ଫେବ୍ରୁଆରୀ ୧ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ କାଳିଆ ଦୁଆର…

ପୁରୀ(ତ୍ରିନାଥ ବାରିକ):ଫେବ୍ରୁଆରୀ ୧ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ କାଳିଆ ଦୁଆର । ଅର୍ଥାତ କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ଖୋଲିବ ଶ୍ରୀମନ୍ଦିର। ଭକ୍ତମାନେ ଶୃଙ୍ଖଳିତ ଭାବେ ଯାଇ ଶ୍ରୀବିଗ୍ରହଙ୍କ ଦର୍ଶନ କରିପାରିବେ। ଛତିଶା ନିଯୋଗ ବୈଠକରେ ଆଜି ଏନେଇ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିରର ସବୁ ସେବାୟତ ଓ ଜିଲ୍ଲାପ୍ରଶାସନର ଅଧିକାରୀମାନେ ଯୋଗଦେଇଥିଲେ। ସମସ୍ତେ ମନ୍ଦିର ଖୋଲିବା ଉପରେ ଗୁରୁତ୍ୱ ଦେଇଥିଲେ। ବୈଠକ ପରେ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଫେବ୍ରୁଆରୀ ୧ ତାରିଖରୁ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର। ହେଲେ ପୂର୍ବପରି ପ୍ରତି ରବିବାର ବନ୍ଦ ରହିବ ଶ୍ରୀମନ୍ଦିର। ସେହି ଦିନ ମନ୍ଦିର ସାନିଟାଇଜ୍‌ କରାଯିବ। ମନ୍ଦିର ଖୋଲିବା ଓ ବନ୍ଦ ନେଇ ଏସ୍‌ଓପି ଆସିବ। ପୂର୍ବପରି ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପୁରୀ ସହରବାସୀ ପ୍ରବେଶ କରିବେ। ଅନ୍ୟ ଶ୍ରଦ୍ଧାଳୁମାନେ ପୂର୍ବ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାରୁ ଶ୍ରୀମନ୍ଦିରକୁ ବନ୍ଦ କରିଦିଆଯାଇଥିଲା। ସାଧାରଣ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିନଥିଲେ। ଏବେ କୋଭିଡ୍‌ ଆକ୍ରାନ୍ତ କମିବା ପରେ ପୁରୀ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେପଟେ ଶ୍ରୀମନ୍ଦିର ଭିତରେ ପ୍ରବେଶ ପାଇଁ ପ୍ରସ୍ତୁତ ହୋଇଥିବା ଗାଇଡ୍‌ଲାଇନ୍‌ ଦୁଇ ଦିନ ଭିତରେ ଜଣାଇଦିଆଯିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ଶୁକ୍ର ଧନୁ ରାଶିକୁ ଚଳନ କରିବେ,ଏହି ରାଶି ପାଇଁ ଧନଧାନ୍ୟ ବୃଦ୍ଧିର ଯୋଗ...

Sat Jan 29 , 2022
ଡ଼.ନବକିଶୋର ମିଶ୍ର ଶୁକ୍ର,ଗୌରବ ଓ ବିଳାସର ଗ୍ରହ, ୨୯ ଜାନୁଆରୀ ଅର୍ଥାତ୍ ଆଜି ଧନୁ ରାଶିରେ ଚଳନ କରିବେ | ଏହା ସହିତ ଜାନୁୟାରୀ ୨୯ ରେ ସନ୍ଧ୍ୟା ୬ :୨୦ ରେ ବୁଧ ପୂର୍ବ ଦିଗରେ ଉଦୟ ହେବେ | ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହର ପଥ ହେଉଛି ଏକ ସିଧା ଗତି | ଶୁକ୍ରଙ୍କର ଗତି ରାଶି ଉପରେ ମଧ୍ୟ ପ୍ରଭାବ ପକାଇବ | ଶୁକ୍ର ବର୍ତ୍ତମାନ ଧନୁ […]

You May Like

Pin It on Pinterest