ମାନସ ସ୍ବାଇଁ ହତ୍ୟା ମାମଲାରେ ଆଉ ଦୁଇ ଅଭିଯୁକ୍ତ ଗିରଫ….

ଭିଡିଓ ଟିକୁ ସଂପୂର୍ଣ୍ଣ ଦେଖନ୍ତୁ ୍

ଦେବକାନ୍ତ ମହାନ୍ତି, ଚାନ୍ଦବାଲି , ୨୧/୩/୨୦୨୨- ରାଜ୍ୟରେ ଚର୍ଚ୍ଚିତଥିବା ନୟାଗଡର ଜୁବ କ୍ୟାମେରା ମ୍ଯାନ ମାନସ ସ୍ବାଇଁ ଚାନ୍ଦବାଲି ରୁ ଅପହରଣ ଓ ଭୁବନେଶ୍ୱର ଦୟାଲ ଆଶ୍ରମ ରେ ହତ୍ୟା ଘଟଣାରେ ପୁଣି ୨ ଜଣଙ୍କୁ ଗିରଫ କରିଛି ଚାନ୍ଦବାଲି ପୋଲିସ l

ଚାନ୍ଦବାଲି ପୋଲିସ ଚଳିତ ମାସ ଫେବ୍ରୁୟାରୀ ୭ତାରିଖରୁ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧିନ ନୂଆପଲ୍ଲୀ ଗୋଡ଼ିପୋଖରୀ ଗାଁର ଜଣେ ଯୁବକ ମାନସ ସ୍ଵାଇଁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନାଲଗୁଣ୍ଡା ପଳାସପୁର ଗାଁରେ ଏକ ବାହାଘରରେ ଫଟୋଚିତ୍ର ଉତୋଳନ କରିବାକୁ ଆସିଥିଲେ । ଭୁବନେଶ୍ବର ଅଞ୍ଚଳ ର ୫ ଜଣ ଅଭିଯୁକ୍ତ ଆସି ମାନସକୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନାଲଗୁଣ୍ଡା ଫଚାୟତ ପଳାସପୂର ଛକ ନିକଟରୁ ଅପହରଣ କରି ନେବା ସହ ତାକୁ ହତ୍ୟା କରି ମାଟିତଳେ ପୋତିଦେଇଥିଲେ l

ମାନସଙ୍କ ପରିବାର ପକ୍ଷରୁ ଚାନ୍ଦବାଲି ଥାନାରେ ଫେବ୍ରୁୟାରୀ ୧୪ ତାରିଖରେ ଅଭିଯୋଗ ପରେ ଚାନ୍ଦବାଲି ଥାନା ଅଧିକାରୀ କରୁଣାକର ରାଉତ ଓ ଏସଡ଼ିପିଓ ଦେବୀ ଶଙ୍କର ପ୍ରତାପ ଏହି ଘଟଣାକୁ ଗରୁତ୍ବର ନେବା ସହ ଘଟଣାରେ ସମ୍ପୂକ୍ତ ପୁଣି ୨ ଜଣ ଅଭିଯୁକ୍ତଙ୍କୁ ଠାବ କରିବା ସହ ସେମାନଙ୍କୁ ଗିରଫ କରିଛି ଚାନ୍ଦବାଲି ପୋଲିସ । ଏଥିନେଇ ଭଦ୍ରକ ଅତିରିକ୍ତ ଏସ ପି ଏକ ପ୍ରେସମିଟ ମାଧ୍ୟମରେ ଘଟଣା ଉପରେ ବୃବୃତି ପ୍ରଦାନ କରିଛନ୍ତି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବହୁ ଚର୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନ ଖାରଜ...

Tue Mar 22 , 2022
କଟକ ୨୨।୦୩ : ବହୁ ଚର୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ,ନିଜକୁ ବଂଚାଇବାପାଇଁ, ଶର୍ମିଷ୍ଠା ରାଉତଙ୍କୁ ବଡ ଷ୍ଟ୍ରୋକ । ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନ ଖାରଜ । ଶର୍ମିଷ୍ଠା ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ ।ଗତକାଲି ମାନସ ସ୍ୱାଇଁ ହତ୍ୟା ଘଟଣାର ମାଷ୍ଟର ମାଇଣ୍ଡ ନିରଞ୍ଜନ ସେଠୀ ଗିରଫ,ଆଉ ହାଇକୋର୍ଟ ଙ୍କ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତର ଆଗୁଆ ଜାମିନ ଆବେଦନ ଖାରଜ,ମାନସ ସ୍ୱାଇଁଙ୍କ ପରିବାରରେ […]

You May Like

Pin It on Pinterest