
ପ୍ରଭାତ କୁମାର(ନବରଙ୍ଗପୁର): ନବରଙ୍ଗପୁର ଜିଲ୍ଲାର ଝରିଗାଁ ଓ ଚନ୍ଦାହାଣ୍ଡି ଏବଂ କଳାହାଣ୍ଡି ଜିଲ୍ଲାର କେତେକ ଅଞ୍ଚଳରେ ପୂର୍ବାହ୍ନ ୧୧ଟା ୨୩ ମିନିଟ୍ ୩୪ ସେକେଣ୍ଡ ସମୟରେ ମୃଦୁ ଭୁମିକମ୍ପ ଅନୁଭୂତ ହୋଇଛି । ଏହି ଅଞ୍ଚଳରେ କେତେକ ଘରର କାନ୍ଥରେ ଫାଟ ଦେଖିବାକୁ ମିଳିଛି।
ଭୂମିକମ୍ପର ତୀବ୍ରତା ରିକ୍ଟର ସେଲରେ ୩.୫ ଥିବା ବେଳେ, ଭୂପୃଷ୍ଠର ୯ କିଲୋମିଟର ଗଭୀରରେ ୧୯.୬୦ ଅକ୍ଷାଂଶ ଓ ୮୨.୭୦ ଦ୍ରାଘିମାରେ ଏହି ଭୁମିକମ୍ପ ୬ରୁ ୭ ସେକେଣ୍ଡ ଯାଏ ଅନୁଭୂତ ହୋଇଥିବା କୁହାଯାଉଛି।ପାଖାପାଖି ୧୪/୧୫ ଟି ପଞ୍ଚାୟତରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମଧ୍ୟାହ୍ନରେ ଚନ୍ଦାହାଣ୍ଡିରେ ଏକ ପ୍ରଚଣ୍ଡ ଶବ୍ଦ ହେବା ସହ ଘର ଥରିବାକୁ ଲାଗିଥିଲା। ତେବେ ଏହା ଅଳ୍ପ କିଛି ମାତ୍ର ସେକେଣ୍ଡ ପାଇଁ ଏପରି ଅନୁଭୂତ ହୋଇଥିଲା ।ଲୋକ ଭୟଭୀତ ହୋଇ ରହିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।



