
ନନ୍ଦିନୀ ପ୍ରଧାନ(ସମ୍ୱଲପୁର): ୨୧/୦୩ – ଆଜି ସମ୍ବଲପୁର ଗସ୍ତରେ ଆସିବେ ୫-ଟି ସଚିବ ଭିକେ ପାଣ୍ଡିଆନ । ସମଲେଇ ପ୍ରୋଜେକ୍ଟର ସମୀକ୍ଷା କରିବା ପାଇଁ ଭିକେ ପାଣ୍ଡିଆନଙ୍କ ଆଜିର ଏ ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ।
ଏହି ଗସ୍ତରେ ତାଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୂର୍ତ୍ତ ସଚିବ ଭିଭି ଯାଦବ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସେକ୍ରେଟାରୀ ଆର ଭିନିଲକ୍ରିଷ୍ଣା ସାମିଲ ଅଛନ୍ତି । ସମଲେଇ ମନ୍ଦିର ବୁଲିବା ସହ ମନ୍ଦିର ପୂଜକ, ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିବେ ଶ୍ରୀ ପାଣ୍ଡିଆନ।ଏହି ଗସ୍ତ କାର୍ଯ୍ୟକ୍ରମକୁ ନେଇ ସମ୍ବଲପୁର ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।ପ୍ରଥମେ ଜମାଦାରପାଲି ଏୟାରଷ୍ଟ୍ରିପରେ ଓହ୍ଲାଇବା ପରେ ମନ୍ଦିର ପହଂଚିବେ ଶ୍ରୀ ପାଣ୍ଡିଆନଙ୍କ ଟିମ ।



