
ପ୍ରମୋଦ ନାୟକ(ଭୁବନେଶ୍ବର): ବକେୟା ଦରମା ସହିତ କୋଭିଡ ସହାୟତା ରାଶି ପ୍ରଦାନକୁ ନେଇ,କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବାର ଖବର ମିଳିଛି।ଚୁକ୍ତିଭିତ୍ତିକ କର୍ମଚାରୀ, ସମନ୍ବିତ ରୋଗ ନିରୂପଣ କେନ୍ଦ୍ର ସମ୍ମୁଖରେ ଧାରଣା ଦେଇଛନ୍ତି।
ସୂଚନା ଅନୁସାରେ କ୍ୟାପିଟାଲ ହସ୍ପିଟାଲରେ,ଏକ ଘରୋଇ କମ୍ପାନି ଟେକମେଡ ହେଲଥ କେୟାର(ନିଦାନ)କୁ ରୋଗ ନିରୂପଣ କରିବା ପାଇଁ ଏକ ଲ୍ୟାବ ଦିଆଯାଇଥିଲା। ହେଲେ ସେଠି କାମ କରୁଥିବା କର୍ମଚାରୀମାନଙ୍କୁ ୪ ମାସର ଦରମା ଦିଆଯାଇ ନାହିଁ। ଏହା ସହିତ କୋଭିଡ ପାଇଁ ଯେଉଁ ସହାୟତା ରାଶି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ନିଦାନକୁ ଦିଆଯାଇଥିଲା ତାହା ମଧ୍ୟ ମିଳିନାହିଁ।
ତେଣୁ ବକେୟା ଦରମା ସହିତ କୋଭିଡ ସହାୟତା ରାଶି ପ୍ରଦାନ କରିବା ଦାବିରେ କର୍ମଚାରୀମାନେ ଧାରଣା ଦେଇଛନ୍ତି । ଯଦି ଦାବି ପୂରଣ ନ ହୁଏ ତେବେ ଲ୍ୟାବର କୌଣସି କାମ କରାଯିବ ନାହିଁ ବୋଲି କର୍ମଚାରୀମାନେ ଆଜି ଚେତାବନୀ ଦେଇଛନ୍ତି ।