ନୂଆବର୍ଷରୁ ନୂଆ ଡିଜିପି ଭାବେ ଦାୟିତ୍ୱ ନେବେ,ବରିଷ୍ଠ ଆଇପିଏସ ସୁନୀଲ ବଂଶଲ…

ମନୋଜ ମହାନ୍ତି(ଭୁବନେଶ୍ୱର): ନୂଆବର୍ଷରୁ ନୂଆ ଡିଜିପି ଭାବେ ଦାୟିତ୍ୱ ନେବେ,ବରିଷ୍ଠ ଆଇପିଏସ ସୁନୀଲ ବଂଶଲ । ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନ ସେ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାମ କରୁଥିବା ସୁନୀଲ ବଂଶଲ ହେଉଛନ୍ତି, ୧୯୮୭ ବ୍ୟାଚର ବରିଷ୍ଠ ଆଇପିଏସ ।

ଚଳିତ ମାସରେ ଶେଷ ହେଉଛି ଡିଜିପି ଅଭୟଙ୍କ କାର୍ଯ୍ୟକାଳ । ଅଭୟଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ ସୁନୀଲ ବଂଶଲ । ଜୁନ ମାସରେ ଅଭୟଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା, ହେଲେ ପରେ ତାକୁ ୬ ମାସ ବୃଦ୍ଧି କରାଯାଇଥିଲା। ଅଭୟଙ୍କ ପରେ କିଏ ପୁଲିସ ଡିଜି ହେବ ତାକୁ ନେଇ ଚର୍ଚ୍ଚା ହେଉଥିଲା । ଚର୍ଚ୍ଚାରେ ପ୍ରଦୀପ କପୁର, ମନୋଜ ଛାବ୍ରା, ସୁନୀଲ ବଂଶଲ ଓ ସନ୍ତୋଷ ଉପାଧ୍ୟାୟଙ୍କ ନାଁ ରହିଥିଲା । ହେଲେ ମୁଖ୍ୟମନ୍ତ୍ରୀ ଏବେ ସୁନୀଲ ବଂଶଲଙ୍କ ମୋହର ମାରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Thu Dec 16 , 2021
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୪୦ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୨୩୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୮୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୧୮୩୬ଜଣ ସୁସ୍ଥ ହୋଇଛନ୍ତି […]

You May Like

Pin It on Pinterest