ଆଜିର ଖାସ୍ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୦୩୬ ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୦୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୧୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୭୧୫୩ଜଣ ସୁସ୍ଥ ହୋଇଛନ୍ତି । 

ଆଜି ଦୋଳ ପୂର୍ଣ୍ଣିମା । ଆଜି ଦୋଳ ଗୋବିନ୍ଦ ଗାଁକୁ ଗାଁ, ସାହିକୁ ସାହି ବୁଲି ଭୋଗ ଖାଇବା ସହ ରଙ୍ଗବେରଙ୍ଗ ଅବିରରେ ହୋଲି ଖେଳିବେ ।

ଆଜି ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୁଦନ ଓ ରଥରେ ବାମନ ରୂପରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ ।

ଆଜି ଦୋଳପୂର୍ଣ୍ଣମୀ ଅବସରରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିର ସମ୍ମୁଖରେ ଜମିଥିଲା ଅସମ୍ଭାଳ ଭିଡ଼ । ହେଲେ ଲମ୍ବା ଲାଇନ୍‌ ସହ ଅସହ୍ୟ ତାପ ସହି ଘଣ୍ଟା ଘଣ୍ଟା ଛିଡ଼ା ହୋଇଥିବା ଭକ୍ତଙ୍କର  ଧୈର୍ଯ୍ୟଚ୍ୟୁତ ହେଲା  ଶେଷରେ ବାରିକେଡ ଭାଙ୍ଗି ପ୍ରଭୁଙ୍କୁ ଦେଖିବାକୁ ଧସେଇ ପଶିଲେ ହଜାର ହଜାର ସଂଖ୍ୟାରେ ଭକ୍ତ ।  ଏଥିଯୋଗୁ ସିଂହଦ୍ୱାର ସମ୍ମୁଖରେ ସୃଷ୍ଟି ହେଲା ଦଳାଚକଟା ସ୍ଥିତି । ହେଲେ ସଙ୍ଗେ ସଙ୍ଗେ ପରିସ୍ଥିତିକୁ ନିୟନ୍ତ୍ରିତ କରାଯିବାରୁ କୌଣସି କ୍ଷୟକ୍ଷତି ଘଟି ନ ଥିବା ଜଣାଯାଇଛି।

ନନ୍ଦନକାନନ ରେ ତୃତୀୟ ଥର ପାଇଁ ମା ହେଲା ସିଂହ ବିଜଲୀ । ଶୁକ୍ରବାର ଭୋର ସମୟରେ ବିଜଲୀ ଏ କ ଶାବକ ଜନ୍ମ ଦେଇଛି । ପୂର୍ବରୁ ଦୁଇ ଥରରେ ୪ଟି ଶାବକ ଜନ୍ମ ଦେଇଥିଲା । ସେମାନଙ୍କ ମଧ୍ୟରୁ ୨ଟିର ମୃତ୍ୟୁ ହୋଇସାରିଥିବା ବେଳେ ୨ଟି ଶାବକ ଜୀବିତ ଅଛନ୍ତି । ଏବେ ଏହି ନୂତନ ଶାବକକୁ ବିଜଲୀ କିପରି ଯତ୍ନ ନେଉଛି ତାର ଗତିବିଧି ଉପରେ ସିସିଟିଭି ମାଧ୍ୟମରେ କର୍ତ୍ତୃପକ୍ଷଙ୍କ ନଜର ରହିଛି । 

ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ ଟୁଇଟ୍ କରି ଲେଖିଛନ୍ତି, ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଦୋଳଗୋବିନ୍ଦଙ୍କ ଅପାର କୃପା ଓ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଭରିଦେଉ।

ଓଡ଼ିଶାରେ ପ୍ରଥମ ଥର ପାଇଁ ବାଲ ଆଧାର ସୁବିଧା ଏବେ ହସ୍ପିଟାଲରେ ମିଳିବାକୁ ଯାଉଛି । ହସ୍ପିଟାଲରେ ଶିଶୁ ଜନ୍ମ ହେବା ମାତ୍ରେ ହିଁ ଜନ୍ମ ପ୍ରମାଣ ପତ୍ର ସହିତ ଆଧାର କାର୍ଡ ମଧ୍ୟ ଦିଆଯିବ । ଏନେଇ ଆଜି ରାଜ୍ୟ ଆଇଟି ସଚିବ ମନୋଜ ମିଶ୍ର ସୂଚନା ଦେଇଛନ୍ତି । ଦେଶରେ ପ୍ରଥମ ରାଜ୍ୟ ଭାବରେ ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୫୨୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୪୯ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୦ ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୨୯୧୮୧ ସକ୍ରିୟ ମାମଲା ରହିଛି ଏବଂ ୪ କୋଟି ୨୪ ଲକ୍ଷ ୫୮ ହଜାର ୫୪୩ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହା ବ୍ୟତୀତ ୫୧୬୨୮୧ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ଆଜି (ଶୁକ୍ରବାର) ଭାରତର ଅନେକ ରାଜ୍ୟରେ ହୋଲି ପାଳନ କରାଯାଉଛି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ରାଷ୍ଟ୍ରପତି ଟ୍ୱିଟ୍ କରି କହିଛନ୍ତି ଯେ,  ହୋଲି ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ରଙ୍ଗର ପର୍ବ ହୋଲି ସଦଭାବନା ଓ ବନ୍ଧୁତ୍ୱର ଜୀବନ୍ତ ଉଦାହରଣ ଅଟେ । ଏହା ବସନ୍ତ ଋତୁ ଆଗମନର ଶୁଭ ସମାଚାର ନେଇ ଆସିଥାଏ । ଏହି ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ ଉଲ୍ଲାସ ଓ ଶକ୍ତି ଆଣିଦେଉ ।ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରିଛନ୍ତି ଯେ, ସମସ୍ତଙ୍କୁ ହୋଲିର ଶୁଭକାମନା । ପରସ୍ପର ସହ ଭଲ ପାଇବା, ସ୍ନେହ, ଭାଇଚାରାକ ପ୍ରତୀକ ହେଉଛି ହୋଲି । ସମସ୍ତଙ୍କ ଜୀବନରେ ହୋଲି ରଙ୍ଗ ଭରିଦେଉ ।

କଂଗ୍ରେସର ବିଦ୍ରୋହୀ ଗୋଷ୍ଠୀ ତଥା ଜି-୨୩ ଗ୍ରୁପ୍‌ର ନେତା ଗୁଲାମ ନବୀ ଆଜାଦ୍‌ଙ୍କୁ ଆଜି ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି ଭେଟି ପାରନ୍ତି। ଜି-୨୩ ଗୋଷ୍ଠୀର ବୈଠକର ଦିନକ ପରେ ଏହି ଭେଟଘାଟ ହେବା ନେଇ ଚର୍ଚ୍ଚା ହେଉଛି।  କଂଗ୍ରେସର ସାଙ୍ଗଠନିକ ପରିବର୍ତ୍ତନ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇପାରେ।

କେତେକ ୟୁରୋପୀୟ ଦେଶରେ ପୁନଶ୍ଚ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସବୁ ବ୍ୟାପକ ‘ଜିନମ୍‌ ସିକ୍ବେନ୍‌ସିଙ୍ଗ୍‌’, ‘ସର୍ଭିଲେନ୍ସ୍‌’ କରାଇବା ସହ ସାମଗ୍ରିକ ଭାବେ କୋଭିଡ୍‌-୧୯ ପରିସ୍ଥିତି ପ୍ରତି ଜାଗ୍ରତ ରହିବା ଉଚିତ : କେନ୍ଦ୍ର ସରକାର ।

ମାର୍ଚ୍ଚ ୨୫ରେ ଉତ୍ତରପ୍ରଦେଶରେ ଯୋଗୀ ସରକାର ଙ୍କ ଶପଥ ଗ୍ରହଣ । ଲକ୍ଷ୍ନୌ ସ୍ଥିତ ଏକନା ଷ୍ଟାଡିୟମ୍‌ରେ ପ୍ରାୟ ୪୫,୦୦୦ ଦର୍ଶକଙ୍କ ଉପସ୍ଥିତିରେ ଏହି ଉତ୍ସବ ଅନୁଷ୍ଠିତ ହେବ। ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରୀ ଯୋଜନାରେ ଉପକୃତ ହଜାର ହଜାର ହିତାଧିକାରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ। ଅନ୍ୟପକ୍ଷରେ ଉକ୍ତ ଐତିହାସିକ ଶପଥଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରାଯିବା ପାଇଁ ୨୦୦ ଭିଭିଆଇପି ଅତିଥିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମାର୍ଚ୍ଚ‌ ୨୫ରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ଯୋଗ ଦେବେ।

ପୋଲାଣ୍ଡର କରୋଲିନା ବେଲସ୍କାଙ୍କୁ ମିସ୍ ୱାର୍ଲଡ-୨୦୨୧ ଘୋଷଣା କରାଯାଇଛି। ୨୦୧୯ର ମିସ୍ ୱାର୍ଲଡ ଜାମାଇକାର ଟୋନି-ଆନ ସିଂହ ତାଙ୍କୁ ୭୦ତମ ବିଜେତା ଭାବେ ପ୍ବେର୍ଟରିକୋର ସାନ୍‌ ଜୁଆନ-ସ୍ଥିତ କୋକାକୋଲା ମ୍ୟୁଜିକ୍ ହଲ୍‌ରେ ବିଶ୍ବ ସୁନ୍ଦରୀର ମୁକୁଟ ପିନ୍ଧାଇଥିଲେ।

 ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ୨୩ତମ ଦିନରେ ୟୁକ୍ରେନର ଖାରକିଭ୍‌ରେ ରହୁଥିବା ଅଭିନେତ୍ରୀ ଓକସାନା ସଭେଟ୍‌ଙ୍କ ମୃତ୍ୟୁ ଘଟିଛି। ଓକସାନା ହେଉଛନ୍ତି ୟୁକ୍ରେନର ଜଣେ ପ୍ରସିଦ୍ଧ କଳାକାର। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ଗତମାସରେ ତାଙ୍କୁ ୟୁକ୍ରେନର ସର୍ବୋଚ୍ଚ କଳାପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ହୋଲିର ପ୍ରତ୍ୟେକ ରଙ୍ଗ କିଛି କହିଥାଏ,ଏହି ପର୍ବରେ ପ୍ରତ୍ୟେକ ରଙ୍ଗର ନିଜସ୍ୱ ବିଶେଷ ମହତ୍ତ୍ୱ ଜାଣନ୍ତୁ

Fri Mar 18 , 2022
ସ୍ମୁତୀ ସନ୍ଧ୍ୟା ହୋଲିର ପବିତ୍ର ପର୍ବ ସୋହାର୍ଧତା, ସୁଖ, ସମୃଦ୍ଧି ଏବଂ ଭାଇଚାରା ର ପ୍ରତୀକ ଭାବରେ ଜଣାଶୁଣା | ରଙ୍ଗର ଏହି ପର୍ବରେ, ଆପଣ ନିଜ ଇଚ୍ଛା ଅନୁସାରେ ରଙ୍ଗ ବାଛିପାରିବେ | ଏହି ପର୍ବରେ ପ୍ରତ୍ୟେକ ରଙ୍ଗର ନିଜସ୍ୱ ବିଶେଷ ମହତ୍ତ୍ୱ ରହିଛି | ହୋଲି ଖେଳିବା ପାଇଁ ରଙ୍ଗର ମହତ୍ତ୍ୱକୁ ବାସ୍ତୁ ମତରେ କୁହାଯାଇଛି |ଆସନ୍ତୁ ସେ ବିଷୟରେ ଜାଣିବା | ନୀଳ ରଙ୍ଗ ସହିତ […]

You May Like

Pin It on Pinterest