍ନତି କରଣ ପାଇଁ ୫୦୦ କୋଟି ଟଙ୍କାର ପ୍ୟାକେଜ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସବୁର ଉନ୍ନତିକରଣ କାର୍ଯ୍ୟ କୁ ତ୍ୱରାନ୍ନିତ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ଆଗାମୀ ମୌସୁମୀ ଋତୁ ପୂର୍ବରୁ ଶେଷ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।



