ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୯୮୬୭ରେ ପହଞ୍ଚିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୯୮୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୪୨୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୩୮୯୭୧ ଜଣ ସୁସ୍ଥ ହୋଇଛନ୍ତି ।

ବାତ୍ୟାର ରୂପ ନେଲା ଜଓ୍ୱାଦ୍ । ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି IMD DG ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ୫ ତାରିଖ ମଧ୍ୟାହ୍ନରେ ଏହା ପୁରୀ ଉପକୂଳରେ ପହଞ୍ଚିବ । ଓଡ଼ିଶା ପାଇଁ ଏବେ ସବୁଠାରୁ ଅଧିକ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଓଡ଼ିଶାର ସବୁ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।୫ ତାରିଖରେ ଓଡ଼ିଶାର ଉତ୍ତର ଉପକୂଳରେ ପ୍ରବଳ ବର୍ଷା ହେବ ।

ବାତ୍ୟା ‘ଜଓ୍ବାଦ’ ଏବଂ ଏହା ପ୍ରଭାବରେ ହେବାକୁ ଥିବା ବର୍ଷାର ମୁକାବିଲା ପାଇଁ ଏନଡିଆରଏଫର ୧୭ଟିମ୍ ମୁତୟନ ହୋଇଛନ୍ତି । ଗଞ୍ଜାମ, ଗଜପତି, ଖୋର୍ଦ୍ଧା ଭଳି ଉପକୂଳ ଜିଲ୍ଲାରେ ଏହି ଟିମ୍ ମୁତୟନ ହୋଇଛନ୍ତି । ଏହାସହ କେନ୍ଦ୍ରାପଡା, ଜଗତସିଂହପୁର ଓ ବାଲେଶ୍ବରରେ ମଧ୍ୟ ଏନଡିଆରଏଫ୍ ଟିମ୍ ମୁତୟନ କରାଯାଇଛି । ଏ ନେଇ ଏନଡିଆରଏଫ ତୃତୀୟ ବାଟାଲିୟନ କମାଣ୍ଡାଣ୍ଟ ସୂଚନା ଦେଇଛନ୍ତି ।

ସମ୍ଭାବ୍ୟ ବାତ୍ୟା ପାଇଁ ଭୁବନେଶ୍ୱର ମହାନଗର ନିଗମର ଆଗୁଆ ପ୍ରସ୍ତୁତି । ବିଏମସି କମିଶନର ସଞ୍ଜୟ ସିଂଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ଓ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା । ବିଏମସି ଇଲାକାରେ ମୋଟ ୭୨ଟି ଖାଲୁଆ ଅଞ୍ଚଳ ଚିହ୍ନଟ ହୋଇଥିବା ବୈଠକରେ କୁହାଯାଇଥିଲା । ଆବଶ୍ୟକ ସ୍ଥଳେ ଚିହ୍ନଟ ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯାଇଛି । ଶତାଧିକ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଶୁଖିଲା ଓ ରନ୍ଧା ଖାଦ୍ୟ, ପାଣି ଓ ବିଦ୍ୟୁତ ସହ ପ୍ରସ୍ତୁତ ରହିବାକୁ ନିର୍ଦେଶ ମଧ୍ୟ ଦିଆଯାଇଛି । ବିଏମସି ଓ ଅଗ୍ନିଶମ ବିଭାଗର ୨୭ଟି ଜଳମଗ୍ନ ସ୍ଥାନରେ ମୋଟର ପମ୍ପ ସହ କର୍ମଚାରୀ ପ୍ରସ୍ତୁତ ରହିଛନ୍ତି ।

ବାତ୍ୟା ‘ଜୱାଦ’ କୁ ଦୃଷ୍ଟିରେ ରଖି ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର । ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ସରକାର । ସମସ୍ତ କର୍ମଚାରୀ ନିଜ ନିଜର ହେଡକ୍ବାର୍ଟର୍ସରେ ରହିବାକୁ ନିର୍ଦେଶ ଦିଆଯାଇଛି ।

ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନରେ ବି ଗୃହ କାର୍ଯ୍ୟ ବାଧାପ୍ରାପ୍ତ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।  ମମିତା ମେହେର ହତ୍ୟା ମାମଲାକୁ ନେଇ ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ । ପ୍ରଶ୍ନକାଳ ଆରମ୍ଭରୁ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ହୋହଲ୍ଲା କରାଯାଇଥିଲା ।  ଫଳରେ ଗୃହକୁ ଦିନ ସାଢେ ୧୧ ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ପୁର୍ନବାର ଗୃହ କାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ କରିଥିଲେ ବିରୋଧୀ । ଫଳରେ ଗୃହକାର୍ଯ୍ୟ ଚାଲିପାରିଲା ନାହିଁ ।  ଫଳରେ ଗୃହକୁ ପୁର୍ନବାର ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୯୨୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୯୯୯୭୬ ସକ୍ରିୟ ମାମଲା ରହିଛି ଏବଂ ୩୪୦୪୫୬୬୬ ଜଣ ସୁସ୍ଥ ହୋଇ ଫେରିଛନ୍ତି ।  ଏହା ବ୍ୟତୀତ ୪୭୦୧୧୫ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ଜାନୁଆରୀ ୧, ୨୦୨୨ ଠାରୁ ମହଙ୍ଗା ହେବାକୁ ଯାଉଛି ଏଟିଏମରୁ କ୍ୟାସ୍ ଉଠାଇବା । ଗ୍ରାହକଙ୍କ ଏଟିଏମରୁ ଧାର୍ଯ୍ୟ ସୀମାଠାରୁ ଅଧିକ ଥର ଟଙ୍କା ଉଠାଇବା ପରେ ବ୍ୟାଙ୍କଗୁଡ଼ିକ ଚାର୍ଜ ଲଗାଇ ପାରନ୍ତି। RBI ନିର୍ଦ୍ଦେଶାବଳୀ ଅନୁଯାୟୀ, ଆକ୍ସିସ୍ ବ୍ୟାଙ୍କ କିମ୍ବା ଅନ୍ୟାନ୍ୟ ବ୍ୟାଙ୍କର ଏଟିଏମରେ ମାଗଣା ସୀମାଠାରୁ ଅଧିକ ଆର୍ଥିକ କାରବାର ଉପରେ ୨୧ ଟଙ୍କା ଏବଂ GST ଦେବାକୁ ହେବ।

 ବାୟୁ ପ୍ରଦୂଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଲଗାତାର ଶୁଣାଣି ଚାଲିଛି। ଉତ୍ତରପ୍ରଦେଶ ସରକାର ଆଜି ସୁପ୍ରିମକୋର୍ଟରେ କହିଛନ୍ତି ଯେ ଶିଳ୍ପ ବନ୍ଦ ହେତୁ ରାଜ୍ୟରେ ଆଖୁ ଏବଂ ଦୁଗ୍ଧ ଶିଳ୍ପ ପ୍ରଭାବିତ ହୋଇପାରେ। ସରକାର କହିଛନ୍ତି ଯେ ଯଦି ଆମେ ବାୟୁ ଚାପକୁ ଦେଖିବା ତେବେ ଉତ୍ତରପ୍ରଦେଶ ନିମ୍ନରେ ରହିଛି | ଏଠାରେ ପବନ ପ୍ରାୟତଃ ପାକିସ୍ତାନରୁ ଆସୁଛି | ୟୁପି ସରକାରଙ୍କ ଏହି ଯୁକ୍ତି ଉପରେ ପ୍ରଧାନ ବିଚାରପତି ଏନ.ଭି ରାମନା କହିଛନ୍ତି ଯେ ଆପଣ ପାକିସ୍ତାନର ଶିଳ୍ପ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚାହୁଁଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସ୍ଥଳ ଭାଗ ନ ଛୁଇଁ ଓଡ଼ିଶା ଉପକୂଳ ଦେଇ ଫେରିଯାଇପାରେ ବାତ୍ୟା ‘ଜୱାଦ’...

Fri Dec 3 , 2021
ଭୁବନେଶ୍ୱର (ବାସ୍ତବବ୍ୟୁରୋ): ୪ ତାରିଖ ସଂଧ୍ୟାରୁ ୫ ତାରିଖ ସକାଳ ମଧ୍ୟରେ ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା। ସ୍ଥଳଭାଗ ଅଳ୍ପ ଛୁଇଁବା ପରେ ପୁଣି ସମୁଦ୍ରକୁ ଫେରି ଯାଇପାରେ,ଯଦି ଅଧିକ ଦିଗ ବଦଳାଏ, ତେବେ ହୁଏତ ସ୍ଥଳଭାଗ ନଛୁଇଁପାରେ।ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆରସି) ପ୍ରଦୀପ ଜେନାଙ୍କ ସୂଚନାନୁଯାୟୀ, ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ଆକଳନ କରିଛନ୍ତିକି, ସ୍ଥଳ ଭାଗ ନ ଛୁଇଁ ଓଡ଼ିଶା ଉପକୂଳ ଦେଇ ଫେରିଯାଇପାରେ। ବାତ୍ୟା […]

You May Like

Pin It on Pinterest