ଓଡିଶା ସ୍ୱର୍ଣ୍ଣ ର୍ରୌପ୍ୟ ଶିଳ୍ପୀ ମହାସଙ୍ଘର ପ୍ରଶିକ୍ଷଣ ସୀବିର ଓ ପରିଚୟପତ୍ର ବଣ୍ଟନ…

ତ୍ରିନାଥ ବାରିକ(ସାକ୍ଷୀଗୋପାଳ):ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବଳପୁର ପଞ୍ଚାୟତ ର ମହାବିରୀ ମନ୍ଦିର ପ୍ରାଙ୍ଗଣ ରେ ଓଡିଶା ସ୍ୱର୍ଣ ରୌପ୍ୟ ଶିଳ୍ପୀ ମହାସଙ୍ଘ ଆନୁକୂଲ୍ୟରେ ଗ୍ରାମାଞ୍ଚଳ ରେ ଥିବା ହସ୍ତଶିଳ୍ପୀ କାରିଗର ମାନଙ୍କୁ ଏକ ପ୍ରଶିକ୍ଷଣ ଶିବିର ଓ ଓଡିଶା, କେନ୍ଦ୍ର ସରକାର ଙ୍କ ଦ୍ୱାରା ପଞ୍ଜିକୃତ ହୋଇଥିବା କାରିଗର ମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି ହୋଇଥିଲା!!କାରିଗର ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି?ଏହି ସଂଘ ତାରାଫୁରୁ ସରକାରଙ୍କ ପାଖରେ ୯ ଗୋଟି ଦାବି ରଖିଛନ୍ତି ।


୧ -ବୃତ୍ତିହରାଇଥିବା ୫୦ବର୍ଷ ରୁ ଅଧିକ ବୟସ୍କ କାରିଗର ମାନଙ୍କୁ ମାସିକ ୫୦୦୦ ହଜାର ଭତ୍ତା ପ୍ରଦାନ କରାଯାଉ ।
୨ -ଘରଡିହ ଓ ଘର ନଥିବା କାରିଗର ମାନଙ୍କୁ ଘର ଡିହ ଯୋଗାଇଦିଆଯାଉ
୩ -ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟନାୟକ ସମୟରେ କାରିଗର ମାନଙ୍କୁ ଶିକ୍ଷାକ୍ଷେତ୍ର ର ଯୋଗାଇ ଦିଆଯାଉଥିବା ଷ୍ଟାଇପେଣ୍ଟ ବ୍ୟବସ୍ତା ପୂର୍ଣ୍ଣ ପ୍ରଦାନ କରାଯାଉ
୪ -ସ୍ୱର୍ଣ ରୌପ୍ୟ ଶିଳ୍ପୀ କାରିଗର ମାନଙ୍କୁ ଶିଳ୍ପୀର ମାନ୍ୟତା ଦିଆଯାଉ
୫-ଛୋଟ ଛୋଟ କୁଟୀର ଶିଳ୍ପୀ କାରିଗର ମାନଙ୍କୁ କମସୁଧରେ ସରକାରୀ ନିୟମ ଅନୁସାରେ ୠଣ ଯୋଗାଇ ଦିଅଯାଉ
୬ -ଶିକ୍ଷିତ କାରିଗରୀ ପିଲାମାନଙ୍କୁ ସ୍ଥାନ ସଁରକ୍ଷଣ ବ୍ୟବସ୍ତରେ ଚାକିରୀ କ୍ଷେତ୍ରରେ ସୁବିଧା ସୁଯୋଗ ଦିଆଯାଉ
୭ -ମହିଳା କାରିଗର ମାନଙ୍କୁ କୁଶଳୀ କାରିଗର ଦ୍ୱାରା ତାଲିମି କେନ୍ଦ୍ର କରାଯାଉ
୮ -ସୁନାରୂପା କାରିଗର ମାନଙ୍କୁ ବିନପ୍ରମାଣ ରେ ପଲିସିର ଜୁଲୁମ ବନ୍ଧ କରଯାଉ
୯ -ସମବାୟ ବ୍ୟବସ୍ଥା ଅନୁଷ୍ଠାନରେ ଅଳଙ୍କାର ତିଆରି କରିବାପାଇଁ ଉନ୍ନତ ଧରଣର ମେସିନ ଯୋଗାଇଦେବା ସହିତ ତାଲିମି ଵେବସ୍ତା କରାଯାଉ ବୋଲି,ମନ୍ଚାସିନ କାର୍ଯ୍ୟକର୍ତ୍ତା ମାନେ ମତ ରଖିଥିଲେ ।
ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ
ଉପସଭାପତି ଶଙ୍କର ପ୍ରସାଦ ସାହୁ, ସମ୍ପାଦକ ଅକ୍ଷୟ କୁମାର ସାଥୁଆ କୋଷାଦକ୍ଷ ସୁରେନ୍ଦ୍ର କୁମାର ସାହୂ
ଉପଦେଷ୍ଟା ଜୀବନ ଚରଣ ପୃଷ୍ଟି ଓ କୃଷ୍ଣ ପ୍ରସଦ ମହାରଣା, ସ୍ଥାନୀୟ ସରପଞ୍ଚ ତ୍ରିନାଥ ମହାପାତ୍ର କାର୍ଯ୍ୟ କାରେଣୀ ସଭ୍ୟା ରେଣୁବାଳା ମହାରଣା ଓ ଜୋଷ୍ଣା ରାଣୀ ଜେନା ଉପସ୍ଥିତ ଥିବା ବେଳେ, ମଞ୍ଚ ପରିଚାଳନା କରିଥିଲେ ସୁଷୁଲି କୁମାର ସାହୂ, ବିଜୟ ମିଶ୍ର ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଶାସକ ଦଳ ଚାପରେ ଚାନ୍ଦବାଲି ବ୍ଲକ ଜଳେଶ୍ୱରପୁର ପଂଚାୟତରେ ଅଧାରୁ ଅଟକିଲା ଜବର ଜଖଲ ଉଛେଦ ଗାଁରେ ଉତେଜନା ଜାରୀ...

Mon Dec 27 , 2021
ଦେଵକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକ ଜଳଶ୍ୱରପୁର ପଂଚାୟତରେ ଯୁବ ସମାଜସେବୀ ରମାକାନ୍ତ ଭୋଳ ଗାଁ ରାସ୍ତା ସଂପ୍ରସରଣ ପାଇଁ ଉଚ୍ଚ ନ୍ୟାୟଳରେ ଆବେଦନ କରିଥିଲେ, ଏଥିନେଇ ପ୍ଲଟ- ୫୯୫ ଖାତା ୩୪୦ରେ ୧ଏକର ୨୫ ସ୍ଥାନରେ ଗାଁ ରାସ୍ତା ସଂପ୍ରସାରଣ ପାଇଁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜବର ଦଖଲ ଉଛେଦ ପାଇଁ ନୋଟିସ ଜାରୀ ହୋଇଥିଲା । ତହସିଲ ପକ୍ଷରୁ ଅତିରିକ୍ତ ସହସିଲଦାର ନେତୃତ୍ବରେ ରାଜସ୍ବ ଅଧିକାରୀ, ସରକାରୀ ଅମିନ ଜଳେଶ୍ୱରପୁର […]

You May Like

Pin It on Pinterest