ଆଉ ନାହାନ୍ତି ଲୋକପ୍ରୟ ସଂଗୀତକାର ତଥା ଗାୟକ ବାପି ଲାହିରି…

ମନୋଜ ମହାନ୍ତି(ବାସ୍ତବବ୍ୟୁରୋ):ସଙ୍ଗୀତଜ୍ଞ ବାପି ଲାହିରୀଙ୍କ ପରଲୋକ, ଅଶୀ ଓ ନବେ ଦଶକର ଲୋକପ୍ରିୟ ସଙ୍ଗୀତଜ୍ଞ ତଥା ଗାୟକ ବାପି ଲାହିରିଙ୍କ ଆଜି ଇହଲୀଳା ସମ୍ବରଣ କରିଛନ୍ତି । ୬୯ ବର୍ଷ ବୟସରେ ଆଖି ବୁଜିଛନ୍ତି ବାପି ଲାହିରି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମଙ୍ଗଳବାର ରାତିରେ ବାପିଙ୍କ ସ୍ୱାସ୍ଥ୍ୟ ଅଚାନକ ଖରାପ ହୋଇଥିଲା । ପରେ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା ।

ଡାକ୍ତର ମାନେ ଶତଚେଷ୍ଟା କରିବା ପରେ ବି ବାପିଙ୍କ ଜୀବନ ବଞ୍ଚାଇ ପାରିନଥିଲେ । ଦୀର୍ଘଦିନ ଧରି ବାପି ଅସୁସ୍ଥ ଥିଲେ ଓ ସଙ୍ଗୀତ ଦୁନିଆରୁ ଦୁରେଇ ରହିଥିଲେ। ଶେଷ ଥର ପାଇଁ ତାଙ୍କୁ କପିଲ ଶର୍ମା ସୋ ରେ ଦେଖା ଯାଇଥିଲା ।ଅଶୀ ଓ ନବେ ଦଶକରେ ନିଜର ହିଟ୍ ଗୀତ ବଳରେ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ବାପି । ଡିସ୍କୋ ଡ୍ୟାନ୍ସର, ଶରାବୀ ଓ ନମକ ହଲାଲ ଭଳି ସୁପରହିଟ୍ ବାପି ସଙ୍ଗୀତ ନିର୍ଦ୍ଦେଶନା ସହିତ ଗୀତ ଗାଇ ରାତାରାତି ଷ୍ଟାର ପାଲଟିଥିଲେ ବାପି ।

ଏହି ଦୁଖଦଃ ଖବରରେ ବଲିଉଡ ଇଣ୍ଡଷ୍ଟ୍ରି ଭାଙ୍ଗି ପଡିଛି। “ସ୍ୱର କୋକିଳା” ଲତା ମଙ୍ଗେଶକର ଚାଲିଯିବା ପରେ ବାପି ଲାହିରିଙ୍କ ଦେହାନ୍ତରେ ବଲିଉଡ ତାରକାମାନେ ଚକିତ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ମନୋରଞ୍ଜନ ଜଗତ ସହିତ ଜଡିତ ତାରକାମାନେ ବାପି ଲାହିରିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ଅଭିନେତା ଅକ୍ଷୟ କୁମାର ଏବଂ ଅଜୟ ଦେବଗନ୍ ବାପି ଲାହିରିଙ୍କୁ ସ୍ମରଣ କରି ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ଏହା ସହିତ ହଂସାଲ ମେହେଟ୍ଟା, ରବିନା ଟଣ୍ଡନ୍ ଏବଂ ସୁଭାଷ ଘାଇଙ୍କ ସମେତ ଅନେକ କଳାକାର ତାଙ୍କ ଆତ୍ମାର ଶାନ୍ତି କାମନା କରିଛନ୍ତି ।

ବାସ୍ତବଟିଭି ପରିବାର ପକ୍ଷରୁ ବାପି ଦା’ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Thu Feb 17 , 2022
ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୮୬ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୧୬ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୯୬୧କୁ ବୃଦ୍ଧି ପାଇଛି ।ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୦୭୮୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୬୬୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୬୩୧୦୬ଜଣ ସୁସ୍ଥ ହୋଇଛନ୍ତି ।  ରାଜ୍ୟରେ […]

You May Like

Pin It on Pinterest