
ମନୋଜ ମହାନ୍ତି(ଭୁବନେଶ୍ୱର):୦୮।୦୨- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ମାହାଲର ଉସ୍ମତା ବଢ଼ୁଥିବା ବେଳେ,ଖୁବ ଶୀଘ୍ର ବାଜିବ ପୌର ନିର୍ବାଚନର ବେଗୁଲ ।ତେବେ ପୌରାଞ୍ଚଳ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ନିର୍ବାଚନୀ ଖର୍ଚ୍ଚ ସୀମା ଘୋଷଣା କରିଛନ୍ତି । ଏଥର ପୌରାଞ୍ଚଳ ନିର୍ବାଚନ ପାଇଁ ବଢିଲା ନିର୍ବାଚନୀ ଖର୍ଚ୍ଚ । NAC, ମ୍ୟୁନିସିପାଲିଟି ଏବଂ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ପାଇଁ କେତେ କରିପାରିବେ ନିର୍ବାଚନୀ ଖର୍ଚ୍ଚ ତାହା ସ୍ପଷ୍ଠ ହୋଇଛି ।
ରାଜ୍ୟ ନିର୍ବାଚନୀ ଆୟୋଗଙ୍କ ଅନୁଯାୟୀ, ମହାନଗର ନିଗମ ଅଞ୍ଚଳରେ କର୍ପୋରେଟରମାନଙ୍କ ଖର୍ଚ୍ଚ ସୀମା ୨ ଲକ୍ଷ ଟଙ୍କା ରହିଥିବାବେଳେ, ୧୨ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ମେୟର ପ୍ରାର୍ଥୀ । ସେହିଭଳି NAC/ମ୍ୟୁନିସିପାଲିଟିରେ ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚ ସୀମା ଧାର୍ଯ୍ୟ ହୋଇଛି । ୫୦ ହଜାର ଜନସଂଖ୍ୟା ଥିଲେ କାଉନସିଲର ଖର୍ଚ୍ଚ କରିପାରିବେ ୫୦ ହଜାର ଟଙ୍କା । ଚେୟାରପର୍ସନଙ୍କ ଖର୍ଚ୍ଚ ସୀମା ୨ ଲକ୍ଷ ଟଙ୍କା ରଖାଯାଇଛି ।
ସେହିପରି ଜନସଂଖ୍ୟା ୫୦ ହଜାରରୁ ୧ ଲକ୍ଷ ଥିଲେ କାଉନସିଲରଙ୍କ ଖର୍ଚ୍ଚ ସୀମା ୭୫ ହଜାର ଟଙ୍କା । ଚେୟାରପର୍ସନଙ୍କ ଖର୍ଚ୍ଚ ସୀମା ୩ ଲକ୍ଷ ଟଙ୍କା । ଜନସଂଖ୍ୟା ୧ ଲକ୍ଷରୁ ଅଧିକ ଥିଲେ କାଉନସିଲରଙ୍କ ଖର୍ଚ୍ଚ ସୀମା ୧ ଲକ୍ଷ ଟଙ୍କା । ଚେୟାରପର୍ସନଙ୍କ ଖର୍ଚ୍ଚ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ।