ଦିନ ୧୦ରୁ ରାତି ୧୦…

ଶୀତରେ ଥରୁଛି ସାରା ଓଡିଶା । ରାଜ୍ୟର ୧୯ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ତଳେ । କନ୍ଧମାଳ, କୋରାପୁଟ ଏବଂ କେନ୍ଦୁଝରର ଦୁର୍ଗମ ଇଲାକାରେ ତୁଷାରପାତ ହେଉଛି । ରାଜ୍ୟର ସବୁଠୁ ଥଣ୍ଡା ସ୍ଥାନ ପାଲଟିଛି ଦାରିଙ୍ଗବାଡି, ତାପମାତ୍ରା ୩.୫ଡିଗ୍ରୀ ରେକର୍ଡ କରାଯାଇଛି । ଏହାତଳକୁ ରହିଛି ଫୁଲବାଣୀ- ଏଠାରେ ପାରଦ ୪ଡିଗ୍ରୀକୁ ଖସିଛି । ଆସନ୍ତାକାଲି ସକାଳ ୮ଟା ପର୍ଯ୍ୟନ୍ତ ଶୀତ ଲହରୀ ନେଇ ୭ଜିଲ୍ଲା- ସୁନ୍ଦରଗଡ, ଝାରସୁଗୁଡା, ମୟୂରଭଞ୍ଜ, କଳାହାଣ୍ଡି, ବଲାଙ୍ଗିର, ସୋନପୁର ଏବଂ ବୌଦ୍ଧ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୩ଦିନ ଲାଗି ଗାପ ଶୁଖିଲା ରହିବ, ରାତିର ସର୍ବନିମ୍ନ ତାପମାତ୍ରା ବଦଳିବ ନାହିଁ । ଆଭ୍ୟନ୍ତରୀଣ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୬ଡିଗ୍ରୀ ପର୍ଯ୍ୟନ୍ତ କମିବା ବେଳେ ଉପକୂଳ ଜିଲ୍ଲାରେ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ଭୁବନେଶ୍ବରରେ ସର୍ବନିମ ତାପମାତ୍ରା ୧୦ଡିଗ୍ରୀ ରେକର୍ଡ କରାଯାଇଛି ।

ଓମିକ୍ରନର ଭୟ ମଧ୍ୟରେ ପୁଣି ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ। ବମିଖାଲ ଜୟଦୁର୍ଗା ନଗର ଅଞ୍ଚଳରେ କଣ୍ଟେନମେଣ୍ଟ ଘୋଷଣା କରିଛି ଭୁବନେଶ୍ଵର ମହାନଗର ନିଗମ (ବିଏମସି)। ଏକାଧିକ ଏକରୋନା ଆକ୍ରାନ୍ତ ଚିହ୍ନଟ ପରେ ଜୟଦୁର୍ଗାନଗରର ପ୍ଲଟ ନଂ ୧୩୦୩/୧୩୦୪କୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଏଥିସହ ଭିଏସଏସ ନଗରରେ ମଧ୍ୟ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଶାସକ ବିଜୁ ଜନତା ଦଳ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଜିଲ୍ଲା ଜିଲ୍ଲା ବୁଲି ମୁଖ୍ୟମନ୍ତ୍ରୀ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣର ସ୍ମାର୍ଟ କାର୍ଡ ବାଣ୍ଟିବା ପରେ ଏବେ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆବାସ ଯୋଜନା ଉପରେ ବଡ ଘୋଷଣା କରିଛନ୍ତି। ବିଜୁ ପକ୍କା ଘର ପାଇଥିବା ଏବଂ ପିଏମ ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ମରାମତି ଖର୍ଚ୍ଚ। ଏଥିରେ ୩୦ ଲକ୍ଷ ପରିବାର ଉପକୃତ ହେବେ। ଏଥିପାଇଁ ସରକାରଙ୍କ ତହବିଲରୁ ଖର୍ଚ୍ଚ ହେବ ୧୪୪୪ କୋଟି ଟଙ୍କା। ଆଜି କ୍ୟାବିନେଟ୍‌ ବୈଠକ ପରେ ଏହାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ବଡଦିନ ଓ ନୂଆବର୍ଷ ପାଇଁ ଘଟଗାଁ ତାରିଣୀ ମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହେଲା ଗାଇଡଲାଇନ । ଡିସେମ୍ବର ୨୫, ୨୬, ୩୧ ଓ ଜାନୁଆରୀ ୧ ଓ ୨ତାରିଖରେ ମନ୍ଦିର ବନ୍ଦ ନେଇ ନିଷ୍ପତ୍ତି ହୋଇଛି ।

କରୋନାର ଓମିକ୍ରନ ଭାରିଏଣ୍ଟ ସଂକ୍ରମଣ ସଂଖ୍ୟା ଏବେ ଦେଶରେ ବଢିବାକୁ ଲାଗିଲାଣି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ମଙ୍ଗଳବାର ପତ୍ର ଲେଖି କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ଭାରତର ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କରେ ଏହି ସବୁ ମାମଲା ଦେଖା ଯାଇଛି। ରାଜ୍ୟଙ୍କୁ ଲେଖିଥିବା ପତ୍ରରେ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଓମିକ୍ରନ ଡେଲ୍ଟା ତୁଳନାରେ ଅନୁନ୍ୟ ୩ ଗୁଣା ଅଧିକ ସଂକ୍ରାମକ ବୋଲି ସତର୍କ କରାଇଛନ୍ତି। ଏଣୁ ସ୍ଥାନୀୟ ଓ ଜିଲ୍ଲାସ୍ତରରେ ଅଧିକ ଦୂରଦର୍ଶିତା ସହିତ ଡାଟା ବିଶ୍ଲେଷଣ , ସଂକ୍ରମଣର ବେଗ ନିର୍ଣ୍ଣୟ ସହିତ ତ୍ୱରିତ ତଥା ତୁରନ୍ତ ପରିସ୍ଥିତି ନିୟନ୍ତ୍ରଣ ଲାଗି ପ୍ରଭାବୀ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। 

ବରିମାଳା ମନ୍ଦିରରେ ଥିବା କଟକଣାକୁ ହ୍ରାସ କରି, ଦୈନିକ ୪୫ ହଜାରରୁ ୬୦ ହଜାର ଭକ୍ତଙ୍କୁ ମନ୍ଦିରକୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରିଛନ୍ତି କେରଳ ରାଜ୍ୟ ସରକାର । ପୂର୍ବରୁ ୪୫ ହଜାର ଭକ୍ତଙ୍କୁ ମନ୍ଦିର ପ୍ରବେଶ ପାଇଁ ଅନୁମତି ଥିଲା। ରାଜ୍ୟରେ କୋଭିଡ୍ ମାମଲା ହ୍ରାସ ପାଇଥିବାରୁ ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଭାରତ ବିରୋଧରେ ମିଛ ଖବର ଓ ଭିଡ଼ିଓ ପରିବେଷଣ କରୁଥିବା ଅଭିଯୋଗରେ ୨୦ଟି ୟୁଟ୍ୟୁବ୍ ଚ୍ୟାନେଲକୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ବ୍ଲକ୍ କରିଦେଇଛି । ତା ସହିତ ଭାରତ ବିରୋଧୀ ମିଛ ଅପପ୍ରଚାର କରୁଥିବା କାରଣରୁ ଦୁଇଟି ୱେବସାଇଟ ବିରୋଧରେ ମଧ୍ୟ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏହି ୨୦ଟି ପାକିସ୍ଥାନୀ ୟୁଟ୍ୟୁବ୍ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି । ତା ସହିତ ଦୁଇଟି ୱେବସାଇଟ୍ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଗୁଇନ୍ଦା ଏଜେନ୍ସି ଏବଂ ସୂଚନା ପ୍ରସାରଣ ମନ୍ତ୍ରାଳୟର ମିଳିତ ଉଦ୍ୟମରେ ଏହି କାର୍ଯ୍ୟ କରାଯାଇଛି ।

କରୋନାର ଓମିକ୍ରନ ଭାରିଏଣ୍ଟ କାୟା ବିସ୍ତାର କରୁଥିବା ବେଳେ ପୁଣିଥରେ କଟକଣା ଲାଗୁ କରାଯାଇଛି। ଆଗକୁ ନୂଆ ବର୍ଷ ଓ ଖ୍ରୀଷ୍ଟମାସ ଆସୁଥିବାରୁ କର୍ଣ୍ଣାଟକା ସରକାର ଲୋକଙ୍କ ଏକାଠି ହେବା ଉପରେ ରୋକ ଲଗାଇଛନ୍ତି। ଏଥିସହ ରେଷ୍ଟୁରାଣ୍ଟ ଓ ବାର୍‌ଗୁଡ଼ିକ ମଧ୍ୟ ଏଣିକି ୫୦% କ୍ଷମତାର ସହ କାର୍ଯ୍ୟ କରିବେ ବୋଲି ସରକାର କହିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୟୁରଭଞ୍ଜର କୁଡୁମୀ ସମ୍ପ୍ରଦାୟଙ୍କ ପାଇଁ କୁଡୁମୀ ସାମାଜିକ,ଶିକ୍ଷା ଓ ସାଂସ୍କୃତିକ ଭବନର ଶିଳାନ୍ୟାସ, ପ୍ରତିଶୃତି ପୁରଣକଲେ ମୁଖ୍ୟମନ୍ତ୍ରୀ

Wed Dec 22 , 2021
ବାସ୍ତବବ୍ୟୁରୋ(ମୟୁରଭଞ୍ଜର):୨୨।୧୨- ମୟୁରଭଞ୍ଜର କୁଡୁମୀ ସମ୍ପ୍ରଦାୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟି। କୁଡୁମୀ ସାମାଜିକ,ଶିକ୍ଷା ଓ ସାଂସ୍କୃତିକ ଭବନ ନିର୍ମାଣ ପାଇଁ ମୟୁରଭଞ୍ଜର କୁଡୁମୀ ସମ୍ପ୍ରଦାୟଙ୍କ ଦାବି ପୁରାଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଭବନ ନିର୍ମାଣ ପାଇଁ ଘୋଷଣା କରିଥିବା ୧ କୋଟି ଟଙ୍କାର ଅନୁଦାନର ପ୍ରତିଶୃତି ଆଜି ପୁରାଣ କରିଛନ୍ତି । ବିଧାୟକ ପ୍ରଣବ ପ୍ରକାଶ ଦାସ,ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ କୁଡୁମୀ ସାମାଜିକ, ଶିକ୍ଷା ଓ […]

You May Like

Pin It on Pinterest