
ମନୋଜ ମହାନ୍ତି(ଭୁବନେଶ୍ୱର): ୩୦।୧୨-ଏବେ ଜଙ୍ଗଲ ଛାଡି ସହର ମୁହାଁ ହାତୀ ।ଅନ୍ୟ ଉପାନ୍ତ ଜିଲାରେ ପ୍ରତିଦିନ ଖବର ଆସୁଛି ହାତୀ ଆତଙ୍କ,ହେଲେ ଏବେ ହାତୀ ଖୋଦ ରାଜଧାନୀରେ ଆତଙ୍କ ସୃଷ୍ଟି କରୁଛନ୍ତି । ଭୁବନେଶ୍ୱର ଶୈଳଶ୍ରୀ ବିହାର ସରସ୍ୱତୀ ବସ୍ତିରେ କୋକୁଆ ଭୟ। ଯାହାକୁ ନେଇ ବସ୍ତି ଲୋକ ପୁରା ରାତି ଅନିଦ୍ରା ।
ସୂଚନାନୁଯାୟୀ ଅନୁଯାୟୀ,ବୁଧବାର ବିଳମ୍ବିତ ରାତିରେ ୩ଟି ହାତୀ ଭୁବନେଶ୍ୱର ଶୈଳଶ୍ରୀ ବିହାରର ସରସ୍ୱତୀ ବସ୍ତିରେ ପଶି ଆତଙ୍କରାଜ ସୃଷ୍ଟି କରି ଘରଦ୍ଵାର ଭଙ୍ଗାଭାଙ୍ଗି କରିଛନ୍ତି । ଯାହାଫଳରେ ଲୋକମାନେ ଭୟଭୀତ ହୋଇଛନ୍ତି । ତେବେ ସହରରେ ହାତୀ ପଶିବା ଖବର ପାଇ ବନବିଭାଗ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ।ଯାହା ଫଳରେ ହାତୀକୁ ଜଙ୍ଗଲ ଭିତରକୁ ଘଉଡାଇ ଯାଇଥିଲା ।