ପ୍ରତ୍ୟେକ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଲେଖା ହେଲା ନୂଆ ଇତିହାସ…

ତ୍ରିନାଥ ବାରିକ (ପୁରୀ):ଶ୍ରୀକ୍ଷେତ୍ର ପାଇଁ ଲେଖାହୋଇଛି ନୂଆ ଇତିହାସ।କେବଳ ପୁରୀ ନୁହେଁ ସମଗ୍ର ବିଶ୍ୱରେ ଥିବା ଜଗନ୍ନାଥପ୍ରେମୀଙ୍କ ପାଇଁ ଏହା ଏକ ଐତିହାସିକ ଦିନ। ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ଶିଳାନ୍ୟାସ ଓ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗଦେଇ ପତିତପାବନଙ୍କୁ ଦର୍ଶନ କରିବା ପରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ପ୍ରକଳ୍ପ ସାକାର ହେବାକୁ ଯାଉଛି। ସମସ୍ତଙ୍କ ସହଯୋଗରେ ଏହା ସଫଳ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତିମୁଖ୍ୟମନ୍ତ୍ରୀ।

ପୂର୍ଵ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଠିକ ୯.୩୦ରେ ଶ୍ରୀମନ୍ଦିର ଉତ୍ତର ଦ୍ଵାର ଐଶାନ୍ୟ କୋଣରେ ଯାତ୍ରୀ ପରିକ୍ରମା ପ୍ରକଳ୍ପ ସ୍ଥଳରେ ପହଞ୍ଚିଥିଲେ।ଶିଳାପୂଜା ପରେ ଐତିହ୍ୟ କରିଡର ପାଇଁ ଜମିଦାନ କରିଥିବା ଚାରୋଟି ମୌଜାର ୧୦୭ଜଣଙ୍କୁ ସମ୍ମାନିତ କରିଥିଲେ।ପରେ ତିନିଦିନି ଧରି ଚାଲିଥିବା ଭବ୍ୟ ମହାଯଜ୍ଞ ପୂର୍ଣ୍ଣାହୁତିରେ ଯୋଗଦେଇଥିଲେ।ସକାଳ ୯.୪୫ରୁ ୧୦ ଟା ମଧ୍ୟରେ ଶିଳା ବିଜେ, ସକାଳ ୧୦ ଟା ୧୫ରୁ ୧୦.୩୦ ଶିଳା ସ୍ଥାପନ ଓ ୧୦.୪୫ ରୁ ୧୧ଟା ଭିତରେ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ ହୋଇଥିଲା।ମୁଖ୍ୟମନ୍ତ୍ରୀ ୫ଟି ସଚିବ ଭି.କେ.ପାଣ୍ଡ୍ୟାନଙ୍କ ଶ୍ରୀମନ୍ଦିର ସିଂହଦ୍ୱାରକୁ ଆସି ପତିତପାବନଙ୍କୁ ଦର୍ଶନ କରିବା ସହ ଜୟ ଜଗନ୍ନାଥ କହି ସମସ୍ତଙ୍କୁ ହାତ ହଲାଇ ଶୁଭେଛା ଜଣାଇଥିଲେ।

ଭିଡିଓଟି ସଂପୂର୍ଣ୍ଣ ଦେଖନ୍ତୁ

ଜମିଦାନ କରିଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଯାତ୍ରୀ ପରିକ୍ରମା ପ୍ରକଳ୍ପ ସାକାର ରୂପ ନେବାକୁ ଯାଉଥିବାରୁ ସମ୍ମାନିତ ହୋଇ ବେଶ ଖୁସି ପ୍ରକାଶ କରିଛନ୍ତି।ସେବାୟତ,ସାଧୁସନ୍ଥ,ମଠାଧିଶ ଓ ପୁରୀ ସହରବାସୀ ପୁରୀକୁ ବିଶ୍ୱ ସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ପାଇଁ ପ୍ରକଳ୍ପ ଆରମ୍ଭକୁ ସ୍ୱାଗତ କରିଛନ୍ତି।ଆଜି ସମଗ୍ର ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ।ଘର ଦୁଆର ମୁହଁରେ ଝୋଟି ସହ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ସଂକୀର୍ତ୍ତନ, ଓଡିଶୀ,ଭଜନ,ଜଣାଣ ପରିବେଷଣ ହୋଇଥିଲା।ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।୩ ଅତିରିକ୍ତ ଏସପି, ୧୦ ଡିଏସପି, ୪୦ ଇନ୍ସପେକ୍ଟର ଙ୍କ ସହ ୨୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ।

ଏହି ପ୍ରକଳ୍ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୁରକ୍ଷା କରିଡର ସହ ସବୁଜ ବଳୟ ସୃଷ୍ଟି ଏବଂ ସୌନ୍ଦର୍ଯ୍ୟକରଣ କରାଯିବ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଭକ୍ତଙ୍କ ପରିକ୍ରମା ନିମନ୍ତେ ଅନ୍ତଃ ଓ ବାହ୍ୟ ପ୍ରଦକ୍ଷିଣ ପଥ ରହିବ।ଚତୁଃପାର୍ଶ୍ୱରେ ଥିବା ମଠ ଏବଂ ମନ୍ଦିର ଗୁଡ଼ିକର ପୁନଃବିକାଶ କରାଯିବ।ରଥଯାତ୍ରା ଏବଂ ଅନ୍ୟ ଯାନିଯାତ୍ରା ସମୟରେ ବ୍ୟବହାର ପାଇଁ ସ୍ୱତନ୍ତ୍ର ପ୍ରଦକ୍ଷିଣ ପଥ ରହିବ।ଭକ୍ତଙ୍କ ସାମଗ୍ରୀ ରଖିବା ସକାଶେ ୫୦୦ ବର୍ଗମିଟର ପରିମିତ କ୍ଷେତ୍ରରେ ଗୃହ ନିର୍ମାଣ ସହ ଦକ୍ଷିଣ ଓ ପଶ୍ଚିମ ଦ୍ଵାରରେ କ୍ଷୁଦ୍ର ସାମଗ୍ରୀ ରଖିବା ଗୃହ ରହିବ।

ଭକ୍ତଙ୍କ ପାଇଁ ସମସ୍ତ ଦ୍ଵାରରେ ସୂଚନା ଓ ଦାନ କେନ୍ଦ୍ର ।ସେବାୟତ ତଥା ପୁରୁଷ ଏବଂ ମହିଳା ଭକ୍ତଙ୍କ ନିମନ୍ତେ ସ୍ଵତନ୍ତ୍ର ଶୌଚାଳୟର ବ୍ୟବସ୍ଥା,ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଆରକ୍ଷୀ ସେବା କେନ୍ଦ୍ର,ପାନୀୟଜଳ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ଏ.ଟି.ଏମ୍ ଆଦିର ବ୍ୟବସ୍ଥା ,ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ କାର୍ଯ୍ୟାଳୟର ପୁନଃବିକାଶ,

ଏକାସାଙ୍ଗରେ ୬୦୦୦ ଭକ୍ତଙ୍କ ସୁବିଧା ନିମନ୍ତେ ଅଭ୍ୟର୍ଥନା ପ୍ରକୋଷ୍ଠ ।ପଶ୍ଚିମ ଓ ଦକ୍ଷିଣ ପାର୍ଶ୍ୱରେ ଭକ୍ତଙ୍କ ପାଇଁ ଆଶ୍ରୟସ୍ଥଳୀ ରହିବ ।ଏହି ପ୍ରକଳ୍ପ ନିର୍ମାଣ ନିମନ୍ତେ ୩୩୧ କୋଟି ୨୮ ଲକ୍ଷ ଟଙ୍କା ର ଟେଣ୍ଡର ହୋଇଛି। ଟାଟା ପ୍ରୋଜେକ୍ଟ କୁ ଏହି ପ୍ରକଳ୍ପ ର ଟେଣ୍ଡର ଦିଆଯାଇଛି।

ଏହି ଐତିହାସିକ କାର୍ଯ୍ୟକ୍ରମରେ ରାଜ୍ୟର ମୁଖ୍ୟ ଶାସନ ସଚିବ,ଗଜପତି,ବାଚସ୍ପତି,ଡିଜିପି,ରାଜ୍ୟ କ୍ୟାବିନେଟର ବହୁ ମନ୍ତ୍ରୀ,ପୁରୀ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ,ଜିଲ୍ଲାପାଳ, ଏସପି,ମଠାଧିଶ,ସେବାୟତ ଓ ସାଧୁସନ୍ଥ ଉପସ୍ଥିତ ଥିଲେ।ଆସନ୍ତା ଦେଢବର୍ଷ ଭିତରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି। ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ସମୟରେ ଶ୍ରୀମନ୍ଦିର ସର୍ବସାଧାରଣ ଙ୍କ ପାଇଁ ଖୋଲା ରହିଥିଲା। ଉତ୍ତର ଦ୍ଵାର ପରିବର୍ତ୍ତେ ଭକ୍ତ ମାନେ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଡେଲଟା ଅପେକ୍ଷା କରୋନାର ନୂତନ ଭାରିଆଣ୍ଟ ଅଧିକ ବିପଜ୍ଜନକ, ଟିକା ମଧ୍ୟ ତାପାଖରେ ଅକାମି...

Fri Nov 26 , 2021
ବାସ୍ତବବ୍ୟୁରୋ:ଦକ୍ଷିଣ ଆଫ୍ରିକା ଏବଂ ବୋତସ୍ୱାନାଠାରେ ଡେଲଟା ଅପେକ୍ଷା କରୋନା ଜୀବାଣୁଙ୍କର ଅଧିକ ସଂକ୍ରାମକ ରୂପ ପରିବର୍ତନ ଦେଖିବାକୁ ମିଳିଛି। ଏହା ସଂକ୍ରମଣକୁ ଶୀଘ୍ର ବିସ୍ତାର କରିବାର ସମ୍ଭାବନା ଅଛି | ବୋତ୍ସୱାନାରେ ମିଳୁଥିବା ପ୍ରକାରଟି ଜୀବାଣୁଙ୍କର ସର୍ବାଧିକ ପରିବର୍ତ୍ତିତ ରୂପ ଅଟେ | କରୋନା ର B.୧ .୧ .୫୨୯ ଭାରିଆଣ୍ଟକୁ ନୂତନ ନାମ ଦିଆଯାଇପାରେ | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧିକାରୀମାନେ ଗୁରୁବାର ଦିନ ଏହି ନୂତନ କରୋନା […]

You May Like

Pin It on Pinterest