
ସାକ୍ଷୀଗୋପାଳ(ତ୍ରିନାଥ ବାରିକ): ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ouat)ଶିକ୍ଷକ ଓ ବୈଜ୍ଞାନିକ ସଙ୍ଘର ତୃତୀୟ ସାମ୍ବାଦିକ ସମ୍ବିଳନୀ ସତ୍ୟବାଦୀ ବ୍ଲକ ନିକଟସ୍ଥ ସ୍ୱାଦ୍ କାର୍ଯ୍ୟଳୟ ଠାରେ ଆୟୋଜିତ ହୋଇଯାଇଛି।
ଏହାର ମୁଖ୍ୟ କାରଣ ଗୁଡିକ ହେଲା ଦୀର୍ଘଦିନ ଓୟୁଏଟି ସଂଘ ପକ୍ଷରୁ ୧୮ ଗୋଟି ଦାବି ନେଇ ରାଜ୍ୟ ସରକାର ଏଂବ ବିଶ୍ୱବିଦ୍ୟାଳୟ କୁଳପତି ଙ୍କୁ ବରମ୍ବାର ଦାବି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।ନଭେମ୍ବର ୧ରୁ ସାରା ଓଡିଶାରେ ଥିବା ୩୧ ଗୋଟି କୃଷିବିଜ୍ଞାନ କେନ୍ଦ୍ର ୧୦ଟି ମହାବିଦ୍ୟାଳୟ ଓ ୨୦ଟି କୃଷି ଗବେଷଣ କେନ୍ଦ୍ର ସମ୍ବୁଖରେ ସନ୍ଧ୍ୟା ୫:୩୦ ମିନିଟ ଠାରୁ ଅର୍ଥାତ କାଯ୍ୟରତ ସମୟ ପରେ ରାତି ୯:୩୦ ମିନଟ ପର୍ଯ୍ୟନ୍ତ ଶାନ୍ତି ପୁର୍ଣ ନୀରବ ଧାରଣା ଦେଇ ଆସୁଛନ୍ତି।ଏହି ସଂଘ ର ଅଠର ଗୋଟି ଦଫା ଦାବି ମଧ୍ୟରେ ମୁଖ୍ୟ ପାଞ୍ଚ ଗୋଟି ଦାବି କୁ ଗୁରୁତ୍ୱ ଦେଇ ଆସୁଛି ଓୟୁଏଟି ସଙ୍ଘ ସେଗୁଡିକ ହେଲା :-
୧- ସମୟ ଭିର୍ତ୍ତିକ ଶିକ୍ଷକ ଏବଂ ବିଜ୍ଞାନିକ ଙ୍କ ପଦୋନ୍ନତି କରାଯାଉ ।
୨- କୃଷି ବିଜ୍ଞାନ କେନ୍ଦ୍ର,ସ୍ନାତକତର ଶିକ୍ଷାଦାନ କେନ୍ଦ୍ର , ମୌଳିକ ବିଜ୍ଞାନ ଓ ଅନ୍ୟନ୍ୟ ବୈଷୟିକ ମହାବିଦ୍ୟାଳୟ ରେ ଠିକାରେ କାମ କରୁଥିବା ବୈଜ୍ଞାନିକ ପ୍ରଫେସର ମାନଙ୍କୁ ସରକାରୀ ସ୍ତରରେ ଅନ୍ତର୍ଭୁକ୍ତ କରାଯାଉ ।୩ -ପ୍ରଫେସର ଓ ବୈଜ୍ଞାନିକ ଙ୍କ କାର୍ଯ୍ୟ ଅବସର ସୀମା କୁ 60ରୁ 65ବର୍ଷ କୁ ବୃଦ୍ଧି କରାଯାଉ ।
୪-ଓୟୁଏଟି ବିଶ୍ୱବିଦ୍ୟାଳୟର ସମସ୍ତ କାର୍ଯ୍ୟଶୈଳୀକୁ କମ୍ପୁଟର କାରଣ କରାଯାଉ । ୫- ଓୟୁଏଟି ର ସାରା ଓଡିଶାର କୃଷି ବିଜ୍ଞାନ କେନ୍ଦ୍ରରେ କାର୍ଯ୍ୟରିତ ଥିବା କୃଷି ଶ୍ରମିକ ମାନଙ୍କୁ EPF ଓ ESi ମୁଖ୍ୟ କାର୍ଯ୍ୟାଳୟ ରୁ ପ୍ରଦାନ କରାଯାଉ।
ଏହି ପରିପେକ୍ଷୀରେ ସରକାର ନିଶ୍ଚିନ୍ତ ଭାବେ ଆମ ଦାବି ଶୁଣିବେ ବୋଲି କହିଛନ୍ତି ସଂଘର ସଦସ୍ୟ,ଏହି ସାମ୍ବାଦିକ ସମିଳନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ ସଙ୍ଘର ସଭାପତି ଡ଼ ସଞ୍ଜୟ ମହାନ୍ତିସମ୍ପାଦକ ଡ଼ ପ୍ରଦୀପ୍ତ ସାହୁ,ଯୁଗ୍ମ ସମ୍ପାଦକ ଡ଼ ଅମ୍ବିକା ପ୍ରସାଦ ନାୟକ ପ୍ରଭୁତି ଯୋଗ ଦେଇଥିଲେ ।