ଆଜି ରାଜ୍ୟରେ ୫ ହଜାର ତଳକୁ ଖସିଛି ଦୈନିକ କରୋନା ସଂକ୍ରମଣ…

ଭୁବନେଶ୍ୱର: ଆଜି ରାଜ୍ୟରେ ୫ ହଜାର ତଳକୁ ଖସିଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪,୮୪୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ୨,୮୦୯ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୨,୦୩୩ ଟି ହେଉଛି ସ୍ଥାନୀୟ ସଂକ୍ରମିତ ।ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୬୭୧ଜଣ ଅଛନ୍ତି।

ସଂକ୍ରାମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୨୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୪୩, ଷ୍ଟେଟ୍‌ପୁଲ୍‌ରୁ ୨୬୫, ନୟାଗଡ଼- ୨୧୦,ମୟୂରଭଞ୍ଜରୁ ୧୭୯, ସୁନ୍ଦରଗଡ଼ରୁ ୧୫୯, କଳାହାଣ୍ଡିରୁ ୧୫୫, ସମ୍ବଲପୁରରୁ ୧୪୯, ନୂଆପଡ଼ାରୁ ୧୪୨, ବଲାଙ୍ଗିରରୁ ୧୪୦,ଯାଜପୁରରୁ ୧୩୪, ନବରଙ୍ଗପୁରରୁ୧୨୪ ଓ ଭଦ୍ରକରୁ ୧୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହ ଅନୁଗୋଳରୁ ୧୦୪,ବାଲେଶ୍ୱରରୁ ୧୬୯,ବରଗଡ଼ ୭୨, ବୌଦ୍ଧ ୨୮, ପୁରୀ ୭୬, ରାୟଗଡ଼ା ୧୦୧, ସୋନପୁର ୪୨, ଦେବଗଡ଼ ୮୫, ଢେଙ୍କାନାଳ ୮୪, ଗଜପତି ୬୫, ଗଞ୍ଜାମ ୫୮, ଜଗତସିଂହପୁର ୯୬, ଝାରସୁଗୁଡ଼ା ୭୦, କନ୍ଧମାଳ ୮୦, କେନ୍ଦ୍ରାପଡ଼ା ୬୦, କେନ୍ଦୁଝର ୬୯, କୋରାପୁଟ ୮୧ ଓ ମାଲକାନଗିରିରୁ ୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୭ହଜାର ଟଙ୍କାରେ ଧର୍ମଶାଳାର ଶିଶୁ କନ୍ୟା କେନ୍ଦ୍ରାପଡାରେ ବିକ୍ରି...

Sun Jan 30 , 2022
ଦେବବ୍ରତ ପଣ୍ଡା(ଯାଜପୁର):ଯାଜପୁର ଜିଲ୍ଲା ଧର୍ମଶାଳାର ଶିଶୁ କନ୍ୟା,୭ହଜାର ଟଙ୍କାରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାରେ ବିକ୍ରି। ଏହି ଘଟଣାରେ ଧର୍ମଶାଳା ପୁଲିସ ୫ଜଣ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଶିଶୁ କନ୍ୟାକୁ ବିକ୍ରି କରିଥିବା ବାପା, ଦୁଇ ଜଣ କ୍ରେତା ଓ ଦୁଇଜଣ ମଧ୍ୟସ୍ଥି ଥିବା ପୁଲିସ ସୂଚନା ଦେଇଛି । ସୂଚନା ଅନୁସାରେ,ଗତ ୨୭ତାରିଖରେ ଧର୍ମଶାଳା ଥାନା ସାନରାଏପଡା ଗ୍ରାମର ନଟ ବେହେରାଙ୍କ ପତ୍ନୀ କାଞ୍ଚନ ବେହେରା […]

You May Like

Pin It on Pinterest