
ଦେବକାନ୍ତ ମହାନ୍ତି,(ଚାନ୍ଦବାଲି): ୦୩\୦୧\୨୨ ଭଦ୍ରକ ଜିଲା ପିରାହାଟ ଥାନା ଅଧିନସ୍ଥ ସ୍ୟମସୁନ୍ଦରପୁର ପଂଚାୟତ ତଳଦୁମୁକା ଗାଁର ମହାକୁଡ ସାହିର କହ୍ନେଇ ବେହେରା ଗତକାଲି ରାତିରେ କୌଣସି କାରଣରୁ ଉକ୍ତତ ହୋଇ ତାଙ୍କ ସ୍ତ୍ରୀ ରାଧାରାଣୀ ବେହେରା ଓ ୮ବର୍ଷର ପୁଅକୁ ତଣ୍ଟିଚିପି ମାରୁଥିବା ବେଳେ ଚିତ୍କାର ଶୁଣି କହ୍ନେଇର ମା ଓ ପଡିଶା ଲୋକଙ୍କୁ ଡାକ ପକାଈଥିଲା ।

ପଡୋଶୀ ଲୋକ ଆସିଲା ବେଳକୁ ସଇତାନ ସ୍ବାମୀ ସ୍ତ୍ରୀକୁ ମାରିଦେଇଥିଲା। ସ୍ଥାନୀୟ ଲୋକ ଘରର କବାଟ ଭାଙ୍ଗି ୮ବର୍ଷର ପୁଅକୁ ମୁର୍ମୁସ ଭାବେ ଉଦ୍ଧାର କରିବା ସହ ସଇତାନ ସ୍ବାମୀ କହ୍ନେଇକୁ ଏକ ଘରେ ଚାବି ପକାଇ ରଖିବା ସହ ପୋଲିସକୁ ଖବର ଦେଇଥିଲେ। ପିରାହାଟ ପୋଲିସ ଆଜି ମଧ୍ଯାହ୍ନରେ ଘଟଣାସ୍ଥଳରେ ପହଁଚି ସଇତାନ ସ୍ବାମୀକୁ ଗିରଫ କରିବା ସହ ସ୍ତ୍ରୀର ଶବକୁ ଜବତ କରି ଭଦ୍ରକ ପଠାଇଛି।ଏଥିନେଇ ଗାଁରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛୀ।