ପୌର ନିର୍ବାଚନରେ ରହିବନାହିଁ କୌଣସି କୋଭିଡ କଟକଣା ମୋଟ ୪୨ ଲକ୍ଷ ଭୋଟର ଦେବେ ଭୋଟ୍‌

ପ୍ରମୋଦ ନାୟକ(ଭୁବନେଶ୍ୱର): ୦୭।୦୩- ପୌର ନିର୍ବାଚନରେ ରହିବନାହିଁ କୌଣସି କୋଭିଡ କଟକଣା ।ଚଳିତ ବର୍ଷ ମୋଟ ୪୨ ଲକ୍ଷ ଭୋଟର ସେମାନଙ୍କ ମତ୍ତ ସାଵସ୍ତ୍ୟ କରିବେ ।ମୋଟ ୧୮୯୯ଟି ଓ୍ୱାର୍ଡର ୪୪୭୫ଟି ବୁଥ୍‌ ରେ ହେବ ପୌର ନିର୍ବାଚନ। ନିର୍ବାଚନ ପରିସ୍ତିତିକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ରାଜ୍ୟ ନିର୍ବାଚନ ଆୟୋଗ କହିଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ,ସୋମବାର ଦିନ ୩ଟା ସୁଦ୍ଧା ନାମାଙ୍କନ ଦାଖଲର ଶେଷ ସମୟ ରହିଛି । ଏହାପରେ ମାର୍ଚ୍ଚ ୯ରେ ପ୍ରାର୍ଥୀ ପତ୍ର ଯାଞ୍ଚ, ୧୪ ସୁଦ୍ଧା ପ୍ରାର୍ଥୀ ପତ୍ର ପତ୍ୟାହର । ପରେ ଚୂଡ଼ାନ୍ତ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇବ ।ତେବେ ଏଥର ନିର୍ବାଚନ ଇଭିଏମ୍‌ରେ କରାଯିବ । ପ୍ରତିଟି ବୁଥ୍‌ରେ ୨ଟି ଲେଖାଏଁ ଇଭିଏମ୍‌ ରଖାଯିବ । ଗୋଟିଏ କାଉନ୍‌ସିଲର/କର୍ପୋରେଟରଙ୍କ ରହିବାକୁ ଥିବା ବେଳେ ଆଉ ଗୋଟିଏ ମେୟର/ପୌରାଧ୍ୟକ୍ଷଙ୍କ ରହିବ । ଇଭିଏମ୍‌କୁ ରଖିବା ପାଇଁ ୩ଟି ଷ୍ଟ୍ରଙ୍ଗରୁମ୍‌ କରାଯାଇଛି । ସିସିଟିଭ୍ ସର୍ଭିଲାନ୍ସରେ ଷ୍ଟ୍ରଙ୍ଗ ରୁମ୍‌କୁ ରଖାଯିବ ।

ସେହିପରି ପ୍ରତି ବୁଥରେ ଜଣେ ପ୍ରିଜାଇଡିଂ ଅଫିସର ଆଉ ୪ ଜଣ ପୁଲିଂ ଅଫିସର ରହିବେ । ଏଥରକ ନିର୍ବାଚନରେ କୌଣସି କୋଭିଡ ସଂପର୍କିତ କଟକଣା ରହିବନାହିଁ । ଏହାପରେ ସ୍ଥିତି ଦେଖି ନିୟମରେ ପରିବର୍ତ୍ତନ କରାଯାଇପାରେ । ପୌର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ପ୍ରିଜାଇଡିଂ ଓ ପୁଲିଂ ଅଫିସର ବାଲାଟ ପେପର ଜରିଆରେ ନିଜର ଭୋଟ ଦେବେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରୁଷ-ୟୁକ୍ରେନ ବିବାଦ: ଭବିଷ୍ୟତ ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ ହେବା ଆବଶ୍ୟକ - ଜେନ ଏମ ନାରାଭାନେ...

Tue Mar 8 , 2022
ବାସ୍ତବ ବ୍ୟୁରୋ(ନୂଆଦିଲ୍ଲୀ):ଭାରତୀୟ ସେନା ମୁଖ୍ୟ ଜେନେରାଲ ଏମ ନାରାଭାନେ କହିଛନ୍ତି ଯେ ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ବିବାଦ ଦର୍ଶାଉଛି ଯେ ଏକ ପାରମ୍ପାରିକ ଯୁଦ୍ଧ ହୋଇପାରେ ଏବଂ ଭବିଷ୍ୟତ ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ ହେବା ଆବଶ୍ୟକ। ଭାରତୀୟ ସେନା ମୁଖ୍ୟ ଜେନେରାଲ ଏମ ନାରାଭାନେ ମଙ୍ଗଳବାର ଦିନ କହିଛନ୍ତି ଯେ ବର୍ତ୍ତମାନ “ଚାଲୁଥିବା ରୁଷ-ୟୁକ୍ରେନ ଯୁଦ୍ଧରୁ ଆମେ ସବୁଠାରୁ ବଡ଼ ଶିକ୍ଷା ପାଇପାରିବା ଯେ ଭାରତକୁ […]

You May Like

Pin It on Pinterest