
ଦେଵକାନ୍ତ ମହାନ୍ତି(ଚାନ୍ଦବାଲି):୧୦/୨- ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ନିର୍ବାଚନ ପୂର୍ବରୁ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ । ଚାନ୍ଦବାଲି ବ୍ଲକ ତୋଟାପଡା ପଞ୍ଚାୟତ ତୋଟାପଡା ଗ୍ରାମରେ ଘଟିଛି ଏପରି ପରିସ୍ଥିତି ।ଆଜି ସନ୍ଧ୍ୟା ୬ଟା ସମୟରେ ତୋଟାପଡା ଗ୍ରାମରେ ଦେବେନ୍ଦ୍ର ଦାସ ନାମକ ଯୁବକ ଘରେ ସୋଇଥିବା ବେଳେ ସେହି ଗ୍ରାମର କିଛି ରାଜନୈତିକ କର୍ମୀମାନେ ମିଶି ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଦେବେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ ।
ଆକ୍ରମଣର ଶିକାର ହୋଇଥିବା ଦେବେନ୍ଦ୍ର ଦାସ ଏବଂ ତାଙ୍କ ମା ନ୍ୟାୟ ଦାବି କରି ଘଣ୍ଟେଶ୍ୱର ଫାଣ୍ଡିରେ ବସିରହିଥିବା ବେଳେ, ବଂଶଡା ଥାନା ଅଧିକାରୀ ମହମ୍ମଦ ହାପିଜ ପହଞ୍ଚି ସମ୍ପୂର୍ଣ୍ଣ ବିଷୟରେ ଅବଗତ ହୋଇଥିଲେ ।ଏନେଇ ଘଣ୍ଟେଶ୍ୱର ଫାଣ୍ଡିରେ ଏତଲା ମଧ୍ୟ ହେଇଛି। ଥାନାଧିକାରୀ ଆହତ ଯୁବକଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଖବର ମିଳିଛି ।