କଂଗ୍ରେସ କର୍ମୀଙ୍କ ଉପରେ ପୋଲିସର ଜୁଲମ କୁ ବିରୋଧ କରି ଏସପିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ସହ ଦାବିପତ୍ର ପ୍ରଦାନ…

ବବିତା ସାମଲ(ଭଦ୍ରକ):ଯୁବ କଂଗ୍ରେସ କାର୍ଯ୍ଯକର୍ତ୍ତାଙ୍କ ଉପରେ ପୋଲିସ ଜୁଲୁମ୍ ପ୍ରତିବାଦରେ ଏସପି ଅଫିସ ଆଗରେ ଧାରଣା ଦେଇଛି ଭଦ୍ରକ ଜିଲ୍ଲା କଂଗ୍ରେସର କାର୍ଯ୍ୟକର୍ତା ଓ କର୍ମୀମାନେ । ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ ଙ୍କ ନୈତୃତ୍ବରେ ଧାରଣା ରେ ଜିଲ୍ଲାର ବହୁ କଂଗ୍ରେସ କାର୍ଯ୍ଯକର୍ତ୍ତା ଙ୍କ ସାମିଲ ରହିଥିଲେ ।

ଏହି ଧାରଣା ମାଧ୍ୟମରେ କଂଗ୍ରେସ ଅଭିଯୋଗ କରିଛି ଯେ ଭୁବନେଶ୍ୱର ଠାରେ ଶାନ୍ତିପୂର୍ଣ୍ଣ ଭାବରେ ରାଜ୍ୟର ମମତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ଯୁବକଂଗ୍ରେସ ପ୍ରତିବାଦ କରୁଥିବା ବେଳେ ପୋଲିସ ଅମାନୁଷିକ ଭାବରେ ଯୁବକଂଗ୍ରେସ ସଭ୍ୟ ଉପରେ ଆକ୍ରମଣ କରି ମାଡମାରି ଥିବା ଅଭିଯୋଗ କରିଛି କଂଗ୍ରେସ ।

ଏଥି ସହିତ ରାଜ୍ୟ କଂଗ୍ରେସ କାର୍ଯ୍ଯଳୟ କୁ ପୋଲିସ ପଶି ଆକ୍ରମଣ କରିବା ସମେତ ବହୁ ଯୁବ କଂଗ୍ରେସ ସଭ୍ୟ ଙ୍କୁ ଗିରଫ କରିଛି । ଆଜି ଏନେଇ ବିକ୍ଷୋଭ କରାଯିବା ସହ ଏସପିଙ୍କୁ ଦାବିପତ୍ର ସ୍ୱୀକାର କରିବାକୁ ଆହ୍ୱାନ ଦେଇଥିଲେ କଂଗ୍ରେସ ଜିଲ୍ଲା ସଭାପତି ନଚେତ କାର୍ଯ୍ୟାଳୟ ଭିତରକୁ ଧସେଇ ପଶି ଦାବିପତ୍ର ଦେବାକୁ କହିଥିଲେ କିନ୍ତୁ ଅତିରିକ୍ତ ଏସପି ଆସି ଦାବିପତ୍ର ଗ୍ରହଣ କରିଥିଲେ ବିକ୍ଷୋଭ କାରୀଙ୍କ ପାଖରୁ ଓ ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଣସା ପଞ୍ଚାୟତ ସମିତି ସ୍ଥାନାନ୍ତର ପ୍ରସ୍ତାବ ବିପକ୍ଷରେ ଏକ ଗଣବିକ୍ଷୋଭ...

Tue Dec 14 , 2021
ତ୍ରିନାଥ ବାରିକ(କଣାସ):କଣାସ ପଞ୍ଚାୟତ ସମିତି ସ୍ଥାନାନ୍ତର ପ୍ରସ୍ତାବ ବିପକ୍ଷରେ ଏକ ଗଣବିକ୍ଷୋଭ ସୋମବାର କଣାସ ନାଗରିକ ମଞ୍ଚ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଏକମାସ ତଳେ ପଞ୍ଚାୟତ ସମିତି ସ୍ଥାନାନ୍ତର ସମ୍ପର୍କରେ ପ୍ରସ୍ତାବ ଆଗତ ହେବାରୁ ତାକୁ ବିରୋଧ କରି ବିଜେପି , କଂଗ୍ରେସ , ସିପିଆଇ ( ଏମ୍ଏଲ୍‌ ) ଓ କଣାସ ଅଞ୍ଚଳର ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେବା ସହ ବାରମ୍ବାର ବୈଠକ ଅନୁଷ୍ଠିତ ହୋଇଆସୁଥିଲା […]

You May Like

Pin It on Pinterest