
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ସାରା ରାଜ୍ୟରେ ଏବେ ନିର୍ବାଚନୀ ଉଷ୍ଣତା । କିଏ ଜିତିବ କିଏ ହରିବ ଏ ନେଇ ସବୁଠି ଚାଲିଛି ଅଙ୍କ କଷା । କୋଭିଡ଼ କଟକଣା କୋହଳ ହେବା ପରେ ପାର୍ଥି ମାନେ ନିଜ ସମର୍ଥକଙ୍କୁ ଧରି ଘର ଘର ବୁଲି କରୁଛନ୍ତି ଭୋଟ ଭିକ୍ଷା । ସେହିପରି ଚାନ୍ଦବାଲି ବ୍ଳକର ଭାଟପଡ଼ା ପଂଚାୟତରେ ପ୍ରଚାର ଆରମ୍ଭ କରିଛନ୍ତି ଭାଟପଡ଼ା ବିକାଶ ମଞ୍ଚ ସମର୍ଥିତ ସରପଞ୍ଚ ପାର୍ଥିନି ଗୀତିକା ରାଉଳ ଙ୍କ ସହ ସମିତିସଭ୍ୟ ପାର୍ଥି ନବକିଶୋର ସେଠି ।
ସମର୍ଥକଙ୍କ ସହ ଭୋଟର ମାନଙ୍କୁ ଭେଟି ନିଜର ଚିହ୍ନ ସହ ପଞ୍ଚାୟତର ଉନ୍ନତି ତଥା ଦୁର୍ନୀତି ମୁକ୍ତ କରିବା ପାଇଁ ଭୋଟ ଦେଇ ଜିତାଇବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି । ଭାଟପଡ଼ା ବିକାଶ ମଞ୍ଚର ସରପଞ୍ଚ ପାର୍ଥିନି ଶ୍ରୀମତୀ ଗୀତିକା ରାଉଳ ଙ୍କୁ ମାଛ ଚିହ୍ନ ଏବଂ ସମିତିସଭ୍ୟ ପାର୍ଥି ନବକିଶୋର ସେଠିଙ୍କୁ ଷ୍ଟୁଲ ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କରୁଛନ୍ତି ଭାଟପଡ଼ା ବିକାଶ ମଞ୍ଚର କର୍ମୀ ମାନେ ।