
ବବିତା ସାମଲ(ଭଦ୍ରକ):୧୫/୧୨- ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ,ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀରେ ମାରାଥନ ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଧାମନଗର ବ୍ଲକର ଅସୁରାଳୀ ପଞ୍ଚାୟତରେ ନବନିର୍ମିତ ତୋରଣର ଉଦଘାଟନ ସହ ପଞ୍ଚାୟତ ଗୃହର ନବୀକରଣ କାର୍ଯ୍ୟର ଶିଳାନ୍ୟାସ ମଧ୍ୟ କରାଯାଇଛି ।
ସରପଞ୍ଚ ରାଜେନ୍ଦ୍ର ସାହୁଙ୍କ ପୌରାହିତରେ ଗଣେଶନଗର ଜଗନ୍ନାଥ ମନ୍ଦିର ଯଜ୍ଞ ମଣ୍ଡପର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ବକ୍ସିପାଟଣା ଅଙ୍ଗନଓ୍ବାଡୀ ଗୃହ, ମିଶନ ଶକ୍ତି ଗୃହର ଉଦଘାଟନ ସହ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟା ଉମାମଣୀ ସାହୁଙ୍କ ସହ ବହୁ ଆଗ ଧାଡ଼ିର ନେତା ଓ କର୍ମୀମାନେ ଉପସ୍ଥିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।