
ଦେବକାନ୍ତ ମହାନ୍ତି (ଚାନ୍ଦବାଲି): ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ, ନିର୍ବାଚନକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଚାଲିଛି ଜୋରଦାର କସରତ କିଏ ହେବ ଆଗାମୀ ଦିନର ସରପଞ୍ଚ ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି।
ତେବେ ଆଜି ଚଡ଼ଦିଆ ପଞ୍ଚାୟତରେ ସରପଞ୍ଚର ସ୍ୱାଧୀନପ୍ରାର୍ଥୀନୀ ଭାବରେ ଧରିତ୍ରୀ ମାଝୀ ନିଜର ପାର୍ଥିପତ୍ର ଦାଖଲ କରିଛନ୍ତି। ସେ ତାଙ୍କର କିଛି ସମର୍ଥକ ମାନଙ୍କ ସହିତ ଗାଁ ମୁଣ୍ଡରୁ ଏକ ଶୋଭା ଯାତ୍ରାରେ ବାହାରି ଗାଁ ପରିକ୍ରମା କରିବା ସହିତ ପଞ୍ଚାୟତ କାର୍ଯ୍ୟଳୟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଧରିତ୍ରୀ ମାଝୀଙ୍କ ବହୁ ସମର୍ଥକ ଥିବାବେଳେ ପଞ୍ଚାୟତ ନିର୍ବାଚନରେ ଯଦି ସେ ନିର୍ବାଚିତ ହୁଅନ୍ତି ତାହେଲେ ଆଗାମୀ ଦିନରେ ସେ ଲୋକ ମାନଙ୍କୁ ସମସ୍ତ ମୌଳିକ ସୁବିଧା ସୁଯୋଗ ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି ।



