
ଅଭୟ ସାହୁ(ସାଲେପୁର):୧୬।୨- ମର୍ମନ୍ତୁଦ ସଡକ ଦୁର୍ଘଟଣା, କଟକ-ଚାନ୍ଦବାଲି ରାସ୍ତାର ନନ୍ଦୋଳଗଡା ନିକଟରେ ଏହି ସଡକ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଭୁବନେଶ୍ବରରୁ କେନ୍ଦ୍ରାପଡା ଜିଲ୍ଲା ଛତା ଛକ ଅଭିମୁଖେ ଯାଉଥିବା ଏକ ଅଟୋ ରିକ୍ସା ସହ କେନ୍ଦ୍ରାପଡା ପଟୁ ଆସୁଥିବା ମିନିଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି ।
ଏହା ଫଳରେ ଅଟୋ ରିକ୍ସାରେ ଯାଉଥିବା ୪ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହେବା ସହ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ଉକ୍ତ ଗାଡିଟିକୁ ଜବତ କରିବା ସହ ଗୁରୁତର ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଛି । ମୃତ ବ୍ୟକ୍ତିଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ମଧ୍ୟ ପଠାଯାଇଛି ।



