୧-ଆଉ ମିଳିବନି ଛାଡ , ଆସନ୍ତା ମାସ ୧୫ରେ ବିଲ୍ ନ ଦେଲେ ୧୬ରେ ବିଦ୍ୟୁତ୍ କାଟ୍ : ଚେତାଇଲେ ସେସୁ CEO ଅରୁଣ ବୋଥ୍ରା।
୨-୨୦୧୮ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ , ମିହିର ଦାସ ଶ୍ରେଷ୍ଠ ଅଭିନେତା, ଅର୍ଚ୍ଚିତା ଶ୍ରେଷ୍ଠ ଅଭିନେତ୍ରୀ।ବିଜୟ ମିଶ୍ର ପାଇବେ ଜୟଦେବ ପୁରସ୍କାର।
୩-ଭୁବନେଶ୍ବର: ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବା ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ। ରାଜ୍ୟରେ ଖୋଲିବ ୪୫ଟି ଫାଷ୍ଟ ଟ୍ରାକ୍ କୋର୍ଟ।
୪-ଲିଙ୍ଗରାଜ ମନ୍ଦିର ଉଚ୍ଛେଦକୁ ନେଇ ବଢୁଛି ଅସନ୍ତୋଷ : ଆନ୍ଦୋଳନ ପରେ ବନ୍ଦ ହେଲା ଉଚ୍ଛେଦ କାମ।
୫-ଆଜି ଭଙ୍ଗା ହେବ ବିଧାୟକ କଲୋନୀ,ଦିଲ୍ଲୀ ଢାଞ୍ଚାରେ ଗଢାହେବ ୧୦ ମହଲା ପ୍ରସାଦ, ଖର୍ଚ୍ଚ ହେବ ୪୦୦କୋଟି।
୬-ତେଲେଙ୍ଗାନାର ମହାପ୍ରସ୍ଥାନମ୍ ଢ଼ାଞ୍ଚାରେ ନିର୍ମାଣ ହେବ ସ୍ୱର୍ଗଦ୍ୱାର, ଆରମ୍ଭ ହେଲା ଉଚ୍ଛେଦ।
୭-ଏଣିକି ଲାଗୁ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା:ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।
୮-ବାୟୁ ପ୍ରଦୂଷଣରେ ୧୨.୪ ଲକ୍ଷ ଭାରତୀୟଙ୍କ ମୃତ୍ୟୁ: ରିପୋର୍ଟ।
୯-ଦକ୍ଷିଣ ଏସୀୟ କ୍ରୀଡ଼ା : ରେକର୍ଡ ପଦକ ସହ ଶୀର୍ଷରେ ଭାରତ,୧୭୪ଟି ସ୍ବର୍ଣ୍ଣ, ୯୩ଟି ରୌପ୍ୟ ଓ ୪୫ଟି ବ୍ରୋଞ୍ଜ୍ ପଦକ ସହ ଭାରତ ଜିତିଲା ୩୧୨ ପଦକ।
୧୦-ଆଜି ରାଜ୍ୟ ସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍।



