
ବାସ୍ତବବ୍ୟୁରୋ(ଭୁବନେଶ୍ଵର): ରାଜ୍ୟରେ କରୋନା ସ୍ଥିତି ନେଇ ଆଜି ମୁଖ୍ୟ ଶାସନ ସଚିବ ଏହା କହିଛନ୍ତି କି,ରାଜ୍ୟରେ ଏବେ ତୃତୀୟ ଲହର। ଓମିକ୍ରନ ପାଇଁ ଦିନକୁ ଦିନ ସଂକ୍ରମଣ ବଢୁଛି। ଆମକୁ ଆଉ କିଛି ଦିନ ସତର୍କ ରହିବାକୁ ପଡିବ। ସରକାରଙ୍କ ସମସ୍ତ ଗାଇଡ୍ଲାଇନ୍ ମାନି ଚଳିବାକୁ ପଡିବ।ଯଦି ଅବହେଳା କରିବା ସମସ୍ତେ ଅସୁବିଧା ଭୋଗିବା।
ମୁଖ୍ୟ ଶାସନ ସଚିବ କହିଛନ୍ତି, ଓମିକ୍ରନ ଯୋଗୁଁ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି। ରାଜ୍ୟରେ ଗତ ୭ ଦିନ ଧରି ୧୦ ରୁ ୧୧ ହଜାର କୋଭିଡ୍ ସଂକ୍ରମିତ ହେଉଛନ୍ତି । ଅବହେଳା କଲେ ଏହି ସଂଖ୍ୟା ଆହୁରି ବଢିପାରେ। ତେଣୁ ବାହାରକୁ ଗଲେ ଠିକ୍ରେ ମାସ୍କ ପିନ୍ଧନ୍ତୁ। ପ୍ରାୟ ୨ ପ୍ରତିଶତ ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରିବାକୁ ପଡୁଛି। ପୂର୍ବ ଲହର ତୁଳନାରେ ଏବେ ହସ୍ପିଟାଲ, ଆଇସିୟୁ କମ ଦରକାର ପଡୁଛି। ରାଜ୍ୟବାସୀଙ୍କୁ ଭୟଭୀତ ନହେବା ପାଇଁ ମୁଖ୍ୟ ସଚିବ ଅନୁରୋଧ କରିଛନ୍ତି ।
ସେ କହିଛନ୍ତି ଆସନ୍ତା କିଛି ଦିନ ରାଜ୍ୟ ପାଇଁ ଅତି ଗୁରୁତ୍ଵପୂର୍ଣ୍ଣ। ରାଜ୍ୟ ସରକାରଙ୍କ ଦ୍ଵାରା ଜାରି ସମସ୍ତ ଗାଇଡ୍ଲାଇନ୍ ପାଳନ କରନ୍ତୁ। କୋଭିଡ୍ ମୁକାବିଲାରେ ରାଜ୍ୟ ସରକାରଙ୍କୁ ସହଯୋଗ କରନ୍ତୁ। ଲକ୍ଷଣ ଦେଖା ଦେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଅବହେଳା କଲେ ସଂକ୍ରମଣ ବଢିବ ଆଉ ସମସ୍ତେ ଅସୁବିଧା ଭୋଗିବା। ଲୋକଙ୍କ ଜୀବିକା ଯେମିତି ପ୍ରଭାବିତ ନହୁଏ ସେଥିପ୍ରତି ଧ୍ୟାନ ଦିଆଯାଇଛି। ସେଥିପାଇଁ ରାଜ୍ୟରେ ଲକଡାଉନ୍ କି ସଟଡାଉନ ଲାଗୁ କରାଯାଇ ନାହିଁ। ପ୍ରତ୍ୟେକ ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ବ୍ୟବସ୍ଥା କରାଯାଇଛି। ଗର୍ଭବତୀ ଏବଂ ବୟସ୍କଙ୍କୁ କୋଭିଡ୍ ସଂକ୍ରମଣରୁ ଦୂରେଇ ରଖନ୍ତୁ। ମାସ୍କ ପିନ୍ଧିବା ସହ ଗହଳି ଜାଗାକୁ ଯାଆନ୍ତୁ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ଜନତାଙ୍କ ଅପିଲ୍ କରିଛନ୍ତି।



