କଟକ ଚୌଦ୍ୱାର ପୁଲିସ୍‌ ଜାଲରେ ଟ୍ୱିନ୍‌ ସିଟିର ଚେନ ଲୁଟେରା ରାକେଟ ୨୨ଟି ସୁନା ଚେନ୍‌ ଜବତ…

ଦୀପକ ବେଉରା(କଟକ): କଟକ ଚୌଦ୍ୱାର ପୁଲିସ୍‌ ଜାଲରେ ଟ୍ୱିନ୍‌ ସିଟିରେ ବୁଲି ବୁଲି ଚେନ୍‌ ଛିଣ୍ଡାଉଥିବା ବଡ ରାକେଟ । ପଇସା ରୋଜଗାରର ଏପରି ସର୍ଟକଟ ବାଟ ବାହାର କରି ମାଲେମାଲ ହେଉଥିବା ଏକ ଗ୍ୟାଙ୍ଗକୁ କଟକ ଚୌଦ୍ୱାର ପୁଲିସ୍‌ ବହୁ ଦିନରୁ ପିଛା କରୁଥିଲା ବେଳେ କାବୁ କରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ୨୨ଟି ସୁନା ଚେନ୍‌ ଜବତ ହୋଇଛି ।

ଗିରଫ ଲୁଟେରାମାନେ ଗ୍ୟାଙ୍ଗର ମୁଖ୍ୟ ସୁବ୍ରତ ଭଟ୍ଟ ଓ ତାଙ୍କ ଦୁଇ ସହଯୋଗୀ ଦେବାଶିଷ ସ୍ୱାଇଁ ଏବଂ ଶୁଭମ କୋକାଟେ। ଅଭିଯୁକ୍ତଙ୍କଠାରୁ ୨୯୫ ଗ୍ରାମ ଓଜନର ୨୨ଟି ସୁନା ଚେନ୍ ଓ ଦୁଇଟି ପଲସର୍ ବାଇକ୍‌ ଜବତ କରାଯାଇଛି । କଟକ, ଭୁବନେଶ୍ୱର ସହ ଆଖପାଖ ଅଞ୍ଚଳରେ ଏମାନେ ନିଜ ଜାଲ ବିଛାଇ ଲୁଟ୍‌ କରିଚାଲିଥିଲେ ।

ପୁଲିସ୍‌କୁ ମିଳିଥିବା ସୂଚନା ଅନୁଯାୟୀ, ସୁବ୍ରତ ଓ ତା’ ଗ୍ୟାଙ୍ଗ ସୁନା ଅଳଙ୍କାର ଲୁଟ୍‌ କରି ଦେବାଶିଷ ଓ ଶୁଭମଙ୍କୁ ଦେଉଥିଲେ। ଏହି ଦୁଇ ଜଣ ଲୁଟ ଅଳଙ୍କାରକୁ ତରଳାଇ ବଜାରରେ ବିକ୍ରି କରୁଥିଲେ । ଏମାନଙ୍କ ଯୋଗାଯୋଗରେ କେଉଁ ସବୁ ସୁନା ଦୋକାନୀ ଅଛନ୍ତି, ସେନେଇ ତନାଘନା ଜାରି ରଖିଛି ପୁଲିସ୍‌। ଏହି ଗ୍ୟାଙ୍ଗର ମୁଖ୍ୟ ଲୁଟେରା ସୁବ୍ରତ ନାଁରେ ୨୦୦୮ ମସିହାରୁ କମିଶନରେଟ ପୁଲିସ୍‌ର ବିଭିନ୍ନ ଥାନାରେ ୩୩ଟି ମାମଲା ରହିଛି । ସେହିପରି ସହଯୋଗୀ ଶୁଭମ କୋକାଟେ ନାଁରେ ୨୧ଟି ମାମଲା ରହିଥିବା ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Mar 5 , 2022
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୪୫ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୯୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୫୭୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୫୯୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୫୦୧୯ଜଣ ସୁସ୍ଥ ହୋଇଛନ୍ତି […]

You May Like

Pin It on Pinterest