
ବାସ୍ତବବ୍ୟୁରୋ(ଭୁବନେଶ୍ୱର): ୨୬/୧୨- ଓଡିଶାରେ ୮ ଛୁଇଁଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ।ଗତ ୨୪ ଘଂଟାରେ ଚିହ୍ନଟ ହେଲେ ଆଉ ୪ଜଣ ଓମିକ୍ରନ୍ ଆକ୍ରାନ୍ତ।ସୂଚନା ଅନୁସାରେ ଏନେଇ ଆଇଏଲଏସ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି ।
ରାଜ୍ୟରେ ଏବେ ସୁଧା ୮ଜଣ ଓମିକ୍ରନରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ପୂର୍ବରୁ ୪ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ୪ଜଣ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ୮ରେ ପହଞ୍ଚିଛି ମୋଟ ଓମିକ୍ରନ୍ ସଂଖ୍ୟା ।
ରାଜ୍ୟରେ ପ୍ରଥମେ ଡିସେମ୍ବର ୨୧ ତାରିଖରେ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜଣେ ଆକ୍ରାନ୍ତ ନାଇଜେରିଆରୁ ଆସିଥିବା ବେଳେ ଆଉ ଜଣେ କତାରୁ ଆସିଥିଲେ । ପରେ ଆଉ ୨ ଓମିକ୍ରନ୍ ଆକ୍ରାନ୍ତ ୨୩ ତାରିଖରେ ଚିହ୍ନଟ ହୋଇଥିଲେ ।
୨୩ରେ ଚିହ୍ନଟ ଏହି ୨ ଆକ୍ରାନ୍ତ ଭଉଣୀ ନାଇଜେରିଆରୁ ଫେରିଥିଲେ । ଟେଷ୍ଟ ପରେ ସେମାନେ କରୋନାର ଓମିକ୍ରନ୍ ଭାରିୟାଣ୍ଟରେ ସଂକ୍ରମିତ ଥିବା ଜଣାପଡିଥିଲା । ଏହାପରେ ତୁରନ୍ତ ତାଙ୍କ ବାପା-ମାଆ ଓ ଡ୍ରାଇଭରଙ୍କର ଟେଷ୍ଟ କରାଯାଇଥିଲା ।ହେଲେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା ।
ଏହାପରେ ଆଜି ରାଜ୍ୟରୁ ଆଉ ୪ଜଣ ଓମିକ୍ରନ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାପରେ ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ଯାହାକି ଏକ ଚିନ୍ତାର ବିଷୟ ପାଲଟିଲାଣି । ଆଗାମୀ ଦିନରେ ନୂତନ ବର୍ଷ ଆସୁଥିବାରୁ ବିଭିନ୍ନ ସ୍ଥାନରେ ଲୋକଙ୍କ ଭିଡ ଜମିବାର ରହିଛି ।ବିଶେଷଜ୍ଞମାନେ ଅନୁମାନ କରୁଛନ୍ତିକି, ଏଠାରୁ ମଧ୍ୟ ସଂକ୍ରମଣ ବଢିପାରେ ।



