ଗାନ୍ଧୀ, ଗୋପବନ୍ଧୁ ଥିଲେ ନିର୍ବାଚନ ଲଢ଼ିବା ତ ଦୂର କଥା ନୋମିନେସନ କରିପାରି ନଥାନ୍ତେ-ସୁରେଶ ରାଉତରାୟ

ପ୍ରମୋଦ ନାୟକ(ଭୁବନେଶ୍ବର):୧୭।୨- କଂଗ୍ରେସ ବିଧାୟକ ସୁରେଶ ରାଉତରାୟ,ନିର୍ବାଚନୀ ହିଂସାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସରକାର, ନିର୍ବାଚନ କମିଶନଙ୍କ କଟକଣା ମାନୁନାହାଁନ୍ତି । ବୁଧବାର କଣାସ, କୃଷ୍ଣପ୍ରସାଦ ବାଲେଶ୍ବର ସବୁଠି ନିର୍ବାଚନୀ ହିଂସା ହୋଇଛି । ଦୁଇ ଜଣ ସମ୍ବାଦିକଙ୍କୁ ମାଡ ମରାଯାଇଛି ।ଏ ଘଟଣାକୁ ନେଇ ଆମେ ମର୍ମାହତ । ସ୍ଥିତି ଏମିତି ହୋଇଛି ନିର୍ବାଚନ କମିଶନର ଗାଁକୁ ଗଲେ ବି ମାଡ ଖାଇବେ ।

ଗାନ୍ଧୀ, ଗୋପବନ୍ଧୁ ଥିଲେ ନିର୍ବାଚନ ଲଢ଼ିବା ତ ଦୂର କଥା ନୋମିନେସନ କରିପାରି ନଥାନ୍ତେ । ନିର୍ବାଚିତ ପ୍ରତିନିଧିଙ୍କୁ କାମ କରିବାକୁ ସୁଯୋଗ ଦେଉ ଶାସକ ଦଳ । ନିର୍ବାଚନରେ ମଦ ଓ ମାଂସ ବଣ୍ଟା ହେଉଛି । ଟଙ୍କା ବଣ୍ଟା ହେଉଛି । ପୋଲିସ ଡିଜି କଣ କରୁଛନ୍ତି ? ଏଥିପାଇଁ ବିଜେପି-ବିଜେଡି ଦାୟୀ ।

ଲିଙ୍ଗରାଜ ଜମି ହଡପ ପାଇଁ ଯୋଜନା ଚାଲିଛି । ମାମଲା ସୁପ୍ରିମକୋର୍ଟରେ ଥିବାବେଳେ କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି । ପୁନର୍ବିଚାର ପାଇଁ ଆମେ ରିଭ୍ୟୁ ପିଟିସନ କରିବୁ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ହିଜାବ ବିବାଦ : ହିଜାବ ମହିଳାମାନଙ୍କୁ ଯୌନ ବସ୍ତୁ କରିଥାଏ- ତସଲିମା ନସିରିନ୍

Thu Feb 17 , 2022
ହାଇଲାଇଟ୍ସ | ତସଲିମା କହିଛନ୍ତି – ଏକ ଧର୍ମନିରପେକ୍ଷ ଦେଶରେ ବିଦ୍ୟାଳୟଗୁଡ଼ିକର ଡ୍ରେସ୍ କୋଡ୍ ଲାଗୁ କରିବାର ଅଧିକାର ଅଛି | ବିଦ୍ୟାଳୟରେ ଧାର୍ମିକ କୁସଂସ୍କାର, ଅନ୍ଧବିଶ୍ୱାସ ପାଇଁ କୌଣସି ସ୍ଥାନ ହୋଇପାରିବ ନାହିଁ | କୌଣସି ସମ୍ପ୍ରଦାୟ ପାଇଁ ଏକ ପୃଥକ ବ୍ୟକ୍ତିଗତ ନିୟମ କାହିଁକି ରହିବା ଉଚିତ୍? ନୂଆଦିଲ୍ଲୀ: କର୍ଣ୍ଣାଟକରୁ ଆସିଥିବା ହିଜାବ ବିବାଦ ସାରା ଦେଶରେ ତଥା ସାରା ବିଶ୍ୱରେ ଆଲୋଚନା ହେଉଛି। ଏହି ସମଗ୍ର […]

You May Like

Pin It on Pinterest