
ଦେବକାନ୍ତ ମହାନ୍ତି ,ଚାନ୍ଦବାଲି ,୧୫\୦୩\୨୦୨୨-ଆରଡିଫାଣ୍ଡି ଅଧିନସ୍ଥ ସନ୍ତରା ଗାଁ ନିକଟରେ ଜୈନିକ ଠିକାଦାରଙ୍କ ଦ୍ବାରା ଏକ ଚିଙ୍ଗୁଡି ଘେରି ୩\୪ଟି ଟ୍ରାକ୍ଟର ଦ୍ବାରା ଖୋଳା ଚାଲିଥିବା ବେଳେ ଗୋଟିଏ ଟ୍ରାକ୍ଟର ଓଲଟି ପଡିବାରୁ ଚାପି ହୋଇ ଅଚିହ୍ନା ଶ୍ରମିକଙ୍କ ମୃତ୍ଯୁ ଘଟିଛି।
ଏପରି ଘଟଣା ଘଟିବା ପରେ ପାଖରେ ଥିବା ଠିକାଦାର ଓ ଅନ୍ଯମାନେ ଫେରାର ହୋଇଯାଇଛନ୍ତି। ଖବରପାଇ ଆରିଡି ପୋଲିସ ପହଁଚିଥିବା ବେଳେ ଶ୍ରମିକ ମୃତ୍ଯୁ ଓ ଗାଁ ପାଖରେ ପୋଖରୀ ଖୋଳାକୁ ନେଇ ଚାପା ଉତେଜନା ଲାଗି ରହିଛି।