ଆଜିର ଖାସ୍ ଖବର

୧-ଖୁସିଖବର: ସ୍କୁଲରେ ନାମଲେଖା ପାଇଁ OBC ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ବୃଦ୍ଧି କଲେ କେନ୍ଦ୍ର ସରକାର। ଛାତ୍ରଛାତ୍ରୀଙ୍କ ପାଇଁ 27 ପ୍ରତିଶତ ଆସନ ସଂରକ୍ଷଣ କରିବାକୁ ନିଷ୍ପତ୍ତି ଗ୍ରହଣ ।

୨-୫୬୦ ଟଙ୍କା ଜଳକର ପୈଠ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉନ୍ମୋଚନ କଲେ ଜଳସାଥୀ ଆପ୍‌। ଜଳକର ଆଦାୟ କରିବେ ଜଳସାଥୀ।ନିୟୋଜିତ ହେବେ ୫ହଜାର ଜଳସାଥୀ।

୩-ସାବଧାନ ସରକାରୀ ବାବୁ, ସୂଚନା ଅଧିକାର ଆଇନରେ ତଥ୍ୟ ନ ଦେଲେ କାର୍ୟ୍ୟାନୁଷ୍ଠାନ।

୪-ଆସନ୍ତା ୨୫ ତାରିଖ ରାତି ସାରା ଖୋଲା ରହିବ ଶ୍ରୀମନ୍ଦିର, ୨୬ରେ ସୂର୍ଯ୍ୟପରାଗ ନୀତିକାନ୍ତି।

୫-‘ମୁସଲମାନଙ୍କ ସପକ୍ଷରେ ବହୁ ରାଷ୍ଟ୍ର, ହିନ୍ଦୁଙ୍କ ପାଇଁ କେହି ନାହିଁ’: ଗଡ଼କରୀ।

୬-ଥମୁନି CAA ତାତି। ଗୌହାଟୀରେ ଫସିଛନ୍ତି ୬୫ NCC ଛାତ୍ର।

୭-CAA ଦ୍ୱାରା ଭାରତୀୟ ନାଗରିକଙ୍କ ଉପରେ କୈାଣସି ପ୍ରଭାବ ପଡ଼ିବନି, ବିଜେଡି NRCକୁ ସମର୍ଥନ କରୁନି: ନବୀନ

୮-NCLATର ବଡ ନିଷ୍ପତ୍ତି, ସାଇରସ ମିସ୍ତ୍ରୀଙ୍କୁ ଟାଟା ସନ୍ସର ଚେୟାରମ୍ୟାନ ନିଯୁକ୍ତି ପାଇଁ ନିର୍ଦ୍ଦେଶ।

୯-‘ଭାସ୍ବତୀ’ ପାଇଁ ତରୁଣକାନ୍ତି ମିଶ୍ରଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ ଓଡ଼ିଆ ଲେଖକ କାଳୀଚରଣ ହେମ୍ବ୍ରମ୍‌ ବି ପାଇବେ ସମ୍ମାନ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୋବାଇଲ ଫୋନ ମାଧ୍ୟମରେ ଅଣସଂରକ୍ଷିତ ଟ୍ରେନ ଟିକେଟ ବୁକିଙ୍ଗ

Sat Dec 21 , 2019
■ ପୂର୍ବତଟ ରେଳପଥ ମଧ୍ୟରେ ମୋବାଇଲ ଫୋନ ଦ୍ୱାରା ଅଣସଂରକ୍ଷିତ ଟିକେଟ ବୁକିଙ୍ଗରେ ୩୧୫% ବୃଦ୍ଧି I ■ ଚଳିତ ବର୍ଷ ଡିସେମ୍ବର ମାସ ପର୍ଯ୍ୟନ୍ତ ୯ ଲକ୍ଷ ୬୦ ହଜାରରୁ ଅଧିକ ଟିକେଟ ବୁକିଙ୍ଗ କରାଯାଇଅଛି I ଅନଲାଇନ ପ୍ରଣାଳୀ ମାଧ୍ୟମରେ ସଂରକ୍ଷିତ ଟ୍ରେନ ଟିକେଟ ବୁକିଙ୍ଗ କରିବା ବ୍ୟତୀତ ରେଳବାଇ ଏବେ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଅଣସଂରକ୍ଷିତ ଟ୍ରେନ ଟିକେଟ ବୁକିଙ୍ଗ ପାଇଁ ପଦକ୍ଷେପ ନେଇ ମୋବାଇଲ […]

You May Like

Pin It on Pinterest