ସର୍ବଭାରତୀୟ ସ୍ତରରେ ଓଡିଶା ବେସାମରିକ ମହିଳା କବାଡି ଦଳ ଆଜି କ୍ୱାଟରଫାଇନାଲରେ

ବାସ୍ତବ ବ୍ୟୁରୋ (ଶିମଲା-ହିମାଚଳ ପ୍ରଦେଶ)-ଗତ ଦୁଇଦିନଧରି ଶିମଲା ରେ ଅନୁଷ୍ଠିତ ସର୍ବଭାରତୀୟ, ମହିଳା ଓ ପୁରୁଷ କବାଡି ପ୍ରତିଯୋଗିତାରେ, ପୁରୁଷଦଳ ଅପେକ୍ଷା ମହିଳା ଦଳର ଏକମନାବୃତି ,ଗୋଟିଏ ପରେ ଗୋଟିଏ ରାଜ୍ୟ କୁ ହରାଇମ୍ୟାଚ ଜିତି ଆଯି କ୍ୱାଟରଫାଇନାଲରେ ପହଞ୍ଚି ପାରିଚି ।ସୁଚନାନୁଯାଇ ହରିୟାଣା, ତେଲେଙ୍ଗାନା,ଛତିଶଗଡ଼ ଓ ଓଡିଶାକୁ ନେଇ ଗଠିତ ହୋଇଥିବା ପୁଲ୍ ‘ଏ’ଦଳରେ ,୧୫-୧୧-୦୧୯ରେ ଓଡିଶା ମହିଳା ଦଳ ତାର ପ୍ରଥମ ମ୍ୟାଚ ଗତଥର ର ବିଜେତା ହରିୟାଣା ଠାରୁ ଅଳ୍ପ ବ୍ୟବଧାନ ରେ ପରାଜୟ ରୁ ତାର ଅଭିଯାନ ଆରମ୍ଭ କରି ,ଆଜି ଲଗାତାର ଭାବେ ତେଲେଙ୍ଗାନା ଓ ଛତିଶଗଡ଼ କୁ ପରାଜୟକରି କ୍ୱାଟରଫାଇନାଲରେ ପହଞ୍ଚି ପାରିଛି ।

ଦଳର କ୍ୟାପ୍ ଟେନ୍ ଯଶୋବନ୍ତୀ ବେହେରାଙ୍କ ନେତୃତ୍ୱ ଓ କୋଚ୍ ଯୟନ୍ତ ମହାନ୍ତି ତତ୍ୱବଧାନରେ ଆଜି
ସର୍ବଭାରତୀୟ କବାଡି ଟୁର୍ଣାମେଣ୍ଟ ରେ ପ୍ରଥମ ଓଡିଶା ମହିଳା ଦଳ ଭାଗ ନେବା ସହ ନିଜର ବିଜୟ ଧାରା ବଜାୟ ରଖିଛି । ଏହି ଦଳର ମ୍ୟାନେଜର ରାଜକିଶୋର ବେହେରା ଓ ଦେବୀଦତ୍ତ ମିଶ୍ରଙ୍କ ଟିମ୍ ପରିଚାଳନା କୁ ଦଳର କ୍ୟାପ୍ଟେନ୍ ଯଶୋବନ୍ତୀ ବେହେରା ,ସୁଭଦ୍ରା ମଲ୍ଲିକ, ଶୋଭାଙ୍ଗୀ ରାୟ, ସଙ୍ଘମିତ୍ରା ଶତପଥୀ, ଓ ନିବେଦିତା ରାଉତ ଭୁରି ଭୁରି ପ୍ରଶଂସା କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun Nov 17 , 2019
୧-ଡିସେମ୍ବର ୨୨ରେ ବାରବାଟୀରେ ଭାରତ-ୱେଷ୍ଟ୍‌ଇଣ୍ଡିଜ୍ ଦିନିକିଆ ମ୍ୟାଚ୍‌। ୨-ସ୍ମିତାରାଣୀ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଅଟଳ ବିଜେପି, ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା। ୩-୨୦୦୦ କି.ମି: ରାତ୍ରିରେ ବି ଅଗ୍ନି- ୨ରେ ଭସ୍ମ ହେବ ଶତ୍ରୁ, ବାଲେଶ୍ଵରରେ ହେଲା ସଫଳ ପରୀକ୍ଷଣ। ୪-ଆଜିଠାରୁ ୬ ମାସ ପାଇଁ ବନ୍ଦ ହୋଇଯିବ ବଦ୍ରିନାଥ ଧାମର କବାଟ, ଦେବତାମାନେ କରିବେ ପୂଜା। ୫-୩୬ଟି ନିଗମରୁ କ୍ଷତିରେ ଚାଲିଛି ୧୧ ନିଗମ, ସର୍ବାଧିକ କ୍ଷତି […]

You May Like

Pin It on Pinterest